ଭିଷଣ ବାତ୍ୟାରେ ପରିଣତ ହେଲା ରେମାଲ

ଭୁବନେଶ୍ୱର: ବଙ୍ଗୋପସାଗରର ଉତ୍ତର ଉପକୂଳରେ ବାତ୍ୟା ରେମାଲ ଭିଷଣ ବାତ୍ୟାରେ ପରିଣତ ହୋଇଛି। ଏହା ସାଗର ଦ୍ୱୀପପୁଞ୍ଜରୁ ପ୍ରାୟ ୨୭୦ କିଲୋମିଟର ଦୁରରେ ରହିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୂଚନା ଅନୁଯାୟୀ ବାତ୍ୟା ରେମାଲ ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ପ୍ରାୟ ୧୧୦-୧୨୦ କିଲୋମିଟର ରହିବ। ବାତ୍ୟା ରେମାଲ ଉତ୍ତର ଦିଗକୁ ଗତି କରି, ଆହୁରି ତୀବ୍ର ହେବା ସହ ବାଂଲାଦେଶ ଏବଂ ପଶ୍ଚିମବଙ୍ଗ ଉପକୂଳବର୍ତ୍ତୀ ଅଞ୍ଚଳରେ ମେ ୨୬ ମଧ୍ୟରାତ୍ରିରେ ଏକ ଭିଷଣ ବାତ୍ୟା ଭାବରେ ଉପକୁଳ ଅତିକ୍ରମ କରିବ। ବାତ୍ୟାର ପ୍ରଭାବରେ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଜଗତସିଂହପୁର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଏବଂ କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ରବିବାର ଉତ୍ତର ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବାକୁ ଥିବା ବେଳେ ବାଲେଶ୍ୱର ଏବଂ ଭଦ୍ରକର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏଥିସହିତ ଉପକୂଳରେ ପବନର ଗତି ୪୦ ରୁ ୫୦କିମି ବେଗରେ ବୋହିବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News