ବୋଲଗଡ଼ ବ୍ଲକସ୍ତରୀୟ ଅବସର ପ୍ରାପ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଶିକ୍ଷା କର୍ମଚାରୀମାନଙ୍କୁ ସମ୍ବଦ୍ଧନା

ଚିଲିକା, ୬।୯: ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ଓ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ଲୋକନାଥ ସାହୁଙ୍କ ଆବାହକତ୍ୱରେ ପବିତ୍ର ଗୁରୁଦିବସ ଉପଲକ୍ଷେ ଅବସରପ୍ରାପ୍ତ ବ୍ଲକ ସ୍ତରୀୟ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀମାନଙ୍କର ସମ୍ବର୍ଦ୍ଧନା ଉତ୍ସବ ରାମପୁର ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛ । ଶିକ୍ଷକ ନେତା ପ୍ରଫୁଲ୍ଲ ସିଂହ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସମାଜସେବୀ ପୂର୍ଣ୍ଣ ଚନ୍ଦ୍ର ବେହେରା, ମୁଖ୍ୟ ବକ୍ତା ଭାବେ ଉତ୍କଳ ସ୍ୱାଭିମାନ ମଞ୍ଚ ର ସଭାପତି ରାଧାକାନ୍ତ ଦାଶ, ସ୍ଵତନ୍ତ୍ର ଅତିଥି ଭାବେ ଉକ୍ତ ସ୍ବାଭିମାନ ମଞ୍ଚ ର ସମ୍ପାଦକ ଡ. ପ୍ରଭାକର ତ୍ରୀପାଠୀ ,ସମ୍ମାନୀତ ଅତିଥି ଭାବେ ବୋଲଗଡ ଶୈକ୍ଷିକ ଉନ୍ନୟନ ପରିଷଦର ଉପଦେଷ୍ଟା ପଦ୍ମ ଚରଣ ବେହେରା ଓ ସମ୍ମାନୀତ ଅତିଥ୍ ଭାବେ ମଣ୍ଡଳ ସାଧନ କେନ୍ଦ୍ର ସଂଯୋଜକ କୈଳାଶ ନାଥ ସ୍ୱାଇଁ ,ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ନୀରଞ୍ଜନ ନାୟକ, ବୋଲଗଡ ମଣ୍ଡଳ ଓଷ୍ଟା ସଭାପତି ସୀତାକାନ୍ତ ମିଶ୍ର , ବୋଲଗଡ଼ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ମଳୟ କୁମାର ପଣ୍ଡା,ଶିକ୍ଷକ ନେତା ଶୈଲେନ ପଟନାୟକ , ସ୍କୁଲ ପରିଚାଳନା କମିଟି ସଭାପତି ସୁଧାକର ମହାରଣା , ପଞ୍ଚ ସଖା ଶିକ୍ଷା ସେତୁ ସଙ୍ଗଠନର ଅଧ୍ୟକ୍ଷ ଆଦିକନ୍ଦ ଦଳାଇ ପ୍ରମୁଖ ଯୋଗ ଦେଇଥିଲେ ।

ଏହି ଅବସରରେ ବିଦ୍ୟାଳୟ ପରିସରରେ ନିମନ୍ତ୍ରିତ ଅତିଥି ପଣ୍ଡିତ ଗୋପବନ୍ଧୁ ଦାସ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଉତ୍କଳ ଗୌରବ ମଧୁସୂଦନ ଦାସ ପ୍ରମୁଖ ମହାପୁରୁଷମାନଙ୍କର ପ୍ରତିମୂର୍ତ୍ତି ଗୁଡ଼ିକୁ ଉନ୍ମୋଚନ କରିଥିଲେ। ନିମନ୍ତ୍ରିତ ଅତିଥି ମାନେ ୪0 ଜଣ ଅବସରକାଳୀନ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀଙ୍କୁ ଉତ୍ତରୀୟ, ଫୁଲତୋଡା ଓ ମାନପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ ।ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନମୋହନ କହଲସିଂହ ସ୍ୱାଗତ ଭାଷଣ ଓ ଶିକ୍ଷକ ପ୍ରଫୁଲ୍ଲ ସିଂହ ଅତିଥି ପରିଚୟ ପ୍ରଦାନ କରିଥିଲେ । ପରିଶେଷରେ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ସନ୍ତୋଷ କୁମାର ସାମଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page