ଓଡ଼ିଶା ମ୍ୟୁଜିକ ହେରିଟେଜ୍ ୨୦୨୪ ତୃତୀୟ ବାର୍ଷିକ ଉତ୍ସବ

ଭୁବନେଶ୍ୱର: ଓଡ଼ିଶା ମ୍ୟୁଜିକ ହେରିଟେଜ୍ ୨୦୨୪ ତୃତୀୟ ବାର୍ଷିକ ଉତ୍ସବ ବେଶ୍ ଧୁମ୍ ଧାମ ରେ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଆୟୋଜନ କରାଯାଇଥିଲା। ଓଡ଼ିଶୀ ସଂଗୀତ ଓ ଗୀତଗୋବିନ୍ଦ, ପୁରାତନ ଭଜନ, ଜଣାଣ, ଛାନ୍ଦ, ଚମ୍ପୁ, ନାଟ୍ୟାଙ୍ଗ, ଭାବାଙ୍ଗ ଆଦି ସଙ୍ଗୀତ ଓଡିଶାର ଲବ୍ଧ ପ୍ରତିଷ୍ଠିତ କଣ୍ଠ ଶିଳ୍ପୀଙ୍କ ଦ୍ବାରା ଗାୟନ କରାଯାଇଥିଲା। ଉକ୍ତ ଅବସରରେ ମୁଖ୍ୟ ଅତିଥି ଭାବେ ଦୋଳ ଗୋବିନ୍ଦ ରଥ (ବିଶିଷ୍ଟ ନାଟ୍ୟବିତ୍ ଓଡ଼ିଶା) ସମ୍ନାନିତ ଅତିଥି ଭାବେ ଗୁରୁ କେଶବ ଚନ୍ଦ୍ର ରାଉତ (ବିଭାଗୀୟ ମୁଖ୍ୟ ଓଡ଼ିଶୀ ଗବେଷଣା କେନ୍ଦ୍ର,ତଥା ବିଶିଷ୍ଟ ସଂଗୀତଜ୍ଞ) ବିବେକାନନ୍ଦ ରାଉତ ଓଡ଼ିଶା ମ୍ୟୁଜିକ୍ ହେରିଟେଜ୍ ର ଅଧ୍ୟକ୍ଷ ତଥା (କଣ୍ଠଶିଳ୍ପୀ) ବିନୋଦ ବିହାରି ବେହେରା (କଥାକାର ଓ ସଙ୍ଗିତ ନିର୍ଦ୍ଦେଶକ) ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ଳନ କରି ଏହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭେ ଉପସ୍ଥିତ ଅତିଥି ମାନଙ୍କୁ ସମ୍ବର୍ଦ୍ଧନା କରଯାଇଥିଲା । ପରେ ପରେ ସମସ୍ତ କଳାକାର ଏବଂ ବାଦ୍ୟଯନ୍ତ୍ର ରେ ସହଯୋଗ କରୁଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା। ରାସେ ହରିମିହ ବିହିତ ବିଳାସମ୍ ଶ୍ରିଗୀତ ଗୋବିନ୍ଦ….(ବିବେକାନନ୍ଦ ରାଉତ), ଛାନ୍ଦ (ସୁଭଙ୍କରୀ ଦାସ), ଦ୍ଵେତ ଓଡିଶୀ ସଙ୍ଗୀତ (ପୂର୍ଣାସା ପାଣି) ଓ (ସ୍ମୃତି ମହାପାତ୍ର) , ନାଟ୍ୟାଙ୍ଗ ନ ଯା ଯମୁନା… (ସ୍ବଦେଶ ମହାନ୍ତି) ସମବେତ ଓଡ଼ିଶୀ କଣ୍ଠ ସଙ୍ଗୀତ ପରିଚାଳନା (ଗୁରୁ ଉମେଶ ଚନ୍ଦ୍ର ଦାସ୍) ପରିଶେଷରେ ଚମ୍ପୁ (ସ୍ପନ୍ଦନିକା ପଟ୍ଟନାୟକ) ପ୍ରମୁଖ ସଙ୍ଗୀତ ପରିବେଷଣ କରିଥିଲେ। ବାଦ୍ୟଯନ୍ତ୍ର ରେ ବିବେକ ରାଉତ (ହାର୍ମୋନୀୟମ), ସଞ୍ଜୟ ରାଉତ୍ (ତବଲା), ରାଜେନ୍ଦ୍ର ଦାସ (ମଞ୍ଜିରା), ସୌମ୍ୟ ରଞ୍ଜନ ନାୟକ (ମର୍ଦ୍ଦଳ), ବଳରାମ ବଳ (ସିନ୍ଥେସାଇଜର) ପ୍ରମୁଖ ସହଯୋଗ କରିଥିଲେ। ଗୁରୁ ଧୀରେନ୍ଦ୍ର ନାଥ ବେହେରା, ଗୁରୁ ଉମେଶ ଚନ୍ଦ୍ର ଦାଶ କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହ ବିନୋଦ ବିହାରୀ ବେହେରା ମଞ୍ଚ ପରିଚାଳନା କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News