ଯୋଗଦିବସର ପୂର୍ବାଭ୍ୟାସ ଯୋଗ ସଙ୍ଗମ -୨୦୨୫ କାର୍ଯ୍ୟ କ୍ରମ ଅନୁଷ୍ଟିତ

ବାଲେଶ୍ଵର: ମାଣିତ୍ରୀ ପଞ୍ଚାୟତ ଅଡା ସ୍ଥିତ ଆୟୁଷ୍କାନ ଆରୋଗ୍ୟ ମନ୍ଦିର ଆୟୁଷ ସରକାରୀ ଆୟୁର୍ବେଦିକ ଚିକିସ୍ୟାଳୟ ଅଡା ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରଠାରେ ଆୟୁର୍ବେଦିକ ଚିକିତ୍ସାଳୟଠାରେ ୧୧ତମ ଅନ୍ତରାଷ୍ଚିୟ ଯୋଗଦିବସର ପୂର୍ବାଭ୍ୟାସ ଯୋଗ ସଙ୍ଗମ -୨୦୨୫”ର ୨୫ଦିନର ଜୁନ ୨୧ତାରିଖ ପର୍ଯ୍ୟନ୍ତ ସାଧାରଣ ଯୋଗ ପ୍ରଶିକ୍ଷଣ କାର୍ଯ୍ୟ କ୍ରମ ଅନୁଷ୍ଟିତ ହୋଇଥିଲା | ଏଥିରେ ଆଖ ପାଖ ଗାଁ ଲୋକଙ୍କୁ ନେଇ ଯୋଗ ଅଭ୍ୟାସ କରାଯାଇଥିଲା। ସେଠାରେ ୨ଜଣ ଯୋଗ ଶିକ୍ଷକଙ୍କ ଦ୍ଵାରା ଗାଁ ଲୋକଙ୍କୁ ଏବଂ ଛୋଟ ପିଲାଙ୍କୁ ଯାହାର ୭ ବର୍ଷ ରୁ ୭୦ ବର୍ଷ ପର୍ଯ୍ୟନ୍ତ ଲୋକଙ୍କୁ ଯୋଗ ଶିକ୍ଷା ଦିଆଯାଇଥିଲା ଏବଂ ଯୋଗ ସମ୍ପକରେ କିଛି ବାର୍ତ୍ତା ଲୋକ ମାନଙ୍କୁ ଦିଆଯାଇଥିଲା । ଛୋଟ ପିଲାମାନଙ୍କୁ ଯୋଗ ସମ୍ପର୍କରେ କିଛି କହିବାକୁ କୁହାଗଲା ତାହାସହିତ ପିଲାମାନଙ୍କ ମଧ୍ୟରେ ଏକ ସାଧାରଣଜ୍ଞାନ ଉପରେ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ସେଠାରେ ସବୁ ପିଲା କିଛି କିଛି କହିଲେ ତାଙ୍କ ମଧ୍ୟରୁ ୨ ଜଣ ପିଲା ସଠିକ ଉତ୍ତର ଦେଇ ପୁରସ୍କାର ପାଇଥିଲେ ତାଙ୍କ ମଧ୍ୟରୁ ଜଣେ ଥିଲେ ଲରନ୍ୟା ବନ୍ଧ, ପିତା ଶଶିକାନ୍ତ ବନ୍ଧ ଓ ମାତା ଉତ୍କଳିକା ବନ୍ଧଙ୍କ ଝିଅ ଅଟନ୍ତି | ଅନ୍ୟ ଜଣଟି ଖୁସି ପାଢ଼ୀ ତାଙ୍କର ପିତା ଜଣେ ଯୋଗ ଶିକ୍ଷକ ଅଶୋକ କୁମାର ପଢି ଏବଂ ମାତା ଶୁଭଶ୍ରୀ ତ୍ରିପାଠୀଙ୍କ ଥିଲେ | ମେଡିକାଲର ମେଡିକାଲ ଅଫିସର ଡକ୍ଟର ସିତାଂଶୁ ଶେଖର ପ୍ରଧାନ ଆୟୁଷ ଆସିଷ୍ଟାଣ୍ଟ ନାରାୟଣ ଚନ୍ଦ୍ର ପଣ୍ଡା ଏବଂ ପିଟିଏସ ଲକ୍ଷ୍ମୀଧର ବାରିକ୍ ଓ ଆଶାକର୍ମୀଙ୍କ ଦ୍ଵାରା ପୁରସ୍କାର ଦିଆୟାଇଥିଲା । ଏଥିପାଇଁ ଲରନ୍ୟା ବନ୍ଧ ଙ୍କ ବାପା ମା ବହୁତ ଖୁସି ଅନୁଭବ କରିଥିଲେ । ତାଙ୍କ ଝିଅ ଯୋଗ ବିଷୟରେ କିଛି କହି ପୁରସ୍କାର ଜିତିଛି ଓ ଅନ୍ୟ ପିଲାମାନଙ୍କୁ ମଧ୍ୟ ଖାତା ଓ କଲମ ବଣ୍ଟାଯାଇଥିଲା । ଏଥିରେ ଗ୍ରାମବାସୀମାନେ ବହୁତ ଖୁସି ଥିବାର ଅନୁମାନ କରାୟାଇଥିଲା । ନିୟମିତ ଯୋଗ କରିବା ପାଇଁ ପ୍ରେରଣା ପାଉଛନ୍ତି । ଯୋଗ ପ୍ରତି ନିଜର ଆଗ୍ରହ ଦେଖାଉଛନ୍ତି । ସେଥିପାଇଁ ଜନସାଧାରଣ ମାନେ ସରକାରଙ୍କ ର ଏମିତି ପ୍ରୟାସ ହେତୁ ଯୋଗ ଦିନେ ବହୁତ ଆଗକୁ ଯିବ ବୋଲି ମତପ୍ରକାଶ କରିଥିଲେ । ଶେଷରେ ଜଳପାନ କରିକାର୍ଯ୍ୟକ୍ରମକୁ ବିରାମ ଦିଆଯାଇଥିଲା |

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News