ଆସନ୍ତାକାଲି ପୂର୍ଣ୍ଣ ସୂର୍ୟ୍ୟପରାଗ, ଦିନରେ ବ ଅନ୍ଧକାର

ଆସନ୍ତାକାଲି ଦୃଶ୍ୟମାନ ହେବାକୁ ଯାଉଛି ବିରଳ ମହାଜାଗତିକ ଦୃଶ୍ୟ। ଦିନରେ ଆକାଶରେ ସୂର୍ୟ୍ୟ ଥାଇ ମଧ୍ୟ ଅନ୍ଧକାର ରହିବ I ଏଥିପାଇଁ ରାତି ପରି ହେବାର ଭ୍ରମ ସୃଷ୍ଟି ହେବା ସମ୍ଭାବନା ରହିଛି । ବୈଜ୍ଞାନିକଙ୍କ କହିବା ଅନୁସାରେ, ଆସନ୍ତାକାଲି ହେବାକୁ ଯାଉଥିବା ପୂର୍ଣ୍ଣ ସୂର୍ୟ୍ୟପରାଗ ଖୁବ୍ ବିରଳ। କାରଣ ଆମେରିକାରେ ଆଗାମୀ ୨୦ ବର୍ଷ ଅର୍ଥାତ୍ ୨୦୪୪ ମସିହା ପର୍ୟ୍ୟନ୍ତ ଏପରି ବିରଳ ସୂର୍ୟ୍ୟପରାଗ ଦୃଶ୍ୟମାନ ହେବାର ନାହିଁ। ଆମେରିକା ସମେତ ବିଶ୍ୱର ଅନେକ ରାଷ୍ଟ୍ରରେ ଏହି ପୂର୍ଣ୍ଣ ସୂର୍ୟ୍ୟପରାଗ ଦୃଶ୍ୟମାନ ହେବ। କିନ୍ତୁ ଭାରତରେ ଏହାର ବିଶେଷ ପ୍ରଭାବ ପଡିବନି। ନାସା ସୂଚନା ଅନୁସାରେ, ଆମେରିକା ବ୍ୟତୀତ କାନାଡା, ମେକ୍ସିକୋ ଏବଂ ଉତ୍ତର ଆମେରିକାର ଅନ୍ୟାନ୍ୟ ଅଞ୍ଚଳରେ ପୂର୍ଣ୍ଣ ସୂର୍ୟ୍ୟପରାଗ ଦୃଶ୍ୟମାନ ହେବ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News