ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ସରକାରଙ୍କୁ ସାଧୁବାଦ

ଭୁବନେଶ୍ୱର: ଗତ ଦୁଇ ବର୍ଷ ଧରି ମାଷ୍ଟର କ୍ୟାଣ୍ଟିନ ଛକର ନାମ ପରିବର୍ତ୍ତନ କରି ” ଐତିହ୍ୟ ଛକ” ଦେବା ପାଇଁ ଅଧ୍ୟକ୍ଷ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥି ଙ୍କ ସଂଯୋଜନା ରେ ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଦାଵି କରି ଆସିଥିଲା । ଏପରିକି ଯଦି ଐତିହ୍ୟ ଘୋଡା ହଟେ ତେବେ ପ୍ରଦ୍ୟୁମ୍ନ ଶତପଥି ଙ୍କ ଶରୀର ମଧ୍ୟ ଦେଇ ହଟିବ ବୋଲି ଅଧ୍ୟକ୍ଷ ଶ୍ରୀଯୁକ୍ତ ଶତପଥି ଦୃଢ ଭାବେ ମତ ବ୍ୟକ୍ତ କରିଥିଲେ l ପରିବର୍ତ୍ତିତ ସରକାର ଏହାକୁ ଗ୍ରହଣ କରି ଥିବାରୁ ଓଡିଶା ସଂସ୍କୃତି ସୁରକ୍ଷା ଅଭିଯାନ ସରକାରଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିବା ସହିତ ଅଭିନନ୍ଦନ ଜଣାଇଛି ବୋଲି ଅଭିଯାନର ରାଜ୍ୟ ସଂଯୋଜକ ନାରାୟଣ ଓଝା ଗଣମାଧ୍ୟମକୁ ଜଣାଇଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ସରକାର ଏହି ଛକରୁ ଐତିହ୍ୟ ଘୋଡ଼ା ଉଠାଇ ଦେବାର ନିଷ୍ପତ୍ତିଗ୍ରହଣ କରିଥିଲେ l ମାତ୍ର ଆନ୍ଦୋଳନ ତୀବ୍ର ହେବାରୁ ସରକାର ଓହରି ଥିଲେ l ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ, ସଦସ୍ୟ ତନ୍ମୟ ସାମନ୍ତରାୟ , ସାଧାରଣ ସମ୍ପାଦକ ଡଃ ପ୍ରଦୀପ କୁମାର ବିଶ୍ବାଳ , ଶ୍ୟାମା ଶଙ୍କର ମିଶ୍ର , ବିଭୂତି ଆଚାର୍ଯ୍ୟ , କବି କାଶୀନାଥ ପାଣିଗ୍ରାହୀ, ବିଜୟ ପରିଡା, ଚିରଞ୍ଜିବୀ ସେଠୀ ପ୍ରମୁଖ ସରକାରଙ୍କୁ ସାଧୁବାଦ ଜଣାଇଛନ୍ତି ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News