ବିଜେପିରେ ଯୋଗ ଦେଲେ ପୂର୍ବତନ ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର: ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡକ୍ଟର ପ୍ରଦୀପ ପାଣିଗ୍ରାହୀ ବିଜେପିରେ ଯୋଗ ଦେଇଛନ୍ତି । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତରେ ସେ ପଦ୍ମ ଧରିଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଡକ୍ଟର ପ୍ରଦୀପ ପାଣିଗ୍ରାହୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦେଶକୁ ସାରା ବିଶ୍ୱରେ ସମ୍ମାନିତ କରିଛନ୍ତି । ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ବିଜେପିରେ ମିଶିଛି ।ସେ ଆହୁରି କହିଛନ୍ତି, ଓଡ଼ିଶାରେ ଅନ୍ଧ, ମୂକ ବଧିର ସରକାରକୁ ହଟାଇବାର ସମୟ ଆସିଛି । ନବୀନ ବାବୁ ଅଟଳ ବିହାରୀ ବାଜପେୟୀଙ୍କ ଆଶୀର୍ବାଦରେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ହେଲେ ପରେ ନିଜର ସ୍ୱାର୍ଥ ଲାଗି ବିଜେପିର ହାତ ଛାଡ଼ିଥିଲେ । ନବୀନ ବାବୁଙ୍କୁ ହଟାଇବା ଓ ବିଜେପିକୁ କ୍ଷମତା ଆଣିବାର ସମୟ ଆସିଛି । ପୂର୍ଣ୍ଣ ସମର୍ଥନ ଦେଇ ଥରେ ବିଜେପିକୁ ଓଡ଼ିଶାରେ କ୍ଷମତାସୀନ କରିବାକୁ ସେ ଓଡ଼ିଶାବାସୀଙ୍କୁ ନିବେଦନ କରିଛନ୍ତି । ଲୋକଙ୍କ ପାଇଁ ହେବ ବିଜେପି ସରକାର । ରାଜ୍ୟର ସଚିବାଳୟ ସମସ୍ତଙ୍କ ପାଇଁଖୋଲା ରହିବ ।ବିଜେପିରେ ମିଶିବା ପରେ ଡକ୍ଟର ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରତିକ୍ରିୟା କେନ୍ଦ୍ରରେ ଥିବା ମୋଦୀ ସରକାରଙ୍କ ସଫଳତାରେ ଅନୁପ୍ରାଣିତ ହୋଇ ବିଜେପି ଯୋଗ ଦେଇଛନ୍ତି ବୋଲି କହିଛନ୍ତି ପ୍ରଦୀପ । ପ୍ରଦୀପ କହିଛନ୍ତି ଓଡ଼ିଶାରେ ପରିବର୍ତ୍ତନର ସମୟ ଆସିଛି । ରାଜ୍ୟରେ ଥିବା ଅନ୍ଧ ମୂକ ବଧିର, ଗର୍ବୀ, ଅହଙ୍କାରୀ ସରକାର ହଟାଇବା ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News