ସମାଜସେବୀ ପ୍ରଦୀପ ବିଶ୍ୱାଳଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ସମ୍ମାନ

ଭୁବନେଶ୍ୱର: ବିଶିଷ୍ଟ ସମାଜସେବୀ ତଥା ଓଡ଼ିଶା ନାଗରିକ ମହାମଂଚର ଉପସଭାପତି ପ୍ରଦୀପ କୁମାର ବିଶ୍ୱାଳଙ୍କୁ ଏଲିଏନ୍ସ ଆମେରିକାନ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଛି । ଦୀର୍ଘ ୨୫ବର୍ଷ ଧରି ଶ୍ରୀଯୁକ୍ତ ବିଶ୍ୱାଳ ରକ୍ତଦାନ, ପୂଜ୍ୟପୂଜା, ସାଂସ୍କୃତିକ ଓ ବୌଦ୍ଧିକ କାର୍ଯ୍ୟକ୍ରମର ଅଗ୍ରଣୀ ଯୋଦ୍ଧା ତଥା ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମମାନ କରିଆସୁଛନ୍ତି । ଏହି ସମ୍ମାନ ପାଇ ସାରା ଓଡ଼ିଶାକୁ ସେ ଗୌରବାନ୍ୱିତ କରିବା ସହିତ ସମଗ୍ର ସମାଜସେବୀଙ୍କୁ ଏହା ପ୍ରେରଣା ଯୋଗାଇବ ବୋଲି… Continue reading ସମାଜସେବୀ ପ୍ରଦୀପ ବିଶ୍ୱାଳଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ସମ୍ମାନ

ଲିଙ୍ଗରାଜ ବିହାର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ବାର୍ଷିକ ଉତ୍ସବ

ଭୁବନେଶ୍ୱର: ପୋଖରୀପୁଟ ସ୍ଥିତ ଲିଙ୍ଗରାଜ ବିହାର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ୮ମ ତମ ବାର୍ଷିକ ଉତ୍ସବ ସୁରସା- ୮ ବହୁ ସମାରୋହରେ ପାଳିତ ହୋଇ ଯାଇଅଛି। ଏହି ଉତ୍ସବ ରେ ମୁଖ୍ୟ ଅତିଥି ବିଜେପି ରାଜ୍ୟ ଉପ ସଭାପତି ଡ଼. ଲେଖାଶ୍ରୀ ସାମନ୍ତ ସିଂହାର ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବର ଉଦ୍ଘାଟନ କରିଥିଲେ। ମୁଖ୍ୟ ଅତିଥି ଏବଂ ଅନ୍ୟାନ୍ୟ ସମ୍ମାନୀୟୀତ ଅତିଥି ମଧ୍ୟରେ ପୁରୀ ସଂସ୍କୃତ ବିଶ୍ଵବିଦ୍ୟାଳୟର କୁଳପତି ଡକ୍ଟର ଅଲେଖ ଚନ୍ଦ୍ର ଷଡଙ୍ଗୀ ଏବଂ… Continue reading ଲିଙ୍ଗରାଜ ବିହାର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ବାର୍ଷିକ ଉତ୍ସବ

ଡକ୍ଟର ତନ୍ମୟ ତ୍ରିପାଠୀଙ୍କ ଦ୍ବାରା ଜାତୀୟ କୃମି ନାଶକ ଦିବସ ପାଳିତ

ବାଳକାଟି: ପ୍ରତ୍ଯେକ ବର୍ଷପରି ଠିକ୍ ଫେବୃୟାରୀ ୧୦ତାରିଖକୁ ଜାତୀୟ କୃମିନାଶକ ଦୀବସ ରୂପେ ପାଳନ କରାଯାଇଆସୁଅଛି | ପ୍ରଥମେ +୩ ମହାବିଦ୍ଯାଳୟରେ ବାଳକାଟି ଗୋଷ୍ଠିସ୍ବାସ୍ଥ୍ଯ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡକ୍ଟର ତନ୍ମୟ ତ୍ରିପାଠୀଙ୍କ ଦ୍ବାରା ଶୁଭାରମ୍ଭ କରାଯାଇ ଉଭୟ ଛାତ୍ରଛାତ୍ରୀମାନଙ୍କର ବୟସଅନୁଯାୟୀ କୃମିନାଶକ ଔଷଧ ଏବଂ ସିରାଫ ସେବନ କରିବାପାଇଁ ଦିଆଯାଇଥିଲା | ଏହିପରି ଭାବେ ସମୁଦାୟ ୧୩୩ଜଣଙ୍କୁ ଔଷଧ ସେବନ କରିବାପାଇଁ ଦିଆଯାଇଥିଲା |ପରେପରେ କେତେକ ସରକାରୀ,ବେସରକାରୀ ବିଦ୍ଯାଳୟ, ମହାବିଦ୍ଯାଳୟ, ଅନ୍ଯ ସ୍ଥାନରୁ ଆସିଏଠାରେ… Continue reading ଡକ୍ଟର ତନ୍ମୟ ତ୍ରିପାଠୀଙ୍କ ଦ୍ବାରା ଜାତୀୟ କୃମି ନାଶକ ଦିବସ ପାଳିତ

ଅଖିଳ ଭାରତୀୟ ହୃଦ୍‌ବକ୍ଷ ଶଲ୍ୟ ଚିକିତ୍ସକ ସଂଘର ୭୦ତମ ବାର୍ଷିକ ସମ୍ମିଳନୀ ଉଦଯାପିତ

ଭୁବନେଶ୍ବର: ୭୦ ତମ ଅଖିଳ ଭାରତୀୟ ହୃଦ୍‌ବକ୍ଷ ଶଲ୍ୟ ଚିକିତ୍ସକ ସଂଘର ବାର୍ଷିକ ସମ୍ମିଳନୀ ଆଜି ହୋଟେଲ ମେ ଫେୟାରରେ ଉଦଯାପିତ ହୋଇଯାଇଛି। ଏହି ଅବସରରେ ହୋଟେଲ ସୂର୍ଯ୍ୟାଂଶରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ‌ରେ କୁହାଯାଇଥିଲା ଯେ ଏହି ବାର୍ଷିକ ସମ୍ମିଳନୀ ଫେବୃଆରୀ ୮ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର ମେ ଫେୟାର ହୋଟେଲ୍‌ରେ ଅନୁଷ୍ଠିତ ହୋଇଛି। ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ଏହି ସମ୍ମିଳନୀରେ ସର୍ବଭାରତୀୟସ୍ତରରେ ୧୫୦୦ ରୁ ଅଧିକ ହୃଦ୍‌ବକ୍ଷ ଶଲ୍ୟ ବିଶେଷଜ୍ଞଙ୍କ ସହ… Continue reading ଅଖିଳ ଭାରତୀୟ ହୃଦ୍‌ବକ୍ଷ ଶଲ୍ୟ ଚିକିତ୍ସକ ସଂଘର ୭୦ତମ ବାର୍ଷିକ ସମ୍ମିଳନୀ ଉଦଯାପିତ