ଭୋଟ୍ ଦେଲେ ରାଷ୍ଟ୍ରପତି

ଆଜି ଷଷ୍ଠ ପର୍ୟ୍ୟାୟ ନିର୍ବାଚନରେ ମୋଟ ୫୮ଟି ଆସନ ପାଇଁ ଚାଲିଛି ମତଦାନ। I ୬ଟି ରାଜ୍ୟ ଏବଂ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳର ଜନତା ମତସାବ୍ୟସ୍ତ କରୁଥିବା ବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜର ମତଦାନ କରିଛନ୍ତି । ସେ ଦେଶର ପ୍ରଥମ ନାଗରିକ ହୋଇଥିବାବେଳେ ନିଜର ମତ ସାବ୍ୟସ୍ତ କରି ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇଛନ୍ତି । ୮୮୯ ପ୍ରାର୍ଥୀଙ୍କ ଭାଗ୍ୟ ସ୍ଥିର କରିବେ ୧୧ କୋଟିରୁ ଅଧିକ ଭୋଟର। ଦିଲ୍ଲୀରେ ୮.୯୪% ମତଦାନ ହୋଇଥିବା ବେଳେ ପଶ୍ଚିମବଙ୍ଗରେ ସର୍ବାଧିକ ୧୬.୫୪% ମତଦାନ ହୋଇଛି। ଜୁନ ୧ରେ ସପ୍ତମ ତଥା ଅନ୍ତିମ ପର୍ୟ୍ୟାୟ ମତଦାନ ସରିବା ପରେ ଜୁନ ୪ରେ ଫଳାଫଳ ପ୍ରକାଶ ପାଇବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜର ମତସାବ୍ୟସ୍ତ କରିବା ସହ ଅନ୍ୟ ପ୍ରମୁଖ ରାଜନୈତିକ ଦଳ ପ୍ରାର୍ଥୀ ମଧ୍ୟ ନିଜର ମତଦାନ କରିଥିବା ଦେଖିବାକୁ ମିଳିଛି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଓ ଇନ୍ଦରଜିତ ସିଂହ, ବିଜେପିର ମେନକା ଗାନ୍ଧି, ସମ୍ବିତ ପାତ୍ର, ମନୋହର ଖଟ୍ଟର ଓ ମନୋଜ ତିୱାରୀ, କଂଗ୍ରେସର ମେହବୁବା ମୁଫତି ଏବଂ କହ୍ନେୟା କୁମାର ପ୍ରମୁଖ ମତ ସାବ୍ୟସ୍ତ କରିଛନ୍ତି ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News