ଭୁବନେଶ୍ଵର : ମହାବିଦ୍ୟାଳୟ ପରିଚାଳନା କମିଟି ଦ୍ବାରା ନିଯୁକ୍ତ ପାଇଥିବା ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ଖରା, ବର୍ଷା, ଶୀତ, କାକର, ନିନ୍ଦା, ଅପମାନକୁ ଭୂକ୍ଷେପ ନ କରି ନିଜର ନୈତିକ ଅଧୁକାର ପାଇଁ ସାମ୍ବିଧାନିକ ପଦ୍ଧତିରେ ଅନେକ ଥର ମାନ୍ଧି ମାର୍ଗରେ ମହା-ସମାବେଶ କରି (ଅନୁଦାନ ପ୍ରାପ୍ତି ନିମନ୍ତେ) ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଅଛୁ । ସରକାର ମଧ୍ୟ ଡ଼େଲିଗେସନ ଟିମ୍ ସହିତ ସକାରାତ୍ମକ ଆଲୋଚନା କରିଛନ୍ତି । ସଦାବେଳେ କେବଳ ପ୍ରତିଶୃତି ଆପଣମାନଙ୍କର କଥା ଆଲୋଚନା ହୋଇଛି । ସରକାର ଅବଗତ ଅଛନ୍ତି ଇତ୍ୟାଦି ଇତ୍ୟାଦି କଥା । କିନ୍ତୁ ସମସ୍ତ ପ୍ରତିଶୃତି କେବଳ ପ୍ରତାରଣାରେ ପରିଣତ ହୋଇଛି । ସରକାର ଦୀର୍ଘ ୧୬ ବର୍ଷ ପରେ ଅନୁଦାନ ଦେବାପାଇଁ ଏକ ପତ୍ର ରେଖୁଥିଲେ ତା, ୨୪.୦୬.୨୦୨୩ ରିଖ । କିନ୍ତୁ ଦୁର୍ଭାଗ୍ୟର ବିଷୟ ସରକାର ତା. ୨୮.୦୬.୨୦୨୩ ରିଖରେ ଚିଠିକୁ ପ୍ରତ୍ୟାହାର କରିନେଲେ । ସେହିଦିନ ଠାରୁ ଆଜ୍ର ପରଲା ଲୁହ ଛାତିରେ ଭିଳି ହୋଇ ଶରୀରକୁ ଅନେକ ଯନ୍ତ୍ରଣା ଦେଉଛି । ନିଜର ଅଧିକାର ପାଇଁ ବହୁବାର ସଂଗ୍ରାମ କଲାପରେ ସରକାର ଦୟାକରି ତା. ୧୮:୧୧.୨୦୨୩ ରିଖରେ ସମସ୍ୟାର ସମାଧାନ ନିମନ୍ତେ ଆନ୍ତଃ-ମନ୍ତ୍ରୀସ୍ତରୀୟ ବୈଠକ ପାଇଁ ସଂଘର ସଭାପତି ଡଃ ଦେବ ବିଜୟ ମିଶ୍ରଙ୍କୁ ସଭାରେ ଉପସ୍ଥିତ ରହିବା ପାଇଁ ନିର୍ଦେଶ ଆସିଥିଲା ଏବଂ ଉକ୍ତ ବୈଠକରେ ସକାରାତ୍ମକ ଆଲୋଚନା ମଧ୍ୟ ହୋଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ଆନ୍ତଃମନ୍ତ୍ରୀ ସ୍ତରୀୟ ବୈଠକରେ ବିବରଣୀ ଅନୁଯାୟୀ ରାଜ୍ୟ କ୍ୟାବିନେଟରେ ଗୃହୀତ ହୋଇ ଫଳାଫଳ ଘୋଷଣା ହେବା କଥା କନ୍ତୁ ପରିତାପର ବିଷୟ ଏହି କି ଯେ, “ ନିର୍ବାଚନ ଆଚରଣ ବିଧ” ନିକଟତର ହେଉଥିଲେ ମଧ୍ୟ କୌଣସି ଠୋସ୍ ନିଷ୍ପର୍ଷ ଅଦ୍ୟାବଧୂ ବାହାରି ପାରିନାହିଁ । ଯାହାର ଫଳସ୍ବରୂପ ୨୦୦୮- ୨୦୧୩ ମସିହା ମଧ୍ୟରେ କର୍ତବ୍ୟରତ ତିନି ହଜାରରୁ ଅଣ-ସରକାରୀ ସହାୟତା ଏବଂ ଜାତିସଂଘ-ସାହାଯ୍ୟକାରୀ କଲେଜ୍ ଶିକ୍ଷାଦାନ ଏବଂ ଅଣ-ଶିକ୍ଷାଦାନ (+2 & +3) ଚାକିରୀ ଆସୋସିଏସନ୍, ଓଡିଶା ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀମାନଙ୍କର ଜୀବନ ଜୀବିକାର ଡ଼ଙ୍ଗା ମଝି ନଈରେ ବୁଡ଼ିବାକୁ ବସିଲାଣି । ଭୁବନେଶ୍ଵର ଚାନ୍ଧିମାର୍ଗରେ ଆଜକୁ ୨୩୬ ଦିନରେ ଆନ୍ଦୋଳନ ପଦାର୍ପଣ କରିଅଛି । “ନିର୍ବାଚନ ଆଚରଣ ବିଧ” ଘୋଷଣା ହେବା ପୂର୍ବରୁ ଦୟାକରି ସରକାର ୨୦୦୮ – ୨୦୧୩ ମସିହା ମଧ୍ୟରେ କର୍ଭବ୍ୟରତ ସମସ୍ତ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀମାନଙ୍କ ପାଇଁ ଅନୁଦାନ ନୀତିରେ କ୍ୟାବିନେଟର ମୋହର ବଢାଇବା ପାଇଁ ସଂଘର ସଭାପତି ସମ୍ପାଦକ ତଥା ସମସ୍ତ କର୍ମଚାରୀମାନେ ବିନମ୍ର ପ୍ରାର୍ଥନା କରୁଛନ୍ତି I
Report: priyabrat Barik, Utkal bulletin