ଦିଲ୍ଲୀରେ ବାଘ ଆତଙ୍କ

ନୂଆଦିଲ୍ଲୀ: ଉତ୍ତର ଦିଲ୍ଲୀ ୱାଜିରାବାଦର ଏକ ଗାଁରେ ଚିତାବାଘ ଆକ୍ରମଣରେ ଅତି କମରେ ପାଞ୍ଚ ଜଣ ଲୋକ ଆହତ ହୋଇଛନ୍ତି। ବାଘଟି ଛାତରୁ ଛାତ ଡେଇଁ ଏକାଧିକ ଲୋକଙ୍କୁ ଆକ୍ରମଣ କରିଛି। ଆକ୍ରମଣରେ ପାଞ୍ଚ ଜଣ ଆହତ ହୋଇଥିବା ଜଣାପଡିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବାଘ ଛାତକୁ ଛାତ ଡେଉଁଥିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି। ଆଜି ସକାଳେ ଜଗତପୁର ଅଞ୍ଚଳରେ ଚିତାବାଘ ବୁଲୁଥିବାର ଖବର ପାଇ ବନ କର୍ମଚାରୀ ଏବଂ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଅଧିକାରୀମାନେ ଚିତାବାଘକୁ କାବୁ କରିବା ସହ ବାଘକୁ ବନ୍ଦୀ କରି ରଖାଯାଇଛି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News