ଡେନିମ୍ ଆଣ୍ଡ୍ ବ୍ଲୁଜ୍ ପକ୍ଷରୁ ବିଶ୍ୱ ଗଣମାଧ୍ୟମ ସ୍ୱାଧୀନତା ଦିବସ

ଗଣମାଧ୍ୟମ ଚାପ ଓ ପ୍ରଲୋଭନର ବଶବର୍ତ୍ତୀ ନହେଉ
ଭୁବନେଶ୍ୱର:
ଡେନିମ୍ ଆଣ୍ଡ୍ ବ୍ଲୁଜ୍ ପକ୍ଷରୁ ବିଶ୍ୱ ଗଣମାଧ୍ୟମ ସ୍ୱାଧୀନତା ଦିବସ ସ୍ଥାନୀୟ ମାଷ୍ଟରକ୍ୟାଂଟିନସ୍ଥିତ ବୁଲନ ଭାଇ ସେବା ଭବନ ପରିସରରେ ପ୍ରିୟାଂଶୁ ପ୍ରିୟଦେବଙ୍କ ପୌରହିତ୍ୟ ଓ ସାମ୍ବାଦିକ ସତ୍ୟ ପାଣିଗ୍ରାହୀଙ୍କ ସଂଯୋଜନା ଓ ଉକôଳ ବୁଲେଟିନ ଏବଂ ମୁଗୁପୁର ସମାଚାର, ବିଶ୍ୱବାଣୀ ପ୍ରମୁଖ ଗଣମାଧ୍ୟମଙ୍କ ସହଯୋଗରେ ଗଣମାଧ୍ୟମ ସଂପର୍କିତ ଏକ ଆଲୋଚନାଚକ୍ର ତଥା ସମ୍ବାଦପତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ସତ୍ୟପ୍ରକାଶ ନାୟକ, ସମ୍ମାନିତ ଅତିଥି ଭାବେ ସମାଜସେବୀ ତଥା ବିଜେପି ନେତା ଜଗନ୍ନାଥ ପ୍ରଧାନ, ମୁଖ୍ୟବକ୍ତା ଭାବେ ଚଳଚ୍ଚିତ୍ର ନିର୍ମାତା ତଥା ମିଡିଆ ପ୍ଲାନର ପ୍ରଣୟ ଜେଠୀ, ଦୀପକ ମହାନ୍ତି, ସମାଜସେବୀ ପରମେଶ୍ୱର ଦାସ ଯୋଗଦେଇ ବର୍ତ୍ତମାନ ଗଣମାଧ୍ୟମ କଂଟକିତ ପଥ ଦେଇ ଗତିକରିବା ସହିତ ତା’ର ଉତରଦାୟି୍ତ୍ୱ ମଧ୍ୟ ବହୁଗୁଣରେ ବୃଦ୍ଧି ପାଇବା ସହିତ କୌଣସି ଚାପ ଓ ପ୍ରଲୋଭନର ବଶବର୍ତୀ ନହୋଇ ଜନସାଧାରଣଙ୍କ ସ୍ୱାର୍ଥକୁ ପ୍ରାଧାନ୍ୟ ଦେଇ କାମ କରିବା ଉଚିତ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ସାରସ୍ୱତ ପ୍ରତିଭା ଧାରୀ ଯୁବ ଅଭିନେତା ପ୍ରିୟଙ୍କର ପରମବୀର ପଣ୍ଡା, ସାମ୍ବାଦିକା ଲୋପାମୁଦ୍ରା ସ୍ୱାଇଁ, ଯୁବ ସମାଜସେବିକା ଶ୍ୱେତା ସାମ୍ୟାମୀ ନାୟକ, ସାମ୍ବାଦିକ ଅଶ୍ୱିନ କୁମାର ସାହୁ, ଦିଲ୍ଲୀପ ବିଶ୍ୱାଳ ପ୍ରମୁଖଙ୍କୁ ମାନପତ୍ର ଓ ଚାରା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଅନନ୍ତ ଗୋପାଳ ସାହୁ, ପ୍ରିୟବ୍ରତ ବାରିକ, ରମେଶ ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ । ଶେଷରେ ପ୍ରିୟାଂଶୁ ପ୍ରିୟଦେବ ଧନ୍ୟବାଦ ଅର୍ପଣ କରିଥିଲେ । Report: Priyabrat Barik, Utkalbulletin

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News