ପ୍ରାଥମିକ ସ୍ବାସ୍ଥ୍ଯ କେନ୍ଦ୍ର ଭିଙ୍ଗାରପୁରଠାରେ ବିଶ୍ବ ପରିବେଶ ଦିବସ ପାଳିତ

ଭିଙ୍ଗାରପୁର: ପ୍ରତ୍ଯେକ ବର୍ଷପରି ସାରାବିଶ୍ବରେ ବିଶ୍ବପରିବେଶ ଦିବସ ପାଳନ କରାଯାଇଆସୁଅଛି ସେହିପରିପକ୍ଷେ ପ୍ରାଥମିକ ସ୍ବାସ୍ଥ୍ଯ କେନ୍ଦ୍ର ଭିଙ୍ଗାରପୁର ଠାରେ ବିଶ୍ବ ପରିବେଶ ଦୀବସ ପାଳିତ ହୋଇଯାଇଛି | ପ୍ରଥମେ ମେଡିକାଲର ମେଡିକାଲ ଅଫିସର ଡକ୍ଟର ବନୋଜ କୁମାର ଦାସ ପରିବେଶ ଦିବସଉପରେ କହିଥିଲେ ଯେ ପରିବେଶ ସଂକଟ ତାହାର ଗମ୍ଭୀରତମ ସମୟ ଅତିକ୍ରମ କରୁଛି, ଯାହାର ପରିଣାମ ଏବେ ସମସ୍ତଙ୍କୁ ଦେଖାଗଲାଣି । ବିଶ୍ଵ ସ୍ତରରେ ପରିବେଶରେ ହେଉଥିବା ପରିବର୍ତ୍ତନ ଓ ଆହ୍ଵାନଗୁଡ଼ିକ ଉପରେ ନଜର ରଖିବା ସମସ୍ତଙ୍କର ଆବଶ୍ଯତା ରହିଛି ସୂର୍ଯ୍ଯର କିରଣ, ମାଟି ଏବଂ ପବନର ବାୟୁ ବୃକ୍ଷପାଇଁ ଆବଶ୍ଯକତା ହେତୁ ବୃକ୍ଷ ଆମକୁ ସବୁକିଛି ପ୍ରଦାନ କରିଥାଏ ବୋଲି କହି ମେଡିକାଲ ପରିସରରେ ଏକଔଷଧୀୟ ବୃକ୍ଷ ହରିଡା, ବାହାଡା ଏବଂ ଅଁଳା ବୃକ୍ଷ ରୋପଣ କରିଥିଲେ | ପରେପରେ ଡକ୍ଟର ପଦ୍ମିନୀ ରାଉତ କହିଥିଲେ ଯେ ସୁସ୍ଥ ଜୀବନ ମଣିଷର ସର୍ବଶ୍ରେଷ୍ଠ ଆବଶ୍ୟକତା ଅଟେ । ଉତ୍ତମ- ସ୍ଵାସ୍ଥ୍ୟ ବିନା ମଣିଷ କେବେବି ଶାନ୍ତ, ସୁଖୀ, ଆନନ୍ଦମୟ ଜୀବନ ଯାପନ କରିବାକୁ ସକ୍ଷମ ହୋଇପାରେ ନାହିଁ କିମ୍ବା ନିଜର ଲକ୍ଷ୍ୟକୁ ଅତି ସହଜରେ ପୂରଣ କରିବା ପାଇଁ ସମର୍ଥ ହୋଇପାରେ ନାହିଁ ଏହା କହିବା ପରେ କେତେକ ଔଷଧୀୟ ବୃକ୍ଷ ରେପଣ ପରେପରେ ଉପସ୍ବାସ୍ଥ୍ଯକେନ୍ଦ୍ରରେ ଗୋଷ୍ଠୀ ସ୍ବାସ୍ଥ୍ଯ ଅଧିକାରିଣୀ ଦିପ୍ତିମୟୀ ଭୂୟାଁ ଖୁବ୍ ସୁନ୍ଦରଭାବେ ପରିବେଶ ଦିବସଉପରେ ବର୍ଣ୍ଣନାକରି କହିଥିଲେ ଯେଅସୁସ୍ଥ ଶରୀର ସୁଖୀ ଜୀବନକୁ ଦୁଃଖୀ କରିଥାଏ, ଏଥିପାଇଁ ଏକ ଲୋକକଥା ପ୍ରଚଳିତ ହୋଇଛି “ ପ୍ରଥମ ସୁଖ ନୀରୋଗ ଶରୀର ।” ଏହି କଥା ଉକ୍ତ ପରିପ୍ରେକ୍ଷିରେ ସତ୍ୟ ପ୍ରମାଣିତ କରିପାରିଛି | ସ୍ଵାସ୍ଥ୍ୟ ଯାହାକି, ତନ, ମନ ଓ ଆତ୍ମାର ଏକ ସନ୍ତୁଳିତ, ଓ ଅନୁଶାସିତ, ସମନ୍ଵୟର ପ୍ରତୀକ ଅଟେ । ଆସନ୍ତୁ ସମସ୍ତେ ବର୍ଷକୁ ୨ଟି ବୃକ୍ଷ ରୋପଣ କରି ସୁସ୍ଥ ଜୀବନଯାପନ କରିବା ତାପରେପରେ ଔଷଧୀୟ ବୃକ୍ଷ ରୋପଣ କରିଥିଲେ ପରେ ପରେ ଯୋଗ ଶିକ୍ଷକ ଦୀପକ ରଞ୍ଜନ ବେହେରା, ଲାବ୍ରୋଟେରିସିଆସ ଇପସିତା କାନୁନଗୋ,ଷ୍ଟାପନର୍ସ ସୌମ୍ଯ ରଞ୍ଜନ ଗଡନାୟକ,ସାନିଟାରୀ ଓ୍ବାରକର ରାକେଶ ନାୟକ ଏବଂ ବର୍ଷାରାଣୀ ବେହେରା ବୂକ୍ଷ ରୋପଣ କରିଥିଲେ । ଶେଷରେ ଯୋଗଶିକ୍ଷକ ଦୀପକ ରଞ୍ଜନ ବେହେରା କହିଥିଲେ ଯେ ପ୍ରତ୍ୟେକ ମଣିଷ ଦୀର୍ଘାୟୁ ହୋଇ ଆଜୀବନ ସୁସ୍ଥ ରହିବାକୁ ଚାହିଁଥାଏ, କିନ୍ତୁ ଯଦି ଆମକୁ ସୁସ୍ଥ ରହିବାକୁ ହେବ, ତେବେ ରୋଗ ସୃଷ୍ଟି କରୁଥିବା କାରଣଗୁଡ଼ିକରୁ ଆମକୁ ଦୂରେଇ ରହିବାକୁ ହେଲେ ପରିବେଶରେ ଔଷଧୂୟ ବୃକ୍ଷ ରୋପଣ କରିବା ସ୍ବା୍ସ୍ଥ୍ଯ ପାଇଁ ଲାଭ ଦାୟକ ଅଟେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News