ମା ଶୀତଳା ଯୁବ ପରିଷଦ ଆନୁକୁଲ୍ୟରେ ସରସ୍ଵତୀଙ୍କ ପୂଜା

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ କୁଞ୍ଜକୋଠି ପଞ୍ଚାୟତର ଖୁରାଣ୍ଟ, ବାଲିତୁଠ ର ମା ଶୀତଳା ଯୁବ ପରିଷଦ ଆନୁକୁଲ୍ୟରେ ସରସ୍ଵତୀଙ୍କ ପୂଜା ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଏହି ପୂଜା ଉପଲକ୍ଷେ ସନ୍ଧ୍ୟା ସମୟରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ରେ ୫ ଗୋଟି ଡାନ୍ସ ଗ୍ରୁପ ଭାଗନେଇଥିଲେ । ମା ଶୀତଳା ଡାନ୍ସ ଗ୍ରୁପ, ରାଧାକୃଷ୍ଣ ଡାନ୍ସ ଗ୍ରୁପ, ମା ସରସ୍ଵତୀ ଡାନ୍ସ ଗ୍ରୁପ, ଜଗନ୍ନାଥ… Continue reading ମା ଶୀତଳା ଯୁବ ପରିଷଦ ଆନୁକୁଲ୍ୟରେ ସରସ୍ଵତୀଙ୍କ ପୂଜା

ମା’ ସରସ୍ୱତୀଙ୍କ ପୂଜା ଅନୁଷ୍ଠିତ

ଭୁବନ: ମା’ ବାଗଦେବୀଙ୍କ ପୂଜାର୍ଚ୍ଚନା ସମଗ୍ର ରାଜ୍ୟରେ ପାଳିତ ହୋଇଯାଇଥିବାବେଳେ ଏହି ଅବସରରେ ଭୁବନ ବ୍ଲକ୍ ଓଡ଼ିଶ ଗ୍ରାମ ପଂଚାୟତର ସମସ୍ତ ବିଦ୍ୟାଳୟରେ ମଧ୍ୟ ମା’ ସରସ୍ୱତୀଙ୍କ ପୂଜା ଧୂମଧାମରେ ପାଳନ କରାଯାଇଥିବା ଦେଖିବାକୁ ମିଳିଛି । ବିଦ୍ୟାର୍ଥୀମାନେ ସମୟ ଅନୁସାରେ ସ୍କୁଲ୍ରେ ଉପସ୍ଥିତ ରହି ମା’ ବାଗଦେବୀଙ୍କ ପୂଜାର୍ଚ୍ଚନା କରିଥିଲେ ଏବଂ ଆଶିର୍ବାଦ ଭିକ୍ଷା କରିଥିଲେ ।

ଶିଭମ୍ ଶିକ୍ଷାନୁଷ୍ଠାନରେ ମା’ ସରସ୍ୱତୀଙ୍କ ପୂଜା ପାଳିତ

ଭୁବନେଶ୍ୱର; ଚିନ୍ତାମଣିଶ୍ୱର ଠାରେ ଥିବା ଅଗ୍ରଣୀ କମ୍ପୁ ୍ୟଟର ଶିକ୍ଷାକେନ୍ଦ୍ର ଶିଭମ୍ ପରିସର ମଧ୍ୟରେ ବିଦ୍ୟାର୍ଥୀମାନଙ୍କ ମା’ ବାଗ୍ ଦେବୀଙ୍କ ପୂଜାର୍ଚ୍ଚନା ମହାସମାରୋହରେ ପାଳିତ ହୋଇଯାଇଛି । ଉକ୍ତ ଶିକ୍ଷାନୁଷ୍ଠାନର ନିଦେ୍ର୍ଦଶକ ମଦନ ମୋହନ ପାଢ଼ୀ ଏବଂ ଅଧ୍ୟକ୍ଷା ଶଶିରେଖା ସାହୁ ବାଗଦେବୀଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରିବା ସହିତ ବିଦ୍ୟାର୍ଥମାନେ ମନ ଲଗାଇ ପାଠ ପଢ଼ିବା ସହିତ ପୂଜ୍ୟମାନଙ୍କୁ ଯଥାସମ୍ଭବ ପ୍ରଣାମ ଜଣାଇ ନିଜର କର୍ତ୍ତବ୍ୟ କରିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ବିଦ୍ୟାର୍ଥୀମାନେ ମା’… Continue reading ଶିଭମ୍ ଶିକ୍ଷାନୁଷ୍ଠାନରେ ମା’ ସରସ୍ୱତୀଙ୍କ ପୂଜା ପାଳିତ

ଆବୁଧାବିରେ ପ୍ରଥମ ହିନ୍ଦୁ ମନ୍ଦିର ଉଦ୍ଘାଟିତ

New Delhi: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁଏଇରେ ପ୍ରଥମ ହିନ୍ଦୁ ମନ୍ଦିର ଉଦଘାଟନ କରିଛନ୍ତି । ଏହି ମନ୍ଦିରକୁ ଅଯୋଧ୍ୟା ରାମ ମନ୍ଦିର ପରି ନାଗର ଶୈଳୀରେ ନିର୍ମାଣ କରାଯାଇଛି । ପ୍ରାୟ ୨୭ ଏକର ଜମିରେ ନିର୍ମିତ ଏହି ମନ୍ଦିର ପାଇଁ ୭୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ମନ୍ଦିର ପାଇଁ ଆବଶ୍ୟକୀୟ ଜମିକୁ ୟୁଏଇ ଦାନ ରୂପେ ଦେଇଛି । ମନ୍ଦିରରେ ମୂର୍ତ୍ତିଙ୍କ ପ୍ରାଣ ପ୍ରତିଷ୍ଠା ବୁଧବାର ସାକଳୁ ଆରମ୍ଭ ହୋଇଥିଲା ।… Continue reading ଆବୁଧାବିରେ ପ୍ରଥମ ହିନ୍ଦୁ ମନ୍ଦିର ଉଦ୍ଘାଟିତ

ଦେବାଶିଷ ଓ ଶୁଭାଶିଷ ବିଜେଡିର ରାଜ୍ୟସଭା ପ୍ରାର୍ଥ

ଭୁବନେଶ୍ୱର: ଶେଷରେ କଳ୍ପନାଜଳ୍ପନାର ଅନ୍ତ ଘଟାଇ ବିଜେଡି ପକ୍ଷରୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରାଯାଇଛି । ବିଜେଡି ସଭାପତି ବାରବାଟୀ-କଟକର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି । ବିଜେଡି ପକ୍ଷରୁ ଜାରି କରାଯାଇଥିବା ପ୍ରେସ ବିଜ୍ଞପ୍ତି ମୁତାବକ ଏହି ଦୁଇ ଜଣଙ୍କୁ ରାଜ୍ୟସଭା ପଠାଇବାକୁ ସୁପ୍ରିମୋ ଘୋଷଣା କରିଛନ୍ତି । ଉଲ୍ଲେଖ ଥାଉ କି ଓଡ଼ିଶାର ୩ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ପ୍ରଶାନ୍ତ ନନ୍ଦ… Continue reading ଦେବାଶିଷ ଓ ଶୁଭାଶିଷ ବିଜେଡିର ରାଜ୍ୟସଭା ପ୍ରାର୍ଥ

ଯୋଗବେଦାନ୍ତ ସେବାସମିତି ପକ୍ଷରୁ ମାତୃପିତୃ ପୂଜନ ଅନୁଷ୍ଠିତ

ଭୁବନେଶ୍ୱର: ଯୋଗବେଦାନ୍ତ ସେବାସମିତି ଆନୁକୂଲ୍ୟରେ ସ୍ଥାନୀୟ ଟଙ୍କପାଣି ରୋଡ ଠାରେ ମାତୃ-ପିତୃ ପୂଜନ ସହିତ ବିଦ୍ୟାର୍ଥୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସନ୍ଥ ଆଶାରାମଜୀଙ୍କ ଦ୍ୱାରା ପ୍ରେରିତ ଉକ୍ତ ଅନୁଷ୍ଠାନ ପକ୍ଷରୁ ମାତୃ-ପିତୃମାନଙ୍କୁ ବିଧିପୂର୍ବକ ପୂଜନ କରିବାସହିତ ପିଲାମାନଙ୍କ ଦ୍ୱାରା ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରେମ ଦିବସ ପାଳନ ନକରି ଏହି ଦିବସଟିକୁ ମାତୃ-ପିତୃ ପୂଜନ ଓ ଗୁରୁଜନମାନଙ୍କୁ ଯଥାବିଧି ପୂଜନ ବ୍ୟକ୍ତିର ବୌଦ୍ଧିକ ବିକାଶ ଘଟିବା ସହିତ ସମାଜରେ… Continue reading ଯୋଗବେଦାନ୍ତ ସେବାସମିତି ପକ୍ଷରୁ ମାତୃପିତୃ ପୂଜନ ଅନୁଷ୍ଠିତ

ମୋକ୍ଷ ଅନୁଷ୍ଠାନ ଦ୍ଵାରା ୧୪ତମ ଯୁଗଳବନ୍ଦି କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଭଞ୍ଜକଳା ମଣ୍ଡପ ଠାରେ ଚାଲିଥିବା ମୋକ୍ଷ ଅନୁଷ୍ଠାନର ପ୍ରତିଷ୍ଠାତ୍ରୀ ଡଃ ସୁଜାତା ମିଶ୍ରଙ୍କ ଦ୍ଵାରା ଆୟୋଜିତ ୧୪ତମ ଯୁଗଳବନ୍ଦି କାର୍ଯ୍ୟକ୍ରମରେ ଓଡ଼ିଶୀ ନୃତ୍ୟ ଗୁରୁ ଡଃ ପ୍ରିୟଙ୍କା ମିଶ୍ର ଏବଂ ତାଙ୍କ ଶିଷ୍ୟା ସୋନାଷୀ ସାହୁଙ୍କ ଦ୍ବାରା ପରିବେଷିତ, ଦୁର୍ଗା ତାଣ୍ଡବ ନୃତ୍ୟ ଅତ୍ୟନ୍ତ ମନମୁଗ୍ଧକର ହୋଇଥିଲା ଏବଂ ଉପସ୍ଥିତ ଦର୍ଶକମାନଙ୍କ କରତାଳି ଦ୍ଵାରା ଭଞ୍ଜକଳା ମଣ୍ଡପ ପରିସର ପ୍ରକମ୍ପିତ ହୋଇଉଠିଥିଲା ।

ସମାଜସେବୀ ପ୍ରଦୀପ ବିଶ୍ୱାଳଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ସମ୍ମାନ

ଭୁବନେଶ୍ୱର: ବିଶିଷ୍ଟ ସମାଜସେବୀ ତଥା ଓଡ଼ିଶା ନାଗରିକ ମହାମଂଚର ଉପସଭାପତି ପ୍ରଦୀପ କୁମାର ବିଶ୍ୱାଳଙ୍କୁ ଏଲିଏନ୍ସ ଆମେରିକାନ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଛି । ଦୀର୍ଘ ୨୫ବର୍ଷ ଧରି ଶ୍ରୀଯୁକ୍ତ ବିଶ୍ୱାଳ ରକ୍ତଦାନ, ପୂଜ୍ୟପୂଜା, ସାଂସ୍କୃତିକ ଓ ବୌଦ୍ଧିକ କାର୍ଯ୍ୟକ୍ରମର ଅଗ୍ରଣୀ ଯୋଦ୍ଧା ତଥା ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମମାନ କରିଆସୁଛନ୍ତି । ଏହି ସମ୍ମାନ ପାଇ ସାରା ଓଡ଼ିଶାକୁ ସେ ଗୌରବାନ୍ୱିତ କରିବା ସହିତ ସମଗ୍ର ସମାଜସେବୀଙ୍କୁ ଏହା ପ୍ରେରଣା ଯୋଗାଇବ ବୋଲି… Continue reading ସମାଜସେବୀ ପ୍ରଦୀପ ବିଶ୍ୱାଳଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ସମ୍ମାନ

ଲିଙ୍ଗରାଜ ବିହାର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ବାର୍ଷିକ ଉତ୍ସବ

ଭୁବନେଶ୍ୱର: ପୋଖରୀପୁଟ ସ୍ଥିତ ଲିଙ୍ଗରାଜ ବିହାର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ୮ମ ତମ ବାର୍ଷିକ ଉତ୍ସବ ସୁରସା- ୮ ବହୁ ସମାରୋହରେ ପାଳିତ ହୋଇ ଯାଇଅଛି। ଏହି ଉତ୍ସବ ରେ ମୁଖ୍ୟ ଅତିଥି ବିଜେପି ରାଜ୍ୟ ଉପ ସଭାପତି ଡ଼. ଲେଖାଶ୍ରୀ ସାମନ୍ତ ସିଂହାର ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବର ଉଦ୍ଘାଟନ କରିଥିଲେ। ମୁଖ୍ୟ ଅତିଥି ଏବଂ ଅନ୍ୟାନ୍ୟ ସମ୍ମାନୀୟୀତ ଅତିଥି ମଧ୍ୟରେ ପୁରୀ ସଂସ୍କୃତ ବିଶ୍ଵବିଦ୍ୟାଳୟର କୁଳପତି ଡକ୍ଟର ଅଲେଖ ଚନ୍ଦ୍ର ଷଡଙ୍ଗୀ ଏବଂ… Continue reading ଲିଙ୍ଗରାଜ ବିହାର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ବାର୍ଷିକ ଉତ୍ସବ

ଡକ୍ଟର ତନ୍ମୟ ତ୍ରିପାଠୀଙ୍କ ଦ୍ବାରା ଜାତୀୟ କୃମି ନାଶକ ଦିବସ ପାଳିତ

ବାଳକାଟି: ପ୍ରତ୍ଯେକ ବର୍ଷପରି ଠିକ୍ ଫେବୃୟାରୀ ୧୦ତାରିଖକୁ ଜାତୀୟ କୃମିନାଶକ ଦୀବସ ରୂପେ ପାଳନ କରାଯାଇଆସୁଅଛି | ପ୍ରଥମେ +୩ ମହାବିଦ୍ଯାଳୟରେ ବାଳକାଟି ଗୋଷ୍ଠିସ୍ବାସ୍ଥ୍ଯ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡକ୍ଟର ତନ୍ମୟ ତ୍ରିପାଠୀଙ୍କ ଦ୍ବାରା ଶୁଭାରମ୍ଭ କରାଯାଇ ଉଭୟ ଛାତ୍ରଛାତ୍ରୀମାନଙ୍କର ବୟସଅନୁଯାୟୀ କୃମିନାଶକ ଔଷଧ ଏବଂ ସିରାଫ ସେବନ କରିବାପାଇଁ ଦିଆଯାଇଥିଲା | ଏହିପରି ଭାବେ ସମୁଦାୟ ୧୩୩ଜଣଙ୍କୁ ଔଷଧ ସେବନ କରିବାପାଇଁ ଦିଆଯାଇଥିଲା |ପରେପରେ କେତେକ ସରକାରୀ,ବେସରକାରୀ ବିଦ୍ଯାଳୟ, ମହାବିଦ୍ଯାଳୟ, ଅନ୍ଯ ସ୍ଥାନରୁ ଆସିଏଠାରେ… Continue reading ଡକ୍ଟର ତନ୍ମୟ ତ୍ରିପାଠୀଙ୍କ ଦ୍ବାରା ଜାତୀୟ କୃମି ନାଶକ ଦିବସ ପାଳିତ