ମୋକ୍ଷ ଅନୁଷ୍ଠାନ ଦ୍ଵାରା ୧୪ତମ ଯୁଗଳବନ୍ଦି କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଭଞ୍ଜକଳା ମଣ୍ଡପ ଠାରେ ଚାଲିଥିବା ମୋକ୍ଷ ଅନୁଷ୍ଠାନର ପ୍ରତିଷ୍ଠାତ୍ରୀ ଡଃ ସୁଜାତା ମିଶ୍ରଙ୍କ ଦ୍ଵାରା ଆୟୋଜିତ ୧୪ତମ ଯୁଗଳବନ୍ଦି କାର୍ଯ୍ୟକ୍ରମରେ ଓଡ଼ିଶୀ ନୃତ୍ୟ ଗୁରୁ ଡଃ ପ୍ରିୟଙ୍କା ମିଶ୍ର ଏବଂ ତାଙ୍କ ଶିଷ୍ୟା ସୋନାଷୀ ସାହୁଙ୍କ ଦ୍ବାରା ପରିବେଷିତ, ଦୁର୍ଗା ତାଣ୍ଡବ ନୃତ୍ୟ ଅତ୍ୟନ୍ତ ମନମୁଗ୍ଧକର ହୋଇଥିଲା ଏବଂ ଉପସ୍ଥିତ ଦର୍ଶକମାନଙ୍କ କରତାଳି ଦ୍ଵାରା ଭଞ୍ଜକଳା ମଣ୍ଡପ ପରିସର ପ୍ରକମ୍ପିତ ହୋଇଉଠିଥିଲା ।