ଭୂବନ: ଆଜି ସାରା ଦେଶରେ ସ୍ୱାଧୀନତା ଦିବସ ପାଳନ କରାଯାଉଛି । ଏହି ଅବସରରେ ପ୍ରତ୍ୟେକ ସ୍କୁଲ୍, କଲେଜ, ସଂଗଠନ ଏବଂ କାର୍ଯ୍ୟାଳୟରେ ମଧ୍ୟ ଆନନ୍ଦ ଉଲ୍ଲାସର ସହକାରେ ଜାତୀୟ ପତାକା ଉତୋଳନ କରାଯିବା ସହ ସ୍ୱାଧୀନତା ଦିବସ ପାଳନ କରାଯାଇଥିବା ଦେଖିବାକୁ ମିଳିଛି । ଏହି ଅବସରରେ ଢ଼େଙ୍କାନାଳ ଜିଲ୍ଲା ଭୂବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମପଂଚାୟତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସମସ୍ତ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଗହଣରେ ୭୮ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଧାଶ୍ୟାମ ଖିଲାର, ଶିକ୍ଷକ ସୁବ୍ରତ କୁମାର ବିଶ୍ୱାଳ, ଛବିଳ ପରିଡ଼ା, ପ୍ରତାପ ସାହୁ, ଶିକ୍ଷୟିତ୍ରୀ ଅର୍ପିତା ପୃଷ୍ଟି, ଚୁମକୀ ମାଝୀ ଏବଂ ଓଡ଼ିଶ ଗ୍ରାମ ପଂଚାୟତର
ସରପଂଚ ମୋହନ କୁମାର ମହାନ୍ତ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା । ସକାଳୁ ସକାଳୁ ଛାତ୍ରଛାତ୍ରୀ ଓ ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ପ୍ରମୁଖ ଏକତ୍ରିତ ହୋଇ ବିଦ୍ୟାଳୟ ପ୍ରାଙ୍ଗଣରେ ପତାକା ଉତୋଳନ କରିଥିଲେ ଏବଂ ଏହା ପରେ ଛାତ୍ରଛାତ୍ରୀମାନେ ହାତରେ ଜାତୀୟ ପତାକା ଧରି ତି୍ରରଙ୍ଗା ଯାତ୍ରାରେ ଗ୍ରାମ ଭ୍ରମଣ କରିଥିଲେ । ଏହି ତ୍ରିରଙ୍ଗା ଯାତ୍ରାରେ ଗ୍ରାମର ପ୍ରମୁଖ ବ୍ୟକ୍ତିବିଶେଷମାନେ ମଧ୍ୟ ଯୋଗଦେଇଥିଲେ । ଏହି
ଅବସରରେ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ବୁଦ୍ଧିମନ୍ତ ରଣାଙ୍କୁ ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇଥିଲେ । ଶେଷରେ ବିଦ୍ୟାଳୟ ଏବଂ ସାମାଜିକ ଅନୁଷ୍ଠାନ ଉତ୍କଳ ବୁଲେଟିନ୍ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ମିଷ୍ଟାନ୍ନ ବଂଟନ କରାଯାଇଥିବା ଦେଖିବାକୁ ମିଳିଥିଲା । ରିପୋର୍ଟ- ବିମଳ କୁମାର ରଣା, ଉତ୍କଳ ବୁଲେଟିନ