“ସୁବାର୍ତା’ର ମାସିକ ବୌଦ୍ଧିକ ସମାବେଶ ଉଦଘାଟିତ

ଭୁବନେଶ୍ୱର: ସ୍ମରଣୀୟ କ୍ରାନ୍ତି ଦିବସ ଅବସରରେ ସ୍ଥାନୀୟ ଗଙ୍ଗନଗର କାର୍ଯ୍ୟାଳୟଠାରେ ସୁବାର୍ତ୍ତା ପକ୍ଷରୁ ଓଡିଶାର କଳା, ସଂସ୍କୃତି, ପୂଜ୍ୟପୂଜା, ଐତିହ୍ୟ ଉପରେ ଆଧାରିତ ମାସିକ ବୈଠକର ଶୁଭାରମ୍ଭ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅର୍ଥଶାସ୍ତ୍ର ବିଶାରଦ ଡଃ ସଂଜୟ ବେହୁରାଙ୍କ ଅଧ୍ୟକ୍ଷତାରେ ଓ ସୁବାର୍ତ୍ତା ସମ୍ପାଦକ ତଥା ଓଡିଶା ନାଗରିକ ମହାମଞ୍ଚର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ ନିଜର ପ୍ରାରମ୍ଭିକ ବକ୍ତବ୍ୟରେ କହିଥିଲେ ଯେ ଅଗଷ୍ଟ ୯ ତାରିଖ, ଜାତୀୟ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ଦିବସ । ୧୯୪୨ ମସିହା, ଅଗଷ୍ଟ ୯ ଦିବସରେ ଇଂରେଜ ଉପନିବେଶରୁ ଭାରତକୁ ମୁକ୍ତ କରିବା ପାଇଁ ବଜ୍ର ନିନାଦିତ କଣ୍ଠରେ ଆହ୍ୱାନ ଦେଇଥିଲେ ମୁକ୍ତି ଆନେ୍ଦାଳନର ଜଣେ ଯୁବ ସଂଗ୍ରାମୀ ଅରୁଣା ଆସିଫ ଅଲ୍ଲୀ ଗ୍ୱାଲିଆ ଟ୍ୟାଙ୍କ ମଇଦାନରେ( ବର୍ତ୍ତମାନ କ୍ରାନ୍ତି ମଇଦାନ) ପତାକା ଉଡ଼ାଇ । ଅବଶ୍ୟ ଗାନ୍ଧିଜୀ ଏହି ଅଂହିସା ଭାବେ ଏହି ଆନେ୍ଦାଳନର ଡାକରା ଦେଇଥିଲେ I ପୂଜ୍ୟ ପୂଜା ଉକôଳର ପାତାଳ ଭେଦି ସଂସ୍କୃତି, ସେଥିପାଇଁ ସମସ୍ତେ ନିଜ ନିଜ ସ୍ତରରେ ମା, ମାଟି, ମାତୃଭାଷା ପାଇଁ ସମର୍ପିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ. ଅନ୍ୟତମ ସମ୍ମାନିତ ଅତିଥି ଭାବେ କଳିଙ୍ଗ ପାଇକ ସଂଗଠନର ପ୍ରତିଷ୍ଠାତା ସଭ୍ୟ, ମୋହନ ସୁନ୍ଦର ଦଳସିଂ ରାୟ, ନାଗରିକ ମହାମଂଚ ସାଧାରଣ ସମ୍ପାଦକ ଡ଼ ପ୍ରଦୀପ କୁମାର ବିଶ୍ୱାଳ ସୁବାର୍ତ୍ତାର ପରିଚାଳନା ନିଦେ୍ର୍ଧଶକ କ୍ରାନ୍ତି ସକ୍ସେନା ଯୋଗ ଦେଇ ପୂଜ୍ୟ ପୂଜା, ଓଡ଼ିଆ ଅସ୍ମିତା, ଭାଷା, ସଂସ୍କୃତି ଉପରେ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ସଂଯୋଜକ ନାରାୟଣ ଓଝା, ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ସୁବାର୍ତ୍ତା ର ଉକ୍ତ ପ୍ରୟାସ ଯୁବପୀଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ ହେବ ବୋଲି ମତବ୍ୟକ୍ତ କରିଥିଲେ.ଯୁବ ଅଧିବକ୍ତା ସୁପ୍ରିୟା ଖଟୁଆ ଆନୁଷ୍ଠାନିକ ଧନ୍ୟବାଦାର୍ପଣ କରିଥିବା ବେଳେ କାର୍ଯ୍ୟକ୍ରମକୁ ପ୍ରମୁଖ ପରିଚାଳନା କରିଥିଲେ ନେତାଜୀ ସାମନ୍ତସିଂହାର, ପ୍ରଦୀପ ପ୍ରଧାନ, ପଦ୍ମ ଚରଣ ଜେନା, ଶ୍ରୀକାନ୍ତ ମାନସିଂ, ଦୁଃଖୀଶ୍ୟାମ ପ୍ରଧାନ ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News