ଭଦ୍ରକ: ଅଖିଳ ବିଶ୍ୱ ଗାୟତ୍ରୀ ପରିବାର, ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଭାରତୀୟ ସଂସ୍କୃତି ଜ୍ଞାନ ପରିପୋଷଣ ପାଇଁ ପଞ୍ଚମ ଶ୍ରେଣୀରୁ ମହାବିଦ୍ୟାଳୟ ପର୍ୟ୍ୟନ୍ତ ପ୍ରତିବର୍ଷ ଭାରତୀୟ ସଂସ୍କୃତି ଜ୍ଞାନ ପରୀକ୍ଷା କରି ଜିଲ୍ଲାସ୍ତରୀୟ କୃତ୍ତୀଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରେ I ଏହି କ୍ରମରେ ଭଦ୍ରକ ଜିଲ୍ଲା ଗାୟତ୍ରୀ ପରିବାର ଗତ ୨୦୨୫-୨୬ ମସିହାରେ ଅନୁଷ୍ଠିତ ହୋଇଥିବା ଭାରତୀୟ ସଂସ୍କୃତି ଜ୍ଞାନ ପରୀକ୍ଷାର ଜିଲ୍ଲାସ୍ତରୀୟ ପୁରସ୍କାର ବିତରଣ ଉତ୍ସବ ଭଦ୍ରକ ବାଇପାସ୍ ସ୍ଥିତ ଶ୍ରୀ ଶ୍ରୀ ଗୀତା ଭବନରେ

ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବରେ ଭଦ୍ରକ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଲଳିତ ରଞ୍ଜନ ସାହୁ ମହୋଦୟ ଗାୟତ୍ରୀ ମନ୍ତ୍ର ର ଉପାଦେୟ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇଲେ । ସେ ସ୍ୱୟଂ ୧୯୯୨ ରୁ ଏହି ପବିତ୍ର ମନ୍ତ୍ର ସମ୍ପର୍କରେ ଆସି ଅନୁଭବ କରିଥିବା ଦିବ୍ୟ ଅନୁଭୁତି ଉପସ୍ଥାପନ କଲେ। ଭାରତୀୟ ସଂସ୍କୃତି ଜ୍ଞାନ ପରୀକ୍ଷାର ଓଡ଼ିଶା ରାଜ୍ୟ ସଂଯୋଜକ ପ୍ରଫୁଲ୍ଲ ଦାସ ମହୋଦୟ ମୁଖ୍ୟ ବକ୍ତା ଭାବରେ ଆମ ସଂସ୍କୃତିର ମହନୀୟତା ସଂପର୍କରେ ସୂଚନା ପ୍ରଦାନ କଲେ।ଅନ୍ୟ ତମ ଅତିଥି ଭାବରେ ଆନନ୍ଦ ଚନ୍ଦ୍ର ଦାଶ, ନିଜର ଶିକ୍ଷକ ଜୀବନର ଗାଥା କହି ସେ ସମୟର ଛାତ୍ର ଛାତ୍ରୀ ଓ ବର୍ତ୍ତମାନ ର ଛାତ୍ରଛାତ୍ରୀ ମାନଙ୍କ ର ତୁଳନା କଲେ । ଅନ୍ୟତମ ଅତିଥି ବରିଷ୍ଠ ସାମ୍ବାଦିକ ରବି ନାରାୟଣ ଖିଲାର ମହୋଦୟ ଛାତ୍ର ଛାତ୍ରୀ ମାନଙ୍କୁ ବହୁ ଉପାଦେୟ ତଥ୍ୟ ପ୍ରଦାନ କଲେ । ରମାମଣୀ ଦୀକ୍ଷିତ ପିଲାମାନଙ୍କୁ ଅନେକ ଉପଦେଶ ଦେଇଥିଲେ I ଏହି ଉତ୍ସବରେ ଭଦ୍ରକ ଜିଲ୍ଲାର ପଞ୍ଚମରୁ ମହାବିଦ୍ୟାଳୟ ପର୍ୟ୍ୟନ୍ତ ଉକ୍ତ ପରୀକ୍ଷାରେ ପ୍ରଥମ ଦିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ୩୩ଜଣ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଅବଶ୍ୟ ଏଥିରେ ଛାତ୍ରମାନଙ୍କ ତୁଳନାରେ ଛାତ୍ରୀ ମାନଙ୍କ ସଂଖ୍ୟା ଦୁଇ ଗୁଣା ଅଟେ । ପୁନଶ୍ଚ ବିଭିନ୍ନ ବିଦ୍ୟାଳୟରେ କାର୍ୟ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀ, ଯେଉଁ ମାନଙ୍କ ଅକୁଣ୍ଠ ସହଯୋଗ ରେ ପରୀକ୍ଷା ସମ୍ପନ୍ନ ହୋଇଥିଲା ସେମାନଙ୍କ ମଧ୍ୟରୁ”ପଣ୍ଡିତ ଶ୍ରୀ ରାମ ଶର୍ମା ଉତ୍କୃଷ୍ଟ ସେବା ଶିକ୍ଷକ ସମ୍ମାନ”ରେ 11 ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମ୍ମାନିତ କରାଯାଇ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରାଯାଇଥିଲା । ଏଥିରେ ଭଦ୍ରକ ଜିଲ୍ଲା ଗାୟତ୍ରୀ ପରିବାରର ମୁଖ୍ୟ ସମନ୍ୱୟକ ପ୍ରଦୀପ କୁମାର ନାୟକ ସଭାପତିତ୍ବ କରିଥିଲେ। ଭାରତୀୟ ସଂସ୍କୃତି ଜ୍ଞାନ ପରୀକ୍ଷା ର ଜିଲ୍ଲା ସଂଯୋଜକ କୁଶଦେଵ ମଲ୍ଲିକ ଅତିଥି ପରିଚୟ ପ୍ରଦାନ କରି ଏହି ବିଭାଗର ବିବରଣୀ ପାଠ କରିଥିଲେ। ନମିତା ମହାନ୍ତି ଓ କୌଶଲ୍ୟା ପ୍ରଧାନ ସ୍ବାଗତ ସଙ୍ଗୀତ ଗାନ କରିଥିଲେ। କେଦାରନାଥ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଭଦ୍ରକ ଜିଲ୍ଲା ଗାୟତ୍ରୀ ପରିବାର ର ବରିଷ୍ଠ ସାଧିକା ସାଧକ ଯଥା ନରେନ୍ଦ୍ର ନାଥ ବାରିକ, କାକଳି ଖଟୁଆ, କରୁଣାକର ସାମଲ, ଶ୍ରୀଧର ସାମଲ ସଞ୍ଜୀବ ପ୍ରଧାନ, ଆନନ୍ଦ ଚନ୍ଦ୍ର ନାୟକ, ମଞ୍ଜୁଲତା ଦାଶ, ଶ୍ରୀକାନ୍ତ ମହାଳିକ, ସୁଶାନ୍ତ ପଣ୍ଡା,ସାଫଲ୍ୟ ମହାଳିକ, ରମେଶ ଚନ୍ଦ୍ର ବେହେରା, ଦୁଃଶାସନ ଖଣ୍ଡେଇ, କୃଷ୍ଣ ଚନ୍ଦ୍ର ମହାରଣା ,ବିଦ୍ୟାଧର ଘଡେ଼ଇ, ଉମାକାନ୍ତ ମହାନ୍ତି, ଗୋକୁଳାନନ୍ଦ ରାଉତ, ପଦ୍ମାବତୀ ସାମଲ ମନୋରମା ପାଢ଼ୀ,ଲୋସନା ରାଉତ, ମଞ୍ଜୁଲତା ନାୟକ, ପ୍ରଣତି ମହାନ୍ତି, କୈଳାସ ଚନ୍ଦ୍ର ମହାନ୍ତି, କୈଳାସ ଚନ୍ଦ୍ର ସାହୁ, ଆଲୋକ ମୁଖାର୍ଜୀ, ଦେବଦତ୍ତ ରାଉତ, ସର୍ବେଶ୍ଵର ନାଥଏବଂ ଯୁବ ସାଧକ ମାନସ ସାମଲ, ହନୁମାନ ଗୁପ୍ତା, ଆଦି ଶତାଧିକ ପରିବାର ପରିଜନ ଏଥିରେ ଅଂଶଗ୍ରହଣ କରି ଉତ୍ସବଟିକୁ ସଫଳ କଲେ।