ଶବ ସତ୍କାର ରୁ ସ୍ୱଛତା ସବୁଥିରେ ଆଗୁଆ

:-ଯେଉଁଠି ପ୍ରଶାସନ ପହଂଚେନି, ସେଠି ପହଞ୍ଚେ ‘ସବୁଜ ଶାଖା “
:-“ସବୁଜ ଶାଖା “ହେଲା “ପ୍ରକୃତି ମିତ୍ର “
:-ଦିବାକର ଛାଟୋଇ ଙ୍କ ଆଦର୍ଶ ରେ ଆଗେଇ ଚାଲିଛି “ସବୁଜ ଶାଖା “
କାକଟପୁର:-୦୮/୦୬:-ବିଶ୍ୱ ପରିବେଶ ଦିବସ ଅବସରରେ ପୁରୀ ସ୍ଥିତ ବ୍ଲୁ ଫ୍ଲାଗ ବିଚ ଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ସମାରୋହ ରେ ଅସ୍ତରଙ୍ଗ ବ୍ଲକର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ “ସବୁଜ ଶାଖା “କୁ ମର୍ଯ୍ୟାଦାଜନକ “ପ୍ରକୃତି ମିତ୍ର “ପୁରସ୍କାରରେ ସଂମ୍ମାନିତ କରାଯାଇଛି। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ପୁରୀ ବନଖଣ୍ଡ ଅଧିକାରୀ ଧନଜୀ ରାଓସ ମଗର ଙ୍କ ହାତରୁ କ୍ଲବ ସଭାପତି ଶ୍ରୀଯୁକ୍ତ ରମାକାନ୍ତ ବସ୍ତିୟା ୨୦ହଜାର ଟଙ୍କା ପୁରସ୍କାର ରାଶି ଓ ମାନପତ୍ର ଗ୍ରହଣ କରିଛନ୍ତି। ସ୍ୱଛତା ପାଇଁ ସଂକଳ୍ପ ନେଇଥିବା “ସବୁଜ ଶାଖା “ପ୍ରତ୍ୟେକ ମାସର ଶେଷ ଗୁରୁବାର ଦିନ କ୍ଲବର ୫୦ରୁ ଉର୍ଦ୍ଧ ସଦସ୍ୟ ଙ୍କୁ ନେଇ ଅସ୍ତରଙ୍ଗ ମୁଖ୍ୟ ବଜାର ଓ ଜନଗହଳି ପୂର୍ଣ୍ଣ ସ୍ଥାନ ସଫେଇ କରିଥାନ୍ତି। ପ୍ଲାଷ୍ଟିକ ବର୍ଜନ ସଚେତନତା ହୋଲି ରେ, ଡ୍ରେନ ସଫେଇ, ବ୍ଲିଚିଂ ସିଞ୍ଚନ କରି” ସ୍ୱଚ୍ଛ ଅସ୍ତରଙ୍ଗ, ସବୁଜ ଅସ୍ତରଙ୍ଗ ଗଠନ ଦିଗରେ କାମ କରୁଛନ୍ତି ଦୀର୍ଘ ବର୍ଷ ହେବ। ଏହା ଶହ ସମୁଦ୍ର କ୍ଷୟ ରୋକିବା ଓ ମାଛଙ୍କ ପ୍ରଜନନ ସ୍ଥଳୀ ସୁରକ୍ଷା ପାଇଁ ଦେବୀ ନଦୀ ମୁହାଁଣ ରେ ଅନୁଷ୍ଠାନ ୧୦ହଜାର ରୁ ଉର୍ଦ୍ଧ ଅଧିକ ହେନ୍ତାଳ ବୃକ୍ଷ ରୋପଣ କରିଛନ୍ତି। ଏହା ବାତ୍ୟା ସମୟରେ ଉପକୂଳ କୁ ସୁରକ୍ଷା ଦେବା ଶହ ଜୈବ ବିବିଧତା ବୃଦ୍ଧି କରୁଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଅସହାୟ, ସ୍ଥାନୀୟ ଅଞ୍ଚଳ ବ୍ୟକ୍ତି ବିଶେଷ ଓ ଆର୍ଥିକ ଅନଗ୍ରସର ଲୋକଙ୍କ ମୃତ୍ୟୁ ହେଲେ “ସବୁଜ ଶାଖା “ସଦସ୍ୟ ମାନେ ନିଜ ଖର୍ଚ୍ଚରେ ଶବ ସତ୍କାର କରନ୍ତି। କୋଭିଡ ମହାମାରୀ ସମୟରେ ମଧ୍ୟ ଜୀବନ କୁ ବାଜି ଲଗାଇ ସେବା ଯୋଗାଇଥିଲେ। ଆଜି ଯାଏଁ ୧ଶହ ରୁ ଉର୍ଦ୍ଧ ଶବ କୁ ସଂମ୍ମାନର ଶହ ସତ୍କାର କରିସାରିଲେଣି।

ଗରିବ ଛାତ୍ର ଛାତ୍ରୀ ଙ୍କୁ ପାଠ୍ୟ ଉପକରଣ, ରୋଗୀଙ୍କୁ ଚିକିତ୍ସା ସହାୟତା, ଶୀତରେ କମ୍ବଳ ବଣ୍ଟନ, ବନ୍ୟା -ବାତ୍ୟାରେ ରିଲିଫ, ରକ୍ତଦାନ ଶିବିର ଓ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରି ଅନୁଷ୍ଠାନ ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛି ଯାହାକି ସବୁଠୁ ମାନବିକତାର ମିଶାଲ କୁହାଯାଏ। ଏ ନେଇ ପୁରସ୍କାର ବିତରଣ ଉତ୍ସବରେ ପୁରୀ ବନଖଣ୍ଡ ଅଧିକାରୀ କହିଥିଲେ “ସବୁଜ ଶାଖା “କେବଳ ଗଛ ଲଗାଉ ନାହାନ୍ତି, ମଣିଷ ଭିତରେ ମାନବିକତା ଓ ପ୍ରକୃତି ପ୍ରତି ଦାୟିତ୍ୱବୋଧ ଯୋଗାଉଛନ୍ତି। ଏମାନେ ହିଁ ପ୍ରକୃତ “ପ୍ରକୃତି ମିତ୍ର “। କ୍ଲବ ର ସଭାପତି ଶ୍ରୀଯୁକ୍ତ ରମାକାନ୍ତ ବସ୍ତିୟା କହିଛନ୍ତି ;ଆମର ଉପଦେଷ୍ଟା ଦିବାକର ଛାଟୋଇ ଙ୍କ ଆଦର୍ଶ ଓ ପ୍ରେରଣା ରେ ସମସ୍ତ ସଦସ୍ୟ ଆଗକୁ ବଢୁଛନ୍ତି। ସେବା ହିଁ ସଂକଳ୍ପ “ଆମର ମୂଳମନ୍ତ୍ର। ଏହି ପୁରସ୍କାର ରାଶି ୨୦ହଜାର ଟଙ୍କା କୁ ଆମେ ଆହୁରି ୨ହଜାର ହେନ୍ତାଳ ଚାରା କିଣିବା ଓ ୫ଟି ଗରିବ ପରିବାର ର ଚିକିତ୍ସା ପାଇଁ ଖର୍ଚ୍ଚ କରିବୁ। ଆଗାମୀ ବର୍ଷ ଭିତରେ ୫୦ହଜାର ବୃକ୍ଷ ରୋପଣ ଆମର ଲକ୍ଷ୍ୟ। ଏଥିରୁ “ସବୁଜ ଶାଖା “ପ୍ରମାଣ କରିଛି ବୟସ ନୁହେଁ, ଇଚ୍ଛା ଶକ୍ତି ଦରକାର। ସରକାରୀ ସହାୟତା କୁ ଅପେକ୍ଷା ନକରି ନିଜେ ଆଗେଇ ଆସିଲେ ପରିବର୍ତ୍ତନ ସମ୍ଭବ। ଏହି ବାର୍ତ୍ତା ଆଜିର ଯୁବପୀଢ଼ି ଙ୍କୁ ନୂଆ ଦିଗ ଦେବ।ପୁରସ୍କାର ବିତରଣ ସମୟରେ କ୍ଲବର ସଦସ୍ୟ ଦୁର୍ଗା ଚରଣ ମହାରଣା, କେଳୁ ଚରଣ ଓଝା ପ୍ରମୁଖ ଉପସ୍ଥିତ ଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page