ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ଗଲା ରତ୍ନ ଭଣ୍ଡାର ଅଳଙ୍କାର

ଖୋଲିଛି ଶ୍ରୀମନ୍ଦିରର ଉଭୟ ବାହାର ଓ ଭିତର ରତ୍ନଭଣ୍ଡାର। ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ନେତୃତ୍ୱରେ ୧୧ଜଣିଆ କମିଟି, ରତ୍ନଭଣ୍ଡାର ତଦାରଖ ପାଇଁ ଭିତରକୁ ଯାଇ ଅନୁଧ୍ୟାନ କରିଛନ୍ତି। ବାହାର ଭଣ୍ଡାର ତାଲା ଚାବିରେ ଖୋଲିଥିବାବେଳେ ଭିତର ଭଣ୍ଡାର ତାଲା ଭଙ୍ଗା ଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ବାହାର ଭଣ୍ଡାର ରତ୍ନ ଅଳଙ୍କାର ସବୁ ସ୍ଥାନାନ୍ତର ହୋଇଛି। ଭିତର ଭଣ୍ଡାର ସିନ୍ଦୁକ ଓ ଆଲମାରୀରେ ଥିବା ଅଳଙ୍କାର ସବୁର ସ୍ଥାନାନ୍ତର ରଥଯାତ୍ରା ପରେ ଆଉ କୌଣସି ଏକ ଦିନ ହେବ। ବାହାର ରତ୍ନଭଣ୍ଡାର ସହଜରେ ଖୋଲିଗଲା। ହେଲେ ଭିତର ଭଣ୍ଡାର ତାଲା ଖୋଲିବାକୁ ନାକେଦମ୍ ହେବାକୁ ପଡ଼ିଲI I ଶେଷରେ ତିନିଟି ଯାକ ତାଲା ଭଙ୍ଗା ଗଲା। ବାହାର ଭଣ୍ଡାରର ଅଳଙ୍କାର ସିଫ୍ଟ ହେଲା। ପ୍ରଚଣ୍ଡ ଆବେଗ, ପ୍ରବଳ ଉତ୍କଣ୍ଠା ଭିତରେ ଖୋଲିଛି ମହାପ୍ରଭୁ ଜଗନ୍ନାଥଙ୍କ ଦୁର୍ଲଭା ରତ୍ନଭଣ୍ଡାର। ମାହେନ୍ଦ୍ର ବେଳା ଦିନ ଗୋଟାଏ ୨୮ ମିନିଟ୍। ସେଇ ଶୁଭ ମୁହୂର୍ତ୍ତରେ ମହାପ୍ରଭୁ ଜଗନ୍ନାଥଙ୍କ ଦୁର୍ଭେଦ୍ୟ ରତ୍ନଭଣ୍ଡାର ଅନୁଧ୍ୟାନ ପାଇଁ ପଶିଥିଲେ ୧୧ ଜଣିଆ କମିଟି। ଦୀର୍ଘ ୪ଘଣ୍ଟା ଧରି ଅନୁଧ୍ୟାନ କରିବା ପରେ ଉତ୍କଣ୍ଠାନର ଅବସାନ ଘଟାଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ, ଗଣମାଧ୍ୟମକୁ ବିସ୍ତୃତ ସୂଚନା ଦେଇ କହିଥିଲେ, ଯେହେତୁ ପୁରୀ ଟ୍ରେଜେରିରୁ ଆସିଥିବା ଚାବିରେ ଭିତର ଭଣ୍ଡାରର କୌଣସି ଗୋଟିଏ ବି ତାଲା ଖୋଲିଲା ନାହିଁ। ଏସଓପି ଅନୁସାରେ ସମସ୍ତ ତାଲା ଭାଙ୍ଗି ଭିତର ଭଣ୍ଡାର ଖୋଲାଗଲା। ବାହାର ଭଣ୍ଡାରର ସମସ୍ତ ଅଳଙ୍କାର ଆଜି ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମକୁ ସ୍ଥାନାନ୍ତର ହୋଇଯାଇଛି। ଚାଙ୍ଗଡ଼ା ଘର, ଫୁଲ ଘରେ ଏହି ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍ କରାଯାଇଛି। ବାହାର ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତରଣ ପରେ ଏହାକୁ ସିଲ୍ କରାଯାଇଛି। ତେବେ ସମୟ ଅଭାବରୁ ଭିତର ରତ୍ନଭଣ୍ଡାର ଅଳଙ୍କାର ଆଦୌ ସ୍ଥାନାନ୍ତରଣ ହୋଇନି। କିନ୍ତୁ ଭିତର ଭଣ୍ଡାର ଅଳଙ୍କାର ସବୁ ସିନ୍ଦୁକ ଓ ଆଲମାରୀରେ ରହିଥିବା କମିଟି ଦେଖିବାକୁ ପାଇଛି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News