ଛାତ ଫାଟି ଆଁ କରି ସିମେଣ୍ଟ ଅତଡା ଖସାଉଛି
କଳାହାଣ୍ଡି,୯|୪ (ପ୍ୟାରିଲାଲ ଦୁର୍ଗା ): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ସଂସ୍କୃତି ଭବନ ଏବେ ଘୋର ସମସ୍ୟା ଘେରରେ ରହିଥିବା ଦେଖିବାକୁ ମିଳିଛି ।ସଂସ୍କୃତି ଭବନ ଭିତରେ ରେ ଛାତ ଫାଟି ଆଁ କରିଥିବା ବେଳେ ରଡ଼ ଗୁଡିକ ଦେଖା ଦେଉଛି ।ଏପରିକି ଭିତରେ କା ଭା କିଛି ପଙ୍ଖା ଚାଲୁଥୁବା ବେଳେ କିଛି ପଙ୍ଖାର ରଡ଼ ଲଡ଼ ଲାଗିଛି ହେଲେ ଡେଣା ନାହିଁ । ଦୀର୍ଘ ୫ ବର୍ଷ ହେବ ମରାମତି ନ ହେବାରୁ ଶୋଚନୀୟ ଅବସ୍ଥାରେ ରହିଛି ।ଶୌଚାଳୟ ର ଅବସ୍ଥା ମଧ୍ଯ ଠିକ ନାହିଁ ଏପରିକି ସଂସ୍କୃତି ଭବନ ରେ କଲର ମଧ୍ଯ କରାଯାଉ ନାହିଁ ।ଲୋକେ ଏହି ସଂସ୍କୃତି ଭବନରେ ପ୍ରତିମାସରେ ସଭା ସମିତି , ବିବାହ କାର୍ଯ୍ୟ ଭଳି ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ । ମାତ୍ର ଏହାର ରକ୍ଷଣାବେକ୍ଷଣ ଠିକ ଭାବରେ ଏନଏସି କରୁ ନ ଥୂବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ବିବାହ ସମୟରେ ଡ୍ରେନେଜ ବ୍ୟବସ୍ଥା ଠିକ ଭାବରେ ମରାମତି କରାଯାଉନାହିଁ ।ଯାହା ଫଳରେ ବହୃତ ପାଣି ସବୁ ଆଡେ ମାଡି ଯାଇ କାର୍ଯ୍ୟକ୍ରମ ରେ ଅସୁବିଧା ଉପୁଜୁଛି ।ବିଜ୍ଞାପିତ ଅଞ୍ଚଳ ପରିଷଦ ଏହାର ସମସ୍ତ ଦାୟିତ୍ବ ବୁଝୁଥୁବା ବେଳେ ଏହାର ର ରକ୍ଷଣା ବେକ୍ଷଣ ଠିକ ଭାବରେ ହୋଇପାରୁନାହିଁ । ବର୍ତ୍ତମାନ ଟାଣ ଖରା ହେଉଥିବା ବେଳେ ସଂସ୍କୃତି ଭବନ ଭିତରେ
ଖରା ଓ ଗୁଲଗୁଳି ରୁ ରକ୍ଷା ପାଇବା ପାଇଁ ଭିତରେ ଏସି ଲଗାଇବା ନିତାନ୍ତ ଆବଶ୍ୟକ ମାତ୍ର ଭିତରେ ଏସି ଚାଲୁ ନାହିଁ । ଯାହା ଅଛି ତାହା ଅଚଳ ଅବସ୍ଥାରେ ପଡିରହିଛି । କହିବାକୁ ଗଲେ ଜୁନାଗଡ଼ ଏନଏସି ଏହି ସଂସ୍କୃତି ଭବନ ମାଧ୍ୟମରେ ମୋଟା ଅଙ୍କର ରାଜସ୍ବ ଆଦାୟ କରିଥାନ୍ତି ।କିନ୍ତୁ ବିଭାଗ ପକ୍ଷରୁ କିଛି କାମ କରାଯାଉନାହିଁ ।ଏହି ସଂସ୍କୃତି ଭବନରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ସେହି ମଧ୍ୟରୁ ସାଧାରଣ ମିଟିଂ ପାଇଁ ୨୦୦ ଟଙ୍କା,ଖାଦ୍ୟପେୟ ହେଲେ ୩୦୦୦ ଟଙ୍କା, ବିବାହ କାର୍ଯ୍ୟକ୍ରମରେ ୧୦,୦୦୦ ଟଙ୍କା ଏବଂ ଅନ୍ୟ ସାଜସଜ୍ଜା ପାଇଁ ୩୦୦୦ ଟଙ୍କା ଏହାର ଫିଜ ରହିଛି।ଯାହାଦ୍ବାରା ବର୍ଷକୁ ଲକ୍ଷ୍ୟାଧୂକ ଟଙ୍କା ରାଜସ୍ବ ଆଦାୟ ହୋଇଥାଏ।ହେଲେ ରକ୍ଷଣା ବେକ୍ଷଣ ପାଇଁ ଏନଏସି ଧ୍ୟାନ ଦେଉ ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏସଂକ୍ରାନ୍ତିରେ ଏନଏସି କାର୍ଯ୍ୟନିର୍ବାହୀ ଅଧୂକାରୀଙ୍କ ମତାମତ ଲୋଡ଼ାଯିବାରୁ ତାଙ୍କ ସହିତ ଯୋଗାଯୋଗ ହୋଇପାରି ନାହଁ |

ପ୍ୟାରିଲାଲ ଦୁର୍ଗା,କଳାହାଣ୍ଡି