ଭିଙ୍ଗାରପୁର ଉପସ୍ବାସ୍ଥ୍ଯ କେନ୍ଦ୍ର ପାରିବାସୁଦେଇପୁରର ଜିତିକାରସୁଆଁଲୋ ରେ ମମତା ଦିବସ ପାଳିତ

ବାଲିପାଟଣା: ବାଲିପାଟଣା ବ୍ଲକ ଭିଙ୍ଗାରପୁର ପଞ୍ଚାୟତରେ ଥିବା ଜିତିକାରସୁଆଁଲୋଗ୍ରାମରେ ପ୍ରତ୍ଯେକ ମାସର ପ୍ରଥମ ଶୁକ୍ରବାର ଦିନକୁ ସ୍ବାସ୍ଥ୍ଯକ୍ଷେତ୍ରରେ ମମତାଦୀବସ ବୋଲି ପାଳନ କରାଯାଏ | ଏଏନଏମ ପ୍ରୀତିଲତା କାନୁନଗୋଙ୍କ ଦ୍ବାରା ଆଜି ମମତାଦୀବସ ପାଳିତ ହୋଇଯାଇଥିଲା | ଏଏନ୍ଏମ୍ ପ୍ରୀତି ମ୍ଯାଡମଙ୍କୁ ଆଶାଦିଦି ପ୍ରତିମାକାଣ୍ଡି ସହଯୋଗ କରିଥିବା ଯୋଗୁଁ ଅଙ୍ଗନଓ୍ବାଡି କେନ୍ଦ୍ରରେ ସମସ୍ତ ଗର୍ଭବତୀମା” ମାନଙ୍କୁ ଉତ୍ତମ ଚିକିତ୍ସା ସହିତ ସରକାରଙ୍କ ତରଫରୁ ଯୋଗାଇଦିଆଯାଉଥିବା ଇଞ୍ଚେକସନ,ଭିଟାମିନ,କ୍ଯାଲସିଇମ୍ ଏବଂ କୃର୍ମି ଔଷଧ ଗର୍ଭବତୀ ମାା” ମାନଙ୍କୁ ପ୍ରଦାନ କରାଯାଇଥିଲା | ଗର୍ଭବତୀ ମା” ମାନଙ୍କର ପ୍ରଥମେ ଓଜନ ଦେଖିବା ସହିତ ମଧୁମେୟ,ରକ୍ତଚାପ ପରୀକ୍ଷାକରି ଗର୍ଭବତୀ ସମୟରେ କିପରୀ ସାବଧାନ ରହି ନିଜଶରୀରକୁ କିପରୀ ଚିକିତ୍ସା କରି ଆବଶ୍ଯକତା ଥିବା ପ୍ରାଣାୟମ କରିବାପାଇଁ ଏଏନଏମ ପ୍ରୀତିଲତା କାନୁନଗୋ ପରାମର୍ଶ ଦେବାସହ ଆବଶ୍ଯକତା ଥିବା ସମସ୍ତ ଔଷଧ ପ୍ରଦାନ କରିଥିଲେ |

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News