ଆବୁଧାବିରେ ପ୍ରଥମ ହିନ୍ଦୁ ମନ୍ଦିର ଉଦ୍ଘାଟିତ

New Delhi: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁଏଇରେ ପ୍ରଥମ ହିନ୍ଦୁ ମନ୍ଦିର ଉଦଘାଟନ କରିଛନ୍ତି । ଏହି ମନ୍ଦିରକୁ ଅଯୋଧ୍ୟା ରାମ ମନ୍ଦିର ପରି ନାଗର ଶୈଳୀରେ ନିର୍ମାଣ କରାଯାଇଛି । ପ୍ରାୟ ୨୭ ଏକର ଜମିରେ ନିର୍ମିତ ଏହି ମନ୍ଦିର ପାଇଁ ୭୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ମନ୍ଦିର ପାଇଁ ଆବଶ୍ୟକୀୟ ଜମିକୁ ୟୁଏଇ ଦାନ ରୂପେ ଦେଇଛି । ମନ୍ଦିରରେ ମୂର୍ତ୍ତିଙ୍କ ପ୍ରାଣ ପ୍ରତିଷ୍ଠା ବୁଧବାର ସାକଳୁ ଆରମ୍ଭ ହୋଇଥିଲା । ପ୍ରଧାନମନ୍ତ୍ରୀ ମୋଦୀ ସଂଧ୍ୟାରେ ଭବ୍ୟ ମନ୍ଦିରର ଉଦଘାଟନର ସମାରୋହର ନେତୃତ୍ୱ ନେଇଥିଲେ । ଯାହା ଫେବ୍ରୁଆରୀ ୧୦ରେ ମନ୍ଦିରରେ ଆରମ୍ଭ ହୋଇଥିବା ସଦ୍ଭାବନା ମହୋତ୍ସବର ସମାପନର ପ୍ରତୀକ ଥିଲା । ଏହି ମନ୍ଦିରକୁ ଦୁବାଇ-ଆବୁ ଧାବି ଶେଖ ଜାୟେଦ ହାଇୱେରେ ଅଲ ରହବା ନିକଟରେ ବୋଚାସନବାସୀ ଶ୍ରୀ ଅକ୍ଷର ପୁରୁଷୋତ୍ତମ ସ୍ୱାମୀନାରାୟଣ ସଂସ୍ଥା (ବିଏପିଏସ) ଦ୍ୱାରା ନିର୍ମାଣ କରାଯାଇଛି । ମନ୍ଦିରରେ ସାତଟି ଶିଖର କରାଯାଇଛି । ଏହା ୟୁଏଇର ସାତ ଅମିରାତର ପ୍ରତିନିଧିତ୍ୱ କରୁଛି । ମନ୍ଦିରରେ ସାତ ଶିଖରରେ ଭଗବାନ ରାମ, ଭଗବାନ ଶିବ, ଭଗବାନ ଜଗନ୍ନାଥ, ଭଗବାନ କୃଷ୍ଣ, ଭଗବାନ ସ୍ୱାମୀନାରାୟଣ, ତିରୁପତି ବାଲାଜୀ ଏବଂ ଭଗବାନ ଅୟପ୍ପାଙ୍କ ମୂର୍ତ୍ତିଅଛି । ମନ୍ଦିରରେ ରାମାୟଣ ଏବଂ ମହାଭାରତ ସହ ଭାରତର ୧୫ କାହାଣୀ ବ୍ୟତିତ ମାୟା, ଏଜଟେକ୍, ମିଶର, ଅରବି, ୟୁରୋପୀୟ, ଚୀନ ଏବଂ ଆଫ୍ରିକୀୟ ସଭ୍ୟତାର କାହାଣୀକୁ ଦର୍ଶାଉଛି । ମନ୍ଦିରରେ ଶାନ୍ତିର ଗମ୍ୱୁଜ ଏବଂ ସଦ୍ଭାର ଗମ୍ୱୁଜ ମଧ୍ୟ ନିର୍ମାଣ କରାଯାଇଛି । ବିଏପିଏସର ଅନ୍ତରାଷ୍ଟ୍ରୀୟ ଲୋକସମ୍ପର୍କ ମୁଖ୍ୟ ସ୍ୱାମୀ ବ୍ରହ୍ମବିହରି ଦାସ କହିଛନ୍ତି ଯେ ଏହି ଶିଖରଗୁଡିକର ଉଦେ୍ଦଶ୍ୟ ବହୁସାଂସ୍କୃତିକ ପରିଦୃଶ୍ୟରେ ଏକତା ଏବଂ ସଦଭାବକୁ ପ୍ରୋତ୍ସାହିତ କରିବା । ମୋଟ ୧୦୮ ଫୁଟ୍ ଉଚ୍ଚ ମନ୍ଦିରର ଅଞ୍ଚଳରେ ବିଭିନ୍ନ ସମୁଦାୟକୁ ସାଂସ୍କୃତିକ ଏକୀକରଣ ପାଇଁ ମାର୍ଗ ପ୍ରଶସ୍ତ କରିବ । ଆୟୋଜକ ଦେଶକୁ ସମାନ ପ୍ରତିନିଧିତ୍ୱ ଦେବା ପାଇଁ ଭାରତୀୟ ପୌରାଣିକ କଥାରେ ହାତୀ, ଓଟ ଏବଂ ସିଂହ ପରି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରଖୁଥିବା ଜୀବଙ୍କ ସହ ୟୁଏଇର ରାଷ୍ଟ୍ରୀୟ ପକ୍ଷୀ ଚିଲକୁ ମଧ୍ୟ ମନ୍ଦିର ଡିଜାଇନରେ ସାମିଲ କରାଯାଇଛି । ମନ୍ଦିର ନିର୍ମାଣରେ ପ୍ରାୟ ୧୮ ଲକ୍ଷ ଇଟା ବ୍ୟବହାର କରାଯାଇଛି । ମନ୍ଦିରର ଭବ୍ୟତାକୁ ବଢାଇବା ପାଇଁ ଏଥିରେ ଧଳା ମାର୍ବଲ ବ୍ୟବହାର କରାଯାଇଛି । ମନ୍ଦିରରେ ୪୦୨ଟି ସ୍ତମ୍ଭ ରହିଛି । ମନ୍ଦିର ଭିତରକୁ ଯିବା ରାସ୍ତାର ଚାରି ପଟେ ୯୬ଟି ଘାଟ ଏବଂ ଗୋମୁଖ ନିର୍ମାଣ କରାଯାଇଛି ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News