ଝାଡ଼ାବାନ୍ତିରେ ଦମ୍ପତି ମୃତ, ୩୦ ଆକ୍ରାନ୍ତ

ବରଗଡ଼: ବରଗଡ଼ ଜିଲ୍ଲା ଭେଡେନ ବ୍ଲକ୍ ଅମଲିପାଲି ଗାଁରେ ଝାଡ଼ାବାନ୍ତିରେ ଏକ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ପରିବାରର ଆଉ ୩ ଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେହିପରି ଗାଁର ଆହୁରି ୩୦ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଝାଡ଼ାବାନ୍ତି ନେଇ ଖବର ପାଇବା ପରେ ଗାଁରେ ପହଞ୍ଚିଥିଲେ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ। ସେ ଏ ସଂପର୍କରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ତୁରନ୍ତ ଆକ୍ରାନ୍ତଙ୍କୁ ଚିକିତ୍ସା ସେବା ଯୋଗାଇ… Continue reading ଝାଡ଼ାବାନ୍ତିରେ ଦମ୍ପତି ମୃତ, ୩୦ ଆକ୍ରାନ୍ତ

କ୍ୟାପିଟାଲ୍ ହସ୍ପିଟାଲରେ ଜଟିଳ ହେଉଛି ପାର୍କିଂ ସମସ୍ୟା

ଭୁବନେଶ୍ୱର: କ୍ୟାପିଟାଲ୍ ହସ୍ପିଟାଲରେ ଦିନକୁ ଦିନ ଜଟିଳ ହେଉଛି ପାର୍କିଂ ସମସ୍ୟା । ଲୋକ ସଂଖ୍ୟା ବୃଦ୍ଧି ହେଉଥିବା ବେଳେ ସେହି ପରିମାଣରେ ପାର୍କିଂ ପାଇଁ ସୁବିଧା ନଥିବାରୁ ଲୋକମାନେ ହସ୍ପିଟାଲ ବାହାରେ ନିଜ ଗାଡ଼ି ପାର୍କିଂ କରୁଛନ୍ତି । ଯେତିକି ପାର୍କିଂ ରହିଛି ସେଥିରେ ସୁରକ୍ଷା ବ୍ୟବସ୍ଥା ନଥିବାରୁ ଚୋରି ମଧ୍ୟ ବଢ଼ୁଛି । ସୂଚନାନୁସାରେ କ୍ୟାପିଟାଲ ହସ୍ପିଟାଲକୁ ଦିନକୁ ଦିନ ପ୍ରାୟ ସାଢ଼େ ୩ ହଜାରରୁ ଅଧିକ ରୋଗୀ ଚିକିତ୍ସିତ ହେବା ପାଇଁ ଆସୁଛନ୍ତି… Continue reading କ୍ୟାପିଟାଲ୍ ହସ୍ପିଟାଲରେ ଜଟିଳ ହେଉଛି ପାର୍କିଂ ସମସ୍ୟା

ବାଳକାଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡକ୍ଟର ତନ୍ମୟ ତ୍ରିପାଠୀ ଙ୍କ ତତ୍ୱାବଧାନରେ ବିଶ୍ଵ ଯକ୍ଷ୍ମା ଦିବସ ପାଳନ

ବାଳକାଟୀ: ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ବାଳକାଟୀ ଠାରେ ଡକ୍ଟର ତନ୍ମୟ ତ୍ରିପାଠୀ ଙ୍କ ତତ୍ୱାବଧାନରେ ବିଶ୍ଵ ଯକ୍ଷ୍ମା ଦିବସ (24 mar 2024)ପାଳନ କରାଯାଇଥିଲା | TB supervisor, PHEO, CHO,ANM, ଆଶା, ଅଙ୍ଗନୱାଡି କର୍ମୀ ଓ ଜନସାଧାରଣ ଉପସ୍ଥିତ ଥିଲେ | ଆଲୋଚ୍ୟର ବିଷୟ TB କଣ ପାଇଁ ହୁଏ, କାହିଁକି ସଂକ୍ରମିତ ହୁଏ ଓ ସଂକ୍ରମଣକୁ ରୋକିବା ପାଇଁ କଣ କରାଯିବ ଲୋକମାନଙ୍କୁ ଅବଗତି କରାଗଲା | ଯଦି ଜଣେ ବ୍ୟକ୍ତିଙ୍କୁ କାଶ, କଫ… Continue reading ବାଳକାଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡକ୍ଟର ତନ୍ମୟ ତ୍ରିପାଠୀ ଙ୍କ ତତ୍ୱାବଧାନରେ ବିଶ୍ଵ ଯକ୍ଷ୍ମା ଦିବସ ପାଳନ