୫ ବର୍ଷ ପରେ ବାରବାଟୀକୁ ଫେରିଲା ଦିନିକିଆ ମ୍ୟାଚ୍

କଟକ: ଟି-୨୦ ବିଶ୍ଵକପ୍‌ ସମୟରେ ଓଡ଼ିଶା କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସିର ଖବର। ପାଖାପାଖି ଅଢେଇ ବର୍ଷ ପରେ କଟକ ବାରବାଟୀ ଷ୍ଟାଡିୟମକୁ ଫେରିଛି ଅନ୍ତର୍ଜାତୀୟ ମୁକାବିଲା। ଆସନ୍ତା ଫେବୃଆରୀ ୯ ତାରିଖରେ ବାରବାଟୀରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ମ୍ୟାଚ୍ ଖେଳାଯିବ। ଏଠାରେ ଶେଷ ଦିନିକିଆ ମ୍ୟାଚ୍ ୨୦୧୯ ଡିସେମ୍ବର ୨୨ ତାରିଖରେ ଭାରତ ଓ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଖେଳା ଯାଇଥିଲା। ଦୀର୍ଘ ୫ ବର୍ଷ ପରେ ବାରବାଟୀରେ ଦିନିକିଆ ମ୍ୟାଚ୍ ଖେଳାଯିବ।

୨୦୨୫ ଜାନୁଆରୀ ୨୨ ତାରିଖରୁ ଇଂଲଣ୍ଡ ଦଳର ଭାରତ ଗସ୍ତ ଆରମ୍ଭ ହେବ। ଏହି ସମୟରେ ଭ୍ରମଣକାରୀ ଦଳ ଭାରତରେ ୫ଟି ଟି-୨୦ ଏବଂ ୩ଟି ଦିନିକିଆ ମ୍ୟାଚ୍ ଖେଳିବ। ଭାରତ ଏବଂ ଇଂଲଣ୍ଡ ଦିନିକିଆ ସିରିଜର ଦ୍ଵିତୀୟ ମ୍ୟାଚ୍ ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ପ୍ରଥମ ମ୍ୟାଚ୍ ଫେବୃଆରୀ ୬ରେ ନାଗପୁରଏବଂ ଫେବୃଆରୀ ୧୨ ତାରିଖରେ ଅହମ୍ମଦାବାଦରେ ତୃତୀୟ ମ୍ୟାଚ୍ ଖେଳାଯିବ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News