ବାସ୍ତୁ ବିଜ୍ଞାନରେ ଡକ୍ଟରେଟ ପାଇଲେ ପ୍ରମୋଦ କୁମାର ସାମନ୍ତସିଂହାର

ଭୁବନେଶ୍ୱର: ଚଳିତ ଶିକ୍ଷାବର୍ଷରେ ପ୍ରମୋଦ କୁମାର ସାମନ୍ତରସିଂହାର ପାଇଛନ୍ତି ବାସ୍ତୁ ବିଜ୍ଞାନରେ ଡକ୍ଟରେନ୍ ସମ୍ମାନ । ଏହି ସମ୍ମାନ ସେ ଭୁବନେଶ୍ୱରସ୍ଥିତ ଇଣ୍ଡିଆନ ବାସ୍ତୁ ଏକାଡେମି ଦ୍ୱାରା ଓରିଏଂଟାଲ୍ ହେରିଟେଜ୍ ବିଶ୍ୱବିଦ୍ୟାଳୟ, ୱେଷ୍ଟ ବେଙ୍ଗାଲ୍ ରୁ ବାସ୍ତୁ ସାଇନ୍ସରେ ଏହି ଡକ୍ଟରେଟ ସମ୍ମାନ (ପି.ଏଚ୍.ଡି) ଗ୍ରହଣ କରିଛନ୍ତି । ଅନୁଷ୍ଠିତ ଏହି ସମ୍ମାନ ସମାରୋହଟି ଭୁବନେଶ୍ୱରଠାରେ କରାଯାଇଥିବାବେଳେ ଏଥିରେ ସ୍ୱର୍ଣ୍ଣ ପଦକ ସହ ଏମ୍.ଭି.ଏସି ଏବ ଏମ୍.ଏସି ପ୍ରମାଣ ପତ୍ର ଇଣ୍ଡିଆନ୍ ବାସ୍ତୁ ଏକାଡେମୀ ଦ୍ୱାରା ପ୍ରଦାନ କରାଯାଇଥିଲା । ଡ. ପ୍ରମୋଦ କୁମାର ସାମନ୍ତସିଂହାର ଖୋର୍ଦ୍ଧା ଜିଲ୍ଲାର ଆଡିଆପଡା ଗ୍ରାମରେ ଜନ୍ମ ଗ୍ରହଣ କରିଥିବାବେଳେ ପିତା ୰ଶ୍ୟାମଘନ ସାମନ୍ତସିଂହାର ମାତା ବାଳୀ ସାମନ୍ତସିଂହାର ଏବଂ ଗୋତପଲୀ ଦେବେନ୍ଦ୍ର ନାଥ ଚମ୍ପତିରାୟ ଓ ହାରାମଣି ଚମ୍ପତିରାୟଙ୍କ ଜାମାତା ଅଟନ୍ତି । ସେ ବହୁ ସମ୍ମାନରେ ସମ୍ମାନିତ ହୋଇଥିବାବେଳେ ଏହି ଡକ୍ଟରେଟ୍ ସମ୍ମାନ ତାଙ୍କୁ ଆଉ ଦୁଇ ପାଦ ଆଗକୁ ଯିବାକୁ ପ୍ରେରଣା ଯୋଗାଇବ ବୋଲି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ପ୍ରମୋଦ କୁମାର ସାମନ୍ତସିଂହାର ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News