କଳାହାଣ୍ଡି ଜ଼ିଲ୍ଲାରେ ଜଳକଷ୍ଟ ଉତ୍କଟ, ୧୪୯ ଜଳଯୋଗାଣ ପ୍ରକଳ୍ପ ଅଧପନ୍ତରିଆ ଅବସ୍ଥାରେ

କଳାହାଣ୍ଡି,(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲାରେ ପାଇପ ଜଳଯୋଗାଣ ନିମନ୍ତେ ଚାଲିଥିବା ପ୍ରକଳ୍ପରୁ ୧୪୯ଟି ପ୍ରକଳ୍ପ ଏବେ ସୁଦ୍ଧା ଅସମ୍ପୂର୍ଣ୍ଣ ହୋଇ ରହିଛି। ଏହି ମଧ୍ୟରୁ ଭବାନୀପାଟଣା ବ୍ଲକରେ ୪୭ଟି, ଧର୍ମଗଡ ବ୍ଲକରେ ୧୦ଟି, କର୍ଲାମୁଣ୍ଡା ବ୍ଲକରେ ୩ଟି, କେସିଙ୍ଗା ବ୍ଲକରେ ୪ଟି, ଲାଞ୍ଜିଗଡ ବ୍ଲକରେ ୫୨ଟି, ମଦନପୁର ରାମପୁର ବ୍ଲକରେ ୧୭ଟି ଓ ନର୍ଲା ବ୍ଲକରେ ୧୬ଟି ପାଇପ ଜଳଯୋଗାଣ ପ୍ରକଳ୍ପ ଅସମ୍ପୂର୍ଣ୍ଣ ହୋଇରହିଛି।ଜିଲ୍ଲାରେ ମୋଟ ୧୪୯ଟି ପ୍ରକଳ୍ପ ଅଧପନ୍ତରିଆ ହୋଇଥିବା ଯୋଗୁଁ ବାଟବଣା ହୋଇଥିବା ଚର୍ଚ୍ଚା ପରେ ଏବେ ନୂଆ ଅଧିକ୍ଷଣ ଯନ୍ତ୍ରୀ କାର୍ଯ୍ୟରେ ଯୋଗ ଦେଇସାରିଲେଣି। ପୂର୍ବ ଅଧିକ୍ଷଣ ଯନ୍ତ୍ରୀଙ୍କ ସମୟରେ ଠିକାଦାରମାନେ କାର୍ଯ୍ୟରେ ମନ୍ଥରତା ଦେଖାଇବା ଅଭିଯୋଗ ହୋଇଥିଲା। ସମ୍ପୃକ୍ତ ଯନ୍ତ୍ରୀ ଜଣକ ବିନା ଟଣ୍ଡରରେ ବହୁ ପ୍ରକଳ୍ପକୁ ଛୋଟ ଛୋଟ ଜବକାର୍ଡରେ କାମ କରିଥିବା ମଧ୍ୟ ଅଭିଯୋଗ ହାଇଥିଲା । ପୁଣି କାମ ସମୟରେ ବିଭାଗୀୟ ନ୍ତ୍ରୀମାନେ ତଦାରଖ କରୁ ନ ଥିବାରୁ ଠିକାଦାରମାନେ ମନମୁଖି କାମ କରୁଥିବା ଲୋକେ ଅଭିଯୋଗ କରିଥିଲେ ।ଏନେଇ ସେମାନେ ଜିଲ୍ଲା ପ୍ରଶାସନର ମଧ୍ୟ ଦୃଷ୍ଟି ଆକର୍ଷଣ କରିଥିଲେ। ଜିଲ୍ଲାରେ ଚଳିତ ଗ୍ରୀଷ୍ମ ଋତୁରେ ଗ୍ରାମାଞ୍ଚଳରେ ଜଳକଷ୍ଟ ଉତ୍କଟ ହେଉଥ‌ିବାବେଳେ କେବେ ଏହି ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ ହେବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ଜନସ୍ବାସ୍ଥ୍ୟ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇନଥିଲା। ଅନ୍ୟପକ୍ଷରେ ଜଣେ ବିଭାଗୀୟ ଅଧିକାରୀ ଆସନ୍ତା ଅଗଷ୍ଟ ୩୧ ତାରିଖ ସୁଦ୍ଧା କାମ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦିଆଯାଉଛି ବୋଲି କହିଥିଲେ।

କଳାହାଣ୍ଡି ଜ଼ିଲ୍ଲା ପ୍ରତିନିଧି ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page