‘ନୀଳ ଆକାଶରେ ଝଡ଼’ ପ୍ରଦର୍ଶିତ

ଭୁବନେଶ୍ୱର: ଓଡିଶା ଖଣି ନିଗମର ବାର୍ଷିକ ସାଂସ୍କୃତିକ ଉତ୍ସବ ଅବସରରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପ ଠାରେ ନାଟକ ‘ନୀଳ ଆକାଶରେ ଝଡ଼ ମଞ୍ଚସ୍ଥ ହୋଇଯାଇଛି l ନୀଳକଣ୍ଠ ଦାସଙ୍କ ପରିବାର ସହିତ ଦେଖିବାକୁ ମିଳିଥିଲା ଗୋଟେ ଘଟଣା, ଯାହା ସମୟ ଚକ୍ର ରେ ସବୁକିଛି ଓଲଟ ପାଲଟ ହୋଇଯାଇଥିଲା l ପରିବାରର ବୋଝ ସମ୍ଭାଳିବାକୁ ନେଇ ନୀଳକଣ୍ଠ ବାବୁ ନିଜକୁ ହଜାଇ ଦିଅନ୍ତି, ପୁଅ, ବୋହୁ,ସ୍ତ୍ରୀଙ୍କ ଗହଣରେ l ବଡ ପୁଅ ନିଶିକାନ୍ତ ଦାସଙ୍କ ସଚୋଟପଣିଆ ହାରମାନି ନ ଥିଲା l ସାମାଜିକ ନାଟକଟି ବେଶ ହୃଦୟସ୍ପର୍ଶୀ ହୋଇଥିଲା l ଅଧ୍ୟାପକ ନାଟ୍ୟକାର, ଗୋଲକ ମହାରଣାଙ୍କ ଉକ୍ତ ନାଟକ ରେ ନିର୍ଦ୍ଧେଶକ ତ୍ରିନାଥ ବାରିକ, ସହ ନିର୍ଦ୍ଧେଶକ ଭାବେ ସାରସ୍ୱତ ମଞ୍ଚ, ଅଭିନେତା ନିର୍ଦ୍ଧେଶକ ସୁବାସ ପଣ୍ଡା, ଜିତେନ୍ଦ୍ର ପଟନାୟକ, ଅଶୋକ ବେହେରାଙ୍କ ଚମତ୍କାର ନିର୍ଦେଶନା ବେଶ ମନୋମୁଗ୍ଧକାର ହୋଇଥିଲା l ଅତିଥି ଭାବେ ଓଡିଶା ମାଇନିଂ କର୍ପୋରେସନ ନିର୍ଦ୍ଧେଶକ ଏଚ, ଆର ଆଲୋକ ପାଉଲ, ସତ୍ୟଜିତ ମହାନ୍ତି, ମଳୟ ରଞ୍ଜନ କର ଉପସ୍ଥିତ ଥିଲେ I

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News