ଜୁଲାଇ ୧ରୁ ଦେଶରେ ଲାଗୁହେବ ନୂଆ ଅପରାଧ ଆଇନ

ନୂଆଦିଲ୍ଲୀ: ଭାରତୀୟ ଆଇନ ପ୍ରକ୍ରିୟାରେ ୩ଟି ନୂଆ ଫୌଜଦାରୀ ଆଇନ ଲାଗୁ ହେବାକୁ ଯାଉଛି । ଏହି ତିନୋଟି ନୂଆ ଅପରାଧିକ ନିୟମ ଜୁଲାଇ ପହିଲାରୁ କାର୍ଯ୍ୟକାରୀ ହେବ । ଏନେଇ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତିରେ କୁହାଯାଇଛି ।ଏହି ତିନି ଅପରାଧିକ ନିୟମ ହେଉଛି, ଭାରତ ନ୍ୟାୟ ସଂହିତା, ଭାରତୀୟ ନାଗାରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ । ବ୍ରିଟିଶ କାଳରୁ ଚାଲି ଆସିଥିବା ଇଣ୍ଡିଆନ ପେନାଲ କୋଡ (ଆଇପିସି) ଏବଂ କୋଡ ଅଫ୍ କ୍ରିମିନାଲ ପ୍ରୋସିଜର୍ (ଉକ୍ସଚଉ) ପରିବର୍ତ୍ତେ ଭାରତୀୟ ନ୍ୟାୟ ସଂହିତା ଲାଗୁ ହେବ । ଭାରତୀୟ ସାକ୍ଷ୍ୟ ସଂହିତା, ୨୦୨୩, ଭାରତୀୟ ନାଗରିକ ସୁରକ୍ଷା ସଂହିତା ବିଲ୍, ୨୦୨୩ ଏବଂ ଭାରତୀୟ ନ୍ୟାୟ ସଂହିତା, ୨୦୨୩ ଗତ ବର୍ଷ ଶୀତ ଅଧିବେଶନ ସମୟରେ ସଂସଦର ଉଭୟ ଗୃହରେ ପାରିତ ହୋଇଥିଲା । ଏହାପରେ ରାଷ୍ଟ୍ରପତିଙ୍କଠାରୁ ଅନୁମୋଦନ ପାଇବା ପରେ ବିଲ୍ ଆଇନରେ ପରିଣତ ହୋଇଥିଲା, ଯାହା ଆସନ୍ତା ଜୁଲାଇ ୧ରୁ କାର୍ଯ୍ୟକାରୀ ହେବ । ସଂସଦରେ ଏହି ବିଲ୍ ଆଗତ ସମୟରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଥିଲେ, ଏହି ନୂଆ ନିୟମ ଭାରତୀୟତା, ଭାରତୀୟ ସମ୍ବିଧାନ ଏବଂ ଲୋକଙ୍କ କଲ୍ୟାଣ ଉପରେ ଗୁରୁତ୍ୱାରୋପ କରେ । ଏଥିସହ ଟେକ୍ନୋଲୋଜିର ବ୍ୟବହାରକୁ ଉତ୍ସାହିତ କରିଥାଏ ଏବଂ ଅନୁସନ୍ଧାନ, ପ୍ରବର୍ତ୍ତନ ଏବଂ ନ୍ୟାୟିକ ବ୍ୟବସ୍ଥାରେ ଫରେନସିକ୍ ସାଇନ୍ସକୁ ଅଧିକ ଗୁରୁତ୍ୱ ଦେଇଥାଏ ବୋଲି ଶାହ କହିଥିଲେ । ସେ ଆହୁରି କହିଥିଲେ, ଏହି ତିନୋଟି ନିୟମ ଅନୁଯାୟୀ ସମସ୍ତ ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପରେ ପାଞ୍ଚ ବର୍ଷ ମଧ୍ୟରେ ଭାରତୀୟ ଅପରାଧିକ ନ୍ୟାୟ ବ୍ୟବସ୍ଥା ବିଶ୍ୱରେ ସବୁଠାରୁ ଉନ୍ନତ ହେବ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News