ଚରକଇନଷ୍ଟିଚ୍ଯୁଟ୍ଅଫୟୋଗା ପକ୍ଷରୁ ବେଲବାହାଳିଠାରେ ଯୋଗ ଏବଂ ପ୍ରାକୃତିକ ଶିବିର ପାଳିତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ବ୍ଲକ ବିବେକାନନ୍ଦ କନଭେଟ ବିଦ୍ଯାଳୟ, ବେଲବାହାଳିରେ ଯୋଗ ଏବଂ ପ୍ରାକୃତିକ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ଯକ୍ରମରେ ଅବସରପ୍ରାପ୍ତ ପୂର୍ବତନ ଇଁରାଜୀ ଅଧ୍ଯ୍ଯାପକ ବଟକୃଷ୍ଣ ନାଥ ସାର୍ ମୁଖ୍ଯ ଅତିଥି, ବିପିଏମ୍ ପ୍ରଜତ୍ନ ସାହୁ , ସରପଞ୍ଚ ପାର୍ଥିନୀ ଦିପ୍ତି ସାହୁ, ମୁଖ୍ଯବକ୍ରା ରଙ୍ଗାଧର ବାରିକ ଏବଂ ଆୟୁଷ ଡକ୍ଟର ଜୟନ୍ତ କୁମାର ସେଠୀ ଉପସ୍ଥିତ ରହି ପ୍ରଥମେ ଦୀପପ୍ରଜ୍ଜଳନ କରି ଦିପ୍ତିରେଖା ସାହୁଙ୍କ ଦ୍ରାରା ଅତିଥିମାନଙ୍କର ପରିଚୟ ପ୍ରଦାନ କରାଯାଇଥିଲା ପରେପରେ ଚରକ ଇନଷ୍ଟିଚ୍ଯୁଟ୍ଅଫଯୋଗା ଟ୍ରଷ୍ଟର ସମ୍ପାଦକ ତଥା ସମାଜ ସେବୀ ସହିତ ଯୋଗ ଏବଂ ପ୍ରାକୃତିକ ଚିକିତ୍ସକ ବୈଦଗୁରୁ ଡକ୍ଟର ଦୀପକ ରଞ୍ଜନ ବେହେରାଙ୍କ ଦ୍ବାରା କାର୍ଯ୍ଯକ୍ରମକୁ ପରିଚାଳନା ସହିତ ରୋଗପାଇଁ ଯୋଗ,ଆସନ ଏବଂ ପ୍ରାଣାୟମ ଅଭ୍ଯାସ କରାଇଥିଲେ ଯେ ମଧୁମେୟ, ରକ୍ତଚାପ, ହୃଦଘାତ, ଅଣ୍ଟାସମସ୍ଯା, ଗଳାଗଣ୍ଡ ସମସ୍ଯା ଏବଂ ଗ୍ଯାଷ୍ଟିକ ସମସ୍ଯା ପାଇଁ ପ୍ରାକୃତିକ ଚିକିତ୍ସା କରାଯାଇଥିଲା | ପରେ ପରେ ଯୋଗ ଶିକ୍ଷକ ମାନଙ୍କୁ ମାନପତ୍ର ଚରକ ଇନଷ୍ଟିଚ୍ଯୁଟ୍ଅଫ ଯୋଗା ଟ୍ରଷ୍ଟ ପକ୍ଷରୁ ପ୍ରଦାନ କରାଯାଇଥିଲା ସେମାନଙ୍କ ମଧ୍ଯରୁ ପୁରୀରୁ ପିଙ୍କି ଜେନା,ପ୍ରଜ୍ଞାରେଖା ଜେନା,ଖୋର୍ଦ୍ଧାରୁ ଜୋତ୍ସ୍ନାରେଖା ମୋହାପାତ୍ର,କେନ୍ଦୁଝରରୁ ସଯୁକ୍ତା ସାହୁ,ଅରଜି ସେଖର ମହାନ୍ତ, ସତ୍ଯପ୍ରିୟ ମହାନ୍ତ, ଅଳକାନନ୍ଦା ମାହାନ୍ତ, ଗୀତାଞ୍ଜଳୀ ମହାନ୍ତ ଏବଂ ଅନ୍ଯମାନଙ୍କୁ ଅଂଶଗ୍ରହଣ କରିଥିବା ପ୍ରମାଣ ପ୍ରତ୍ର ବଣ୍ଟନ କରାଯାଇଥିଲା | ଏହି କାର୍ଯକ୍ରମକୁ କେନ୍ଦୁଝରର ଯୋଗ ଶିକ୍ଷକ ସଯୁକ୍ତା ସାହୁଙ୍କ ସହଯୋଗରେ ଚରକ ଇନଷ୍ଟିଚ୍ଯୁଟ୍ଅଫ ୟୋଗା ଟ୍ରଷ୍ଠର ସମସ୍ତ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସମ୍ପର୍ଣ୍ଣ କରାଯାଇଥିଲା | ଶେଷରେ ଡକ୍ଟର ଦୀପକ ରଞ୍ଜନ ବେହେରାଙ୍କ ଦ୍ବାରା ଶାନ୍ତିପାଠ କରାଯାଇ ମଧ୍ଯ୍ଯାହ୍ଣ ଭୋଜନ କରାଯାଇ କାର୍ଯକ୍ରମକୁ ବିରାମ ଦିଆଯାଇଥିଲା |

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News