ଚିଲିକା, ୭।୫: ଭଗବାନ ଶ୍ରୀ ଶ୍ରୀ ସତ୍ୟସାଇ ବାବାଙ୍କ ଆଶ୍ରିତ ରାଜକିଶୋର ମହାପାତ୍ର ଆଉ ନାହିଁନ୍ତି । ଆଜି ନିଜ ଜନ୍ମ ସ୍ଥାନ ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ରଣପୁରସ୍ଥ ବାସଭବନ ଠାରେ ତାଙ୍କର ପରଲୋକ ହୋଇଯାଇଅଛି । ମୃତ୍ୟୁ ସମୟକୁ ତାଙ୍କୁ ୭ ବର୍ଷ ବୟସ ହୋଇଥିଲା । ସେ ଅଳ୍ପ ଦିନ ହେବ ଶର୍ଯ୍ୟାଶାୟୀ ଥିଲେ । ସାଇ ସଂଗଠନରେ ସେ ସମସ୍ତଙ୍କର ପ୍ରିୟ ରାଜ ଭାଇ ଭାବେ ପରିଚିତ ।ସେ ଜଣେ ଭଦ୍ର । ଅମାୟିକ , ସ୍ନେହିଁ, ବନ୍ଧୁ ବସ୍ଥଳ ଓ ପରୋପକାରୀ ବ୍ୟକ୍ତି ଥିଲେ । ସେ ଭଗବାନ ଶ୍ରୀ ଶ୍ରୀ ସତ୍ୟସାଇ ବାବାଙ୍କ ଆଶ୍ରିତ ଥିବା ଯୋଗୁଁ ଅଖଣ୍ଡ ପୁରୀ ଜିଲ୍ଲା ସାଇ ସଂଗଠନର ଯେ କୌଣସି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ସହ ଜଣେ ଅଗ୍ରଗାମୀ ସାଇ ଭଜନ ଗାୟକ ଭାବେ ସମସ୍ତଙ୍କ ପାଖରେ ସୁପରିଚିତ ଥିଲେ ।

ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ଦୁଇପୁତ୍ର, ପୁତ୍ରବଧୂ, କନ୍ୟା ଓ ଆତ୍ମିୟ ସୋଜନ ଉପସ୍ଥିତ ଥିଲେ । ତାଙ୍କ ମର ଶରୀରକୁ ଏକ ଶୋଭାଯାତ୍ରା ରେ ନିଆଯାଇ ଗ୍ରାମ୍ୟ ଶ୍ମଶାନ ଠାରେ ଶବ ସତ୍କାର କରାଯାଇଥିଲା । ଜ୍ୟେଷ୍ଠପୁତ୍ର ମାନସ ମୁଖାଗ୍ନି ଦେଇଥିଲ । ତାଙ୍କ ବିୟୋଗରେ ଖୋର୍ଦ୍ଧା ଜିଲ୍ଲା ସାଇ ସଂଗଠନର ସଭାପତି ବ୍ରଜସୁନ୍ଦର ମିଶ୍ର , ଜିଲ୍ଲା ସେବାଦଳ ସଂଗଠକ ରାଜକିଶୋର ଭୋପା ଓ ବାଣପୁର ସମିତି ଆବାହକ ବିଭୂତି ଭୂଷଣ ଘଡେଇ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ଆତ୍ମାର ସଦଗତି କାମନା କରିଛନ୍ତି ।

ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି