ବଲାଙ୍ଗିର ସାମ୍ବାଦିକ ସଂଘର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ଯର ଶୁଭ ଉଦ୍ଘାଟନ

ବଲାଙ୍ଗୀର: ବଲାଙ୍ଗୀର ପୌର ପରିଷଦ ପାଣ୍ଠିରୁ ନିର୍ମିତ ସାମ୍ବାଦିକ ସଂଘର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ଯର ଶୁଭ ଉଦ୍ଘାଟନ କରିଛନ୍ତି ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓ l ସାମ୍ବାଦିକ ଭବନ ଠାରେ ୧୫ ଲକ୍ଷ ଟଙ୍କା ସରକାରୀ ଅନୁଦାନରେ ସାମ୍ବାଦିକ ଭବନ ର ବିଭିନ୍ନ ଉନ୍ନୟନମୂଳକ କାମ କରାଯିବ l ସାମ୍ବାଦିକ ସଂଘର ସଭାପତି ଶିବପ୍ରସାଦ ପରିଡା ଓ ସମ୍ପାଦକ ଶିଶିର କାନ୍ତ ସତପଥୀଙ୍କ ଆବାହକତ୍ବରେ ଅନୁଷ୍ଠିତ ଏହି ଉଦଘାଟନୀ ସଭାରେ ସମ୍ମାନିତ ଅତିଥି ଭାବରେ ବଲାଙ୍ଗୀର ମୁନିସିପାଲିଟି ପୌରାଧ୍ୟକ୍ଷା ଲିକା ସାହୁ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମ୍ବାଦିକ ସଂଘ ର ସମସ୍ତ ସଭ୍ଯ ଉପସ୍ଥିତ ଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News