ତ୍ରିଧାରାର ‘ସ୍ବର୍ଣ୍ଣ ସମାରୋହ

ଭୁବନେଶ୍ୱର: ତ୍ରିଧାରା ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ସ୍ବର୍ଣ୍ଣ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଅତିଥ୍ୟ ଭାବେ ଭାଷାବିତ୍ ଦେବୀପ୍ରସନ୍ନ ପଟ୍ଟନାୟକ, ସଂସ୍କୃତି ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁ, ଓଡିଶା ସଙ୍ଗୀତ ନାଟକ ଏକାଡେମୀର ଉପ ସଭାପତି ମନ୍ମଥ କୁମାର ଶତପଥୀ, ପାରାଦୀପ ଫସ୍‌ଫେଟ ଲିମିଟେଡ୍‌ର ପୂର୍ବତନ ଉପ ସଭାପତି (ଏଚ୍ଆର) ଶୁଭେନ୍ଦୁ ଦାସ, ସଙ୍ଗୀତକାର ଲକ୍ଷ୍ମୀକାନ୍ତ ପାଲିତ୍, ଓଡିଶୀ ନୃତ୍ୟାଙ୍ଗନା ସୁଜାତା ମିଶ୍ର, ଚିନ୍ତା ଓ ଚେତନାର ମହାସଚିବ ସୁରେନ୍ଦ୍ର ଦାସ, କବି ଡ. ସୀତାକାନ୍ତ ମହାପାତ୍ର, ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଦିଲୀପ ରାଉତରାଏ, ଗୁରୁ ଡ. ଗୋପାଳ ଚନ୍ଦ୍ର ପଣ୍ଡା, ତ୍ରିଧାରାର କାର୍ଯ୍ୟକାରୀ ସଭାପତି ସୀମାଞ୍ଚଳ ପଣ୍ଡା ଏବଂ ନିର୍ଦ୍ଦେଶକ ଗୁରୁ ଗଜେନ୍ଦ୍ର ପଣ୍ଡା ଉପସ୍ଥିତ ଥିଲେ। ଏହି ଅବସରରେ ବିଭିନ୍ନ ବ୍ୟକ୍ତିତ୍ବଙ୍କୁ ସ୍ବର୍ଣ୍ଣ ସମ୍ମାନ ପ୍ରଦାନ କରାଯାଇଥିଲା। ଅନୁଷ୍ଠାନର ଶିଳ୍ପୀଙ୍କ ଦ୍ବାରା ପ୍ରଥମ ଉପସ୍ଥାପନାରେ ଗଣନାୟକ ରହିଥିଲା। ପରେ ପରେ ଅଭିନୟରେ କେଡ଼େ ଛନ୍ଦ, ଉଠିଲୁ ଏ ବେଗି, କଳାବତୀ ପଲ୍ଲବୀ, ଫୁଲେନ୍ଦୀ,ମାନଉଦ୍ଧାରଣ, ନବରସ ପ୍ରମୁଖ ପରିବେଷିତ ହୋଇଥିଲା। ଶିଳ୍ପୀ ଶୁଭଶ୍ରୀ, ତନିଶା, ଲିସା ରାଣୀ, ରିଷିତା, ତନୁପ୍ରିୟା, ସୋନାଲି,ଦିବ୍ୟା, ଅନୁଷ୍କା,ସ୍ଵପ୍ନାରାଣୀ,ପ୍ରଭାତୀ, ରୁନୁ, ପ୍ରିୟଙ୍କା,ଅରୁଣା,ସାନ୍ଧ୍ୟ, କ୍ରୀଷ୍ଣା, ଋତୁମ୍ଭାର,ସଂଯୁକ୍ତା ପ୍ରମୁଖ ନୃତ୍ୟ ପ୍ରଦର୍ଶନ କରିଥିଲେ। କାର୍ଯ୍ୟକ୍ରମକୁ ଡ଼ଃ ମୃତ୍ୟୁଞ୍ଜୟ ରଥ ସଞ୍ଚାଳନ କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News