ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ନନ୍ଦିନୀଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ସ୍ଥାନୀୟ ସୂର୍ଯ୍ୟନଗର ପ୍ରତିମୂର୍ତ୍ତି ସ୍ଥଳରେ ଓଡିଶା ର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ, ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ, ସୁସାହିତିକା, ତଥା ବହୁମୁଖୀ ବ୍ୟକ୍ତିତ୍ୱର ଅଧିକାରିଣୀ ନନ୍ଦିନୀ ଶତପଥି ଙ୍କ 94 ତମ ଜୟନ୍ତୀ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହିତ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି l ଅଭିଯାନ ର ଅଧ୍ୟକ୍ଷ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥିଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଏକାମ୍ର ବିଧାୟକ ବାବୁ ସିଂ,ବିଜେପି ନେତା ଜଗନ୍ନାଥ ପ୍ରଧାନ, ପୂଜ୍ୟପୂଜା ପ୍ରାଣ ରମେଶ ପାତାଳ ସିଂ, ଆମେ ଭୁବନେଶ୍ୱର ସଭାପତି ନରେନ ସାହୁ, ମୁଖପାତ୍ର ଅରବିନ୍ଦ ତ୍ରିପାଠୀ, ଅମିତ ପାତାଳ ସିଂ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଉପସ୍ଥିତ ରହିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ଅଧ୍ୟକ୍ଷ ଶ୍ରୀଯୁକ୍ତ ଶତପଥି ମତବ୍ୟକ୍ତ କରିଥିଲେ ଯେ ନନ୍ଦିନୀ ଦେବୀ ଥିଲେ ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ସହିତ, ଭୁ ସଂସ୍କାର ଆଇନ ଆଣିବା, ଯୌତୁକ ପ୍ରଥା ବିରୋଧ ରେ ସ୍ୱର ଉତ୍ତୋଳନ କରିବା ସହିତ ଆଇନ ଆଣିବା, କୃଷକ, ଆଦିବାସୀ, ହରିଜନ ପ୍ରମୁଖ ଙ୍କ ପାଇଁ ବିଶେଷ କାର୍ଯ୍ୟ କରିବା ସହିତ ମହିଳା ମାନଙ୍କୁ ସଶକ୍ତ କରାଇବା ପ୍ରମୁଖ ତାଙ୍କ ଶାସନରେ କାର୍ଯ୍ୟକାରି ହୋଇଥିଲା l ଏହା ସହିତ ଜଣେ ସୁସାହିତିକା, ଲେଖିକା, ସ୍ପଷ୍ଟବାଦୀ ବ୍ୟକ୍ତିତ୍ୱ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ l ସମସ୍ତ ମହିଳାଙ୍କ ଆଦର୍ଶ ଓ ପ୍ରେରଣା ର ସ୍ରୋତ ଭାବେ ଆଜିବି ତାଙ୍କ ଅବଦାନ ଅତୁଳନୀୟ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News