ବେତନଟୀ ବ୍ଲକରେ ଜାତୀୟ ପଞ୍ଚାୟତରାଜ ଦିବସ ସମାରୋହ

ବେତନଟୀ: ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ପରିସରରେ ଗୁରୁବାର ଜାତୀୟ ପଞ୍ଚାୟତରାଜ ଦିବସ ପାଳିତ ହୋଇଯାଇଛି। ବେତନଟୀ ବ୍ଲକ ବିଡ଼ିଓ ସୁଶାନ୍ତ କୁମାର ସୁତାରଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଡ଼ସାହି ବିଧାୟକ ସନାତନ ବିଜୁଳି ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ। ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା କୌଶଲ୍ୟା ମାଝୀ, ଉପାଧ୍ୟକ୍ଷ ଦେବଦତ୍ତ ତିଆଡ଼ି, ଜିଲ୍ଲାପରିଷଦ ସଦସ୍ୟ ବିଶ୍ୱନାଥ ହେମ୍ବ୍ରମ, ବ୍ଲକ ଶିକ୍ଷା ଅଧିକାରୀ ବିପ୍ଳବ କର, ମଣ୍ଡଳ ସଭାପତି ରାଜୀବ ନନ୍ଦୀ, ଯୁବନେତା ଶାନ୍ତନୁ ପଣ୍ଡା, ବିକାଶ ଦାସ, ଚନ୍ଦ୍ର ଶେଖର ବେରା, ପୂର୍ବତନ ବ୍ଲକ ଉପାଧ୍ୟକ୍ଷା ଅମ୍ବିକା ବାରିକ, ନାରୀ ନେତ୍ରୀ ବାସନ୍ତୀ ନାୟକଙ୍କ ସମେତ ଅନେକ ଅତିଥି ଉପସ୍ଥିତ ରହିଥିଲେ। ପ୍ରାକ୍ତନ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ରମାକାନ୍ତ ମହାନ୍ତଙ୍କ ମଞ୍ଚପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ନୂତନ ଭାବେ ୫୨ଜଣକୁ ରାସନକାର୍ଡ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରାଯାଇଥିଲା। ୨୪ପଞ୍ଚାୟତ ମଧ୍ୟରୁ ସୁଶାସନ ଓ ଭଲ କାର୍ଯ୍ୟକଳାପ ପାଇଁ ୫ଟି ପଞ୍ଚାୟତର ସରପଞ୍ଚମାନଙ୍କୁ ପୁରସ୍କୃତ ସହ ସମ୍ମାନିତ କରାଯାଇଥିଲା। ସେମାନେ ହେଲେ ଆଗ୍ରିଆ, ସଠିଲୋ, ବୈଶିଙ୍ଗା, ପୁରୁଣିଆ, ରଘୁପୁର ପଞ୍ଚାୟତ । ଗତ ଥର ବ୍ଲକରେ ଅନ୍ତଦ୍ବୟ ଗୃହ ବଣ୍ଟନରେ ବାକି ରହିଥିବା ୧୦ ଜଣ ହିତାଧିକାରୀଙ୍କୁ ଗୃହ ବଣ୍ଟନ କରାଯାଇଥିଲା। ତତସହିତ ବ୍ଲକର ସନ୍ତରା ପଞ୍ଚାୟତ ଅଧିକାରୀଙ୍କୁ ତାଙ୍କର କାର୍ଯ୍ୟ ଦକ୍ଷତା ପାଇଁ ପୁରସ୍କୃତ କରାଯାଇଥିଲା।  ମନରେଗା ଯୋଜନରେ କାର୍ଯ୍ୟ କରିବାରେ କଳମା ପଞ୍ଚାୟତର ଟିମକୁ ପୁରସ୍କୃତ କରାଯାଇ ଥିଲା। ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ବେତନଟୀ ବ୍ଲକ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ସଫଳ ସହଯୋଗ କରିଥିଲେ। ପରିଶେଷରେ ପ୍ରାକ୍ତନ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ। କାର୍ଯ୍ୟକ୍ରମରେ ଆଶା, ଅଙ୍ଗନବାଡି, ମିଶନଶକ୍ତି ର ଶତାଧିକ ମହିଳାମାନେ ଉପସ୍ଥିତ ଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page