ଘୋଟାଲାର ସ୍ୱତନ୍ତ୍ର ତଦନ୍ତ ବେଳେ ଅଭିଭାବକ ମହାସଂଘର ପରାମର୍ଶ ପାଇଁ ଅଧ୍ୟକ୍ଷଙ୍କ ପ୍ରତିଶୃତି

ଭୁବନେଶ୍ୱର ତା 8 ରିଖ l  ଓଡ଼ିଶା ଅଭିଭାବକ ମହାସଂଘ ତରଫରୁ ଆଜି ସିଏଚ୍‌ଏସ୍‌ଇ କାର୍ଯ୍ୟାଳୟ ସମ୍ମୁଖରେ ପରୀକ୍ଷା ଖାତା ମୂଲ୍ୟାୟନ ଘୋଟାଲାର ବିଚାରବିଭାଗୀୟ ତଦନ୍ତ ଦାବୀରେ ଆମରଣ ଅନଶନରେ ବସିଥିଲା l ସର୍ବ ଭାରତୀୟ ସ୍ତରରେ ନିଟ, ସିବି ଏସଇ ଏବଂ ସିୟୁଇଟି ପରୀକ୍ଷାରେ ବିଭ୍ରାଟ ଓ ମୂଲ୍ୟାୟନ ତ୍ରୁଟି କୁ ନେଇ ବର୍ତମାନ ଲକ୍ଷ ଲକ୍ଷ ଅଭିଭାବକ ଓ ଛାତ୍ର ଛାତ୍ରୀ ଭବିଷ୍ୟତ ପଦପେକ୍ଷକୁ ନେଇ ଆଶା ଆଶଙ୍କା ଓ ସନ୍ଦିହାନ ଅବସ୍ଥାରେ  ଅଛନ୍ତି l ଆନ୍ଧ୍ର ପ୍ରଦେଶରେ ମୂଲ୍ୟାୟନ ତ୍ରୁଟି ଯୋଗୁଁ 18 ଜଣ ପିଲାଙ୍କ ଆତ୍ମହତ୍ୟା ଭଳି ଦୁର୍ଘଟଣା ପାଇଁ ଦାୟୀ ବ୍ଲାକ ଲିଷ୍ଟଏଡ କମ୍ପାନୀ ଗ୍ଲୋବାରୀନା ଇନ୍ଫୋଟେକ ର ପରିବର୍ତ୍ତିତ ରୁପ “COEMPT EDUTECK କମ୍ପାନୀକୁ କେଉଁ ଅlଧlରରେ ସରକାର ଓ ସିଏଚ୍‌ଏସ୍‌ଇ କର୍ତ୍ତୃପକ୍ଷ ମୂଲ୍ୟାୟନ ଦାୟିତ୍ୱ ଦେଇଥିଲେ l ତାଠୁ ଆହୁରି ସଂଗୀନ କଥା ହେଲା କି coempt edutek ବିନା ଅନୁମୋଦନରେ ଆଉ ଗୋଟିଏ ତୃତୀୟ ପକ୍ଷ କମ୍ପାନୀ  “ଏମ ଏସ କୋଡ଼ ତନ୍ତ୍ର ଟେକ ସାଲ୍ୟୁସନ” କୁ ମୂଲ୍ୟାୟନ କାର୍ଯ୍ୟ ଦେଇଛି? ଏହା CBSE, NEET ଠୁ ବଡ଼ ଘୋଟାଲା। ଜଣେ ଛାତ୍ର ସିଏଚ୍‌ଏସ୍‌ଇ ବୋର୍ଡ ପରୀକ୍ଷାରେ ୧00 ଫୁଲମାର୍କ  ରୁ ୧୦୨ ନମ୍ବର ପାଇଛି l ତ୍ରୁଟି ର ଏହା ଜ୍ୱଳନ୍ତ ଉଦାହରଣ l ହଜାର ହଜାର ପିଲା ମୂଲ୍ୟାୟନ ତ୍ରୁଟିର ଗୁରୁତର ଅଭିଯୋଗ ଆଣିଛନ୍ତି l । 2025 ଡିସେମ୍ବରରେ ସି ଏଚ ଏସ ଇ ଡ଼ାକିଥିବା ଟେଣ୍ଡର ରେ 12 ଜଣ ସାମିଲ ହୋଇଥିଲେ l ହେଲେ ସେମାନଙ୍କ ଭିତରୁ କେବଳ କୋଏଣ୍ଟ ଏଡ଼ୁକେଟ ଓ ମାଗ୍ନେଟିକ ଇନ୍ଫୋଟେକ ଦୁଇଟି ସଂସ୍ଥା ଯୋଗ୍ୟ ହୋଇଥିଲେ l ଏଠାରେ ପ୍ରଶ୍ନ ଉଠୁଛି କି ଯାହାର ମାତ୍ର 6 ବର୍ଷ ର ଅଭିଜ୍ଞତା ଅଛି କେମିତି ଓ କେଉଁ ଅନ୍ତର୍ନିହିତ କାରଣ ଓ କାହା ପ୍ରରୋଚନା କି କେଉଁ ଉଦ୍ୟେଶ୍ୟରେ  ସର୍ବନିମ୍ନ 15 ବର୍ଷ ଅଭିଜ୍ଞତା କୁ ଅଣଦେଖା କରି 2019 ରେ ଗଠିତ ମାତ୍ର COEMPT EduTekକୁ ଓଡ଼ିଶାରେ ସୁରକ୍ଷା ଦିଆଯାଉଛି ବୋଲି ପ୍ରଶ୍ନ କରିଛି ମହାସଂଘ l ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ସୁରକ୍ଷା ସହ ଏହି ଘୋଟଲା ବିଚାର ବିଭାଗୀୟ ତଦନ୍ତ ଦାବୀରେ ଓଡିଶା ଅଭିଭାବକ ମହାସଂଘର ଅନଶନ ଚାଲୁଥିବା ବେଳେ ସଭାପତି ବାସୁଦେବ ଭଟ୍ଟ, କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ, ମହାସଚିବ ଅଶୋକ ପାଇକରାୟ, ସାଧାରଣ ସମ୍ପାଦକ ସତ୍ୟଜିତ ଦାସଙ୍କୁ ନେଇ ଏକ ପ୍ରତିନିଧି ମଣ୍ଡଳୀ ପରିଷଦ ଅଧକ୍ଷ ଙ୍କ ସହ .. ଆଲୋଚନା କରିଥିଲେ l ଆଲୋଚନା ବେଳେ ପରିଷଦ ଏକ ସ୍ୱତନ୍ତ୍ର ତଦନ୍ତ ତୁରନ୍ତ ଆରମ୍ଭ କରିବ ସେଥିରେ ଅଭିଭାବକ ମହାସଂଘକୁ ସାମିଲ କରି ପରାମର୍ଶ ନେଇ କାର୍ଯ୍ୟ କରିବାକୁ ନିଷ୍ପତି ହୋଇଥିଲା l ଆଜିର ଏହି ଅନଶନ ରେ ପଦ୍ମନାଭ ସାହୁ,ଅରୁଣ ସ୍ୱାଇଁ,କଳ୍ପନା ସାହୁ,ବିମଲ ଜେନା, ବାବୁଲି ସୁବ୍ରତ ସାହୁ, ଶଙ୍କର୍ଷଣ ବାରିକ,ଲଲାଟ ଜେନା,ବାବା ଶଙ୍କର ପ୍ରସାଦ, ଅମିତ ଦାସ,ବିଭୁତି ବିଶ୍ୱାଳଙ୍କ ସମେତ ଅନେକ ଅଭିଭାବକ ଯୋଗ ଦେଇଥିଲେ

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page