ଶହୀଦ ରଘୁ -ଦିବାକରଙ୍କ ଦେଶପ୍ରେମ ଓ ବଳିଦାନ ଚୀର ସ୍ମରଣୀୟ

ଭୁବନେଶ୍ୱର 05/04/26 ଶହୀଦ ରଘୁ -ଦିବାକରଙ୍କ ଆତ୍ମ ବଳିଦାନ, ଦେଶପ୍ରେମ ତଥା ବୀରତ୍ୱ ଇତିହାସର ସ୍ମୃତିପଟରେ ଆଜିବି ଉଜ୍ଜୀବିତ ହୋଇ ରହିଛି l 85 ତମ ବଳିଦାନ ଦିବସ ଅବସରରେ ମୁଖ୍ୟ ଅତିଥିଭାବେ ବରିଷ୍ଠ ସାମ୍ବାଦିକ, ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ ଉପସ୍ଥିତ ରହିବା ସହିତ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ସ୍ମୃତିଚାରଣ କରି ମତବ୍ୟକ୍ତ କରିଥିଲେ l ଶହୀଦ ରଘୁ -ଦିବାକର ସ୍ମୃତି ସଂସଦ, ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ତଥା ବିଭିନ୍ନ ସଂଗଠନ ମାନଙ୍କ ପକ୍ଷରୁ ସାଧାରଣ ସମ୍ପାଦକ ବ୍ରଜବଂଧୁ ପରିଡା, ମୁଖପାତ୍ର ଅରବିନ୍ଦ ତ୍ରିପାଠୀ, ଭାଷାପ୍ରାଣ ବିଜୟ କୁମାର ପ୍ରଧାନ, ମନୋରଞ୍ଜନ ମହାନ୍ତି, ରମେଶ ଚନ୍ଦ୍ର ପାତାଳ ସିଂ, ଚକ୍ରଧର ଦାସ, ଅଭୟ ସେନାପତି, ପ୍ରଫେସର ବାମନ ପରିଡା ପ୍ରମୁଖ ଉପସ୍ଥିତ ରହିବା ସହିତ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ l ଏହି ଅବସରରେ ଶିକ୍ଷାବିତ, ବରିଷ୍ଠ ଭାଷାପ୍ରାଣ କାମଦେବ ମହାପାତ୍ର ଓ ଯୁବ ନାଟ୍ୟକାର ଶ୍ରୀତମ କୁମାର ବରାଳଙ୍କୁ ଶହୀଦ ରଘୁ -ଦିବାକର ସ୍ମୃତି ସମ୍ମାନ -2026 ପ୍ରଦାନ କରାଯାଇଥିଲା l କାର୍ଯ୍ୟକ୍ରମକୁ ନାରାୟଣ ଖୁଣ୍ଟିଆ, ସମିତା ମହାରଣା, ଗିରିଜା ଶଙ୍କର ମହାପାତ୍ର, ରାମଚନ୍ଦ୍ର ଦାସ, କଣ୍ଡୁରୀ ଚରଣ ଦାସ, ଅମିତ ପାଲ ସିଂ ପରିଚାଳନା କରିଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page