ଶତାବ୍ଦୀ ନଗର ୱେଲଫେୟାର ଆସୋସିଏସନ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ

ଭୁବନେଶ୍ୱର: ଆଜି ସାରା ଦେଶରେ ସ୍ୱାଧୀନତା ଦିବସ ପାଳନ କରାଯାଉଛି । ଏହି ଅବସରରେ ଭୁବନେଶ୍ୱରସ୍ଥିତ ଶତାବ୍ଦୀ ନଗର ୱେଲଫେୟାର ଆସୋସିଏସନ ପକ୍ଷରୁ ୭୮ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଦିବସ ପାଳନ ଅବସରରେ ଶତାବ୍ଦୀ ନଗର ୱେଲଫେୟାର ଆସୋସିଏସନର ସଂପାଦକ ସମାଜସେବୀ ସାଧୁଚରଣ ବେହେରା ଜାତୀୟ ପତାକା ଉତୋଳନ କରିଥିବା ଦେଖିବାକୁ ମିଳିଥିଲା । ପ୍ରାରମ୍ଭରେ ଜାତୀୟ ସଂଗୀତ ଗାନ କରାଯାଇଥିଲା । ଶହୀଦ୍ ଓ ମହାପୁରୁଷମାନଙ୍କ ସ୍ମୃତିଚାରଣ ପୂର୍ବକ ଶ୍ରୀଯୁକ୍ତ ବେହେରା ମତବ୍ୟକ୍ତ କରିିଥିଲେ ଯେ, ଶହୀଦ୍ ଓ ମହାପୁରୁଷମାନେ ଆମ ସମସ୍ତଙ୍କ ସର୍ବଦା ଆଦର୍ଶ । ଏଥିସହିତ ସମସ୍ତେ ମା’ ମାଟି ଏବଂ ମାତୃଭାଷା ପାଇଁ ଆଗେଇ ଆସନ୍ତୁ । ଏହି ଅବସରରେ ବୃକ୍ଷରୋପଣ ଓ ମିଷ୍ଠାନ୍ନ ବଂଟନ କରାଯିବା ସହ ଶତବ୍ଦୀ ନଗର ୱେଲଫେୟାର ଆସୋସିଏସନ ଦୀର୍ଘ ବର୍ଷ ଧରି ସାମାଜିକ କାର୍ଯ୍ୟ ମାନ ରାଜଧାନୀର ବିଭିନ୍ନ ସ୍ଥାନରେ କରୁଥିବାବେଳେ ଆଗକୁ ଆହୁରି ବ୍ୟାପକ ଭାବେ ନୂତନ କାର୍ଯ୍ୟ ହାତକୁ ନିଆଯିବ ବୋଲି ଶ୍ରୀଯୁକ୍ତ ବେହେରା ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମକୁ ପ୍ରମୁଖ ସହଯୋଗ କରିଥିଲେ ସମାଜସେବୀ ନାରାୟଣ ଖୁଂଟିଆ, ବାବାଜୀ ଜେନା, ଲକ୍ଷ୍ମୀଧର ମହାପାତ୍ର, ସତ୍ୟନାରାୟଣ ଦାସ, ଇନ୍ଦ୍ରମଣି ନାହାକ, ଡ. କର୍ଣ୍ଣେଲ ଏସ୍ବେହେରା, ଅମ୍ବିକା ମହାରଣା, ପ୍ରଫୁଲ୍ଲ ବାରିକ, ଡ. ମଧୁ ମିଶ୍ର, ପ୍ରଭାକର ପୃଷ୍ଟି ପ୍ରମୁଖ । ରିପୋର୍ଟ: ଅରବନ୍ଦି ତ୍ରିପାଠୀ, ଉତ୍କଳ ବୁଲେଟିନ

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News