ଓଡିଶା ଉଦ୍ୟୋଗୀ ପରିବାରର ମାସିକ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ସ୍ଥାନୀୟ ୟୁନିଟ 9 ସ୍ଥିତ ବୁଦ୍ଧମନ୍ଦିର ପରିସରରେ ଓଡିଶା ଉଦ୍ୟୋଗୀ ପରିବାରର ମାସିକ ବୈଠକ ସହ ଉଦ୍ୟୋଗୀଙ୍କ ବିଭିନ୍ନ ସମସ୍ୟା, ସମାଧାନ ଓ ନୂତନ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା କାର୍ଯ୍ୟକ୍ରମ ସଭାପତି, ବିଶିଷ୍ଟ ଉଦ୍ୟୋଗୀ ଶିବ ନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତା ଓ ଶ୍ରୀକାନ୍ତ ସାହୁଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ
ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଶିଳ୍ପ ପରାମର୍ଶଦାତା ଅମୀୟ କୁମାର ଶତପଥି ଉଦ୍ୟୋଗକୁ ଆଧାର କରି କିପରି ଜଣେ ସଫଳ ବ୍ୟବସାୟ କରିପାରିବ ଓଡିଶା ରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ର ଅଭିବୃଦ୍ଧି ପାଇଁ ଓଡିଶା ର ଉଦ୍ୟୋଗୀ ମାନଙ୍କୁ ନୂତନ ଜ୍ଞାନ କୌଶଳ ସହିତ ଉତ୍ତମ ମାନର ଦ୍ରବ୍ୟ ଉତ୍ପାଦନ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ l ଓଡିଶା ଉଦ୍ୟୋଗୀ ପରିବାରର ପ୍ରତିଷ୍ଠାତା, ସଭାପତି ଶ୍ରୀଯୁକ୍ତ ମିଶ୍ର

ମତବ୍ୟକ୍ତ କରି କହିଥିଲେ ଯେ ଆଜିର ଯୁବପୀଢ଼ି ଚାକିରୀ ପଛରେ ନ ଗୋଡାଇ ନିଜ ଉଦ୍ୟମ ରେ ଉଦ୍ୟୋଗ ଆରମ୍ଭ କରନ୍ତୁ l ଘରେ ଘରେ ଉଦ୍ୟୋଗୀ ସୃଷ୍ଟି କରିବା, ଉଦ୍ୟୋଗୀ ଙ୍କ ସମ୍ମାନ, ସୁରକ୍ଷା ସହିତ ସମୃଦ୍ଧି ପାଇଁ କାର୍ଯ୍ୟ ଉଦ୍ୟୋଗୀ ପରିବାର ର ମୂଳ ଲକ୍ଷ୍ୟ ବୋଲି ମତବ୍ୟକ୍ତ କରିଥିଲେ l ସରକାର ମଧ୍ୟ ଉଦ୍ୟୋଗୀ ଙ୍କ ପାଇଁ ବହୁ ସୁଯୋଗ ସୃଷ୍ଟି କରିଛନ୍ତି l ଉକ୍ତ ସମ୍ମିଳନୀ ରେ ବହୁ ଉଦ୍ୟୋଗୀ ଉପସ୍ଥିତ ରହିବା ସହ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ l ଏହି ଅବସରରେ ସଫଳ ଉଦ୍ୟୋଗୀ ଭାବେ ବି. ପି ସିଂଙ୍କ ସହିତ, ଅଭିଜିତ ପଣ୍ଡା, ବିଜୟ କୁମାର ସାହୁ ପ୍ରଶାନ୍ତ କୁମାର ସାମନ୍ତରାୟ ଙ୍କୁ ସମ୍ମାନିତ କରାଯାଇଥିଲା l କାର୍ଯ୍ୟକ୍ରମ ରେ ବହୁ ଯୁବ ଉଦ୍ୟୋଗୀ, ଶିଳ୍ପପତି ଉପସ୍ଥିତ ରହିଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News