ଧଉଳି ଥାନାରେ ଜାତୀୟ ଏକତା ଦିବସ ପାଳିତ

ବାଲିଅନ୍ତା,(ଗୋବର୍ଦ୍ଧନ ଦାସ): ଭାରତର ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଆଜି ଧଉଳି ଥାନାରେ ଜାତୀୟ ଏକତା ଦିବସ ପାଳିତ ହୋଇଯାଇଛି l ଥାନା ଅଧିକାରୀ ସ୍ମୃତି ରଞ୍ଜନ ମହାନ୍ତିଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜୋନ-୨ ଏସିପି କୃଷ୍ଣଚନ୍ଦ୍ର ପଲେଇ ସମେତ ବରିଷ୍ଠ ନାଗରିକ, ସ୍ଥାନୀୟ ବିଶିଷ୍ଟ ବ୍ୟକ୍ତିବିଶେଷ, ପୋଲିସ ମିତ୍ର ଏବଂ ପୋଲିସ କର୍ମଚାରୀମାନେ ସକ୍ରିୟ ଭାବେ ଯୋଗଦେଇଥିଲେ।

ଏହି ଅବସରରେ ସମସ୍ତେ ଏକ ପଦଯାତ୍ରାରେ ବାହାରି ଶାନ୍ତିସ୍ତୁପ ଧଉଳିରେ ପହଞ୍ଚିଥିଲେ l ସେଠାରେ ଜାତୀୟ ଏକତା ଶପଥ ପାଠ କରାଯିବା ସହ ଦେଶର ଏକତା, ଅଖଣ୍ଡତା, ଭାଇଚାରା, ସାମ୍ପ୍ରଦାୟିକ ସଦଭାବନା ଏବଂ ପୋଲିସ-ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କର ଗୁରୁତ୍ୱ ଉପରେ ଆଲୋକପାତ କରାଯାଇଥିଲା। ଏହି ଅବସରରେ ସମାଜରେ ଶାନ୍ତି, ସଦଭାବନା ଓ ଜାତୀୟ ଏକତାକୁ ସୁଦୃଢ଼ କରିବା ପାଇଁ ସମସ୍ତେ ମିଳିତ ଭାବେ ସଂକଳ୍ପବଦ୍ଧ ହୋଇଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଏସ. ଆଇ ମନ୍ମଥ ବେହେରା, ପ୍ରବୀର ଲେଙ୍କା, ବିଭୁ ନାରାୟଣ ସାହୁ, ରାଧା ବଲ୍ଲଭ ବେହେରା, ଜ୍ୟୋସ୍ନା ପଟ୍ଟନାୟକ ଆଦି ପୁଲିସ କର୍ମଚାରୀ ଉପସ୍ଥିତ ଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page