ସ୍ବର୍ଗତ ବନମାଳୀ ସାହୁଙ୍କ ଏକାଦଶାହ ସ୍ମୁତିଚାରଣ ସଭା

ହାଟଡିହି: ଆଦର୍ଶ ଶିକ୍ଷକ, ଶିକ୍ଷାବିତ, ସମାଜସେବୀ ତଥା ସାରସ୍ୱତ ସାଧକ ବନମାଳୀ ସାହୁଙ୍କ ଏକାଦଶାହତମ ସ୍ମୃତି ସଭା ଅଗଷ୍ଟ ମାସ 10 ତାରିଖରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସଭାରେ ସଭାପତିତ୍ୱ କରିଥିଲେ ଅବସରପ୍ରାପ୍ତ ଶିକ୍ଷକ ବାଇଧର ମୁନି l ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ଚନ୍ଦ୍ରମଣି ସାହୁ, ରଞ୍ଜନ ପ୍ରଧାନ, ନାରାୟଣ ଲେଙ୍କା, ରମାକାନ୍ତ ଜେନା, ଅନନ୍ତ ନାୟକ, ସୁଦର୍ଶନ ସେଠୀ, ନବ କିଶୋର ଲେଙ୍କା, ଜଗବନ୍ଧୁ ସାହୁ ଓ ପ୍ରାକ୍ତନ ସରପଞ୍ଚ ରମେଶ ବାରିକ ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ବନମାଳୀ ସାହୁଙ୍କ ସମ୍ପର୍ଣ୍ଣ ଜୀବନ ଏକ ସମର୍ପିତ ଗନ୍ତାଘର ଥିଲା ବୋଲି ବର୍ଣ୍ଣନା କରିଥିଲେ l ତାଙ୍କ ଶିକ୍ଷାଦାନ ଓ ସାମାଜିକ ଦାୟିତ୍ୱବୋଧ ଚିରଦିନ ପାଇଁ ଅବିସ୍ମରଣୀୟ ହୋଇ ରହିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ l ଜଣେ ସାହିତ୍ୟ ସାଧକଭାବେ ସ୍ବର୍ଗତ ସାହୁ ଉପନ୍ୟାସ, କାବ୍ୟ, କବିତା ଓ ଗଳ୍ପ ଆଦି ରଚନା କରି ସାହିତ୍ୟ ପ୍ରତି ତାଙ୍କର ଅହେତୁକ ଦୁର୍ବଳତାକୁ ପ୍ରମାଣିତ କରିଯାଇଛନ୍ତି l ସମଗ୍ର ହାଟଡିହି ଅଞ୍ଚଳ ପାଇଁ ସେ ଜଣେ ଆଦର୍ଶ ଶିକ୍ଷକଭାବେ ଉଦାହରଣ ହୋଇ ରହିବେ ବୋଲି ଉପସ୍ଥିତ ଅତିଥିମାନେ ମତପ୍ରକାଶ କରିଥିଲେ l ଏଠାରେ ପ୍ରକାଶଯୋଗ୍ୟ ଯେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ଜାମିତିରା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ବନମାଳୀ ସାହୁଙ୍କ ଗତ ଜୁଲାଇ ମାସ 31 ତାରିଖରେ ପରଲୋକ ଘଟିଛି l ମୃତ୍ୟୁବେଳକୁ ତାଙ୍କୁ 79 ବର୍ଷ ହୋଇଥିଲା l ତାଙ୍କର ଧର୍ମ ପତ୍ନୀ ସତ୍ୟଭାମା, ତିନି ପୁଅ, ତିନି ଝିଅ, ପୁତ୍ରବଧୂ ଓ ନାତିନାତୁଣୀ ଅଛନ୍ତି l ଉକ୍ତ କାର୍ଯ୍ୟକ୍ରମରେ ସ୍ବର୍ଗତ ସାହୁଙ୍କ ପରିବାରବର୍ଗ ସହଯୋଗ କରିଥିଲେ l Report: Utkalbulletin

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News