ଜାତୀୟ ଆୟ ଭିତ୍ତିକ ମେଧା ବୃତ୍ତି ପରୀକ୍ଷା ୨୦୨୩-୨୪ର କୃତିଛାତ୍ରଙ୍କୁ ସମ୍ବର୍ଦ୍ଧନା

ନୟାଗଡ଼: ଚଳିତ ଶିକ୍ଷାବର୍ଷ ତା ୦୩/୧୨/୨୦୨୩ ରିଖରେ ଅନୁଷ୍ଠିତ ହୋଇଥିବା ଅଷ୍ଟମ ଶ୍ରେଣୀ ଜାତୀୟ ଆୟ ଭିତ୍ତିକ ମେଧାବୃତ୍ତି ପରୀକ୍ଷାର ଫଳାଫଳ ତା ୦୮/୦୩/୨୦୨୪ ରିଖରେ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ବଡପଥୁରିଆ, ଆଞ୍ଚଳିକ ମଇ ବିଦ୍ୟାଳୟର ଜଣେ ମେଧାବୀ ଛାତ୍ର ଚନ୍ଦ୍ରଶେଖର ନାୟକ ୧୮୦ ରୁ ୧୩୬ ନଂ ରଖି ଷ୍ଟେଟ ମେରିଟ୍ ଲିଷ୍ଟରେ ସ୍ଥାନ ପାଇଅଛି। ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସାମନ୍ତରାୟଙ୍କ ତତ୍ତ୍ୱାବଧାନରେ ଏକ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରାଯାଇଥିଲା। ଉତ୍ସବରେ ମୁଖ୍ୟଅତିଥି ତଥା ଗଡ଼ବାଣିକିଲୋ ଗ୍ରାମପଞ୍ଚାୟତର ସରପଞ୍ଚ ବ୍ରଜ ମୋହନ ରାଉତରାୟ ଓ ସି.ଆର୍.ସି.ସି. ଶ୍ରୀଯୁକ୍ତ ସଞ୍ଜୟ କୁମାର ବରାଡ ଯୋଗଦେଇ କୃତିଛାତ୍ର ଶ୍ରୀ ଚନ୍ଦ୍ରଶେଖର ନାୟକ ଓ ଚନ୍ଦ୍ରଶେଖରଙ୍କ ଗାଇଡ୍ ଶିକ୍ଷକ ଅଦୈତ୍ଯ ପ୍ରସାଦ ସାହୁ ଉଭୟଙ୍କୁ ଫୁଲତୋଡ଼ା ଓ ଉତ୍ତରୀୟ ପ୍ରଦାନକରି ସମ୍ବର୍ଦ୍ଧିତ କରିଥିଲେ ଓ ଚନ୍ଦ୍ରଶେଖର ସମସ୍ତ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ପ୍ରେରଣା ବୋଲି ପ୍ରକାଶ କରିଥିଲେ। ଉତ୍ସବରେ ଉପସ୍ଥିତ ଥିବା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ମଧ୍ୟରେ ସ୍ମିତା ରାଣୀ ମହାନ୍ତି, ମମତା ମହାନ୍ତି, ନାରାୟଣ ନାୟକ, ସଚିଦାନନ୍ଦ ବେହେରା, ରେଣୁବାଳା ମହାରଣା ଓ ଚନ୍ଦ୍ରଶେଖରଙ୍କ ପିତା ହରିଶ୍ଚନ୍ଦ୍ର ନାୟକ ଓ ମାତା ଲକ୍ଷ୍ମୀପ୍ରିୟା ନାୟକ ପ୍ରମୁଖ ଚନ୍ଦ୍ରଶେଖରଙ୍କୁ ଉତ୍ସାହିତ କରିବା ସହିତ ସଫଳତାର ପରବର୍ତ୍ତୀ ପାହାଚ ଚଢିବା ପାଇଁ ମନୋବଳ ବଢାଇଥିଲେ। ପରିଶେଷରେ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ । ବାସ୍ତବରେ ଚନ୍ଦ୍ରଶେଖର ପାଇଁ ବଡପଥୁରିଆ ଆଞ୍ଚଳିକ ମଇ ବିଦ୍ୟାଳୟ ଆଜି ଗର୍ବିତ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News