ଝାଡ଼ାବାନ୍ତିରେ ଦମ୍ପତି ମୃତ, ୩୦ ଆକ୍ରାନ୍ତ

ବରଗଡ଼: ବରଗଡ଼ ଜିଲ୍ଲା ଭେଡେନ ବ୍ଲକ୍ ଅମଲିପାଲି ଗାଁରେ ଝାଡ଼ାବାନ୍ତିରେ ଏକ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ପରିବାରର ଆଉ ୩ ଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେହିପରି ଗାଁର ଆହୁରି ୩୦ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଝାଡ଼ାବାନ୍ତି ନେଇ ଖବର ପାଇବା ପରେ ଗାଁରେ ପହଞ୍ଚିଥିଲେ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ। ସେ ଏ ସଂପର୍କରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ତୁରନ୍ତ ଆକ୍ରାନ୍ତଙ୍କୁ ଚିକିତ୍ସା ସେବା ଯୋଗାଇ… Continue reading ଝାଡ଼ାବାନ୍ତିରେ ଦମ୍ପତି ମୃତ, ୩୦ ଆକ୍ରାନ୍ତ

ରାଜ୍ୟରେ ଘୋଷଣା ହେଲା ଆଉ ୨୨ ନୂଆ NAC

ରାଜ୍ୟରେ ଆଉ ନୂଆ ୨୨ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ବା ଏନଏସି ଘୋଷଣା ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୧୩ ଜିଲ୍ଲାର ୨୨ଟି ନୂତନ ବିଜ୍ଞପିତ ଅଞ୍ଚଳ ପରିଷଦ ଗଠନ ଘୋଷଣା କରିଛନ୍ତି। ସେଗୁଡ଼ିକ ହେଲା ବୌଦ୍ଧ ଜିଲ୍ଲାର ମନମୁଣ୍ଡା, ପୁରୁଣା କଟକ ଓ ବାଉଁଶୁଣି। ବଲାଙ୍ଗିରର ଲୋଇସିଂହା ଓ ସିନ୍ଧେକେଲା, ବରଗଡର ସୋହେଲା, ବାଲେଶ୍ୱରର ବାଲିଆପାଳ ଓ ଖଇରା, ଭଦ୍ରକରଧାମରା, ଢେଙ୍କାନାଳର ରାସୋଳ, ଜଗତସିଂହପୁରର କୁଜଙ୍ଗ, କଳାହାଣ୍ଡିର ନର୍ଲା ଓମଦନପୁର ରାମପୁର, ଖୋର୍ଦ୍ଧାର… Continue reading ରାଜ୍ୟରେ ଘୋଷଣା ହେଲା ଆଉ ୨୨ ନୂଆ NAC

ଚୌଦ୍ୱାରରେ ଟେକ୍ସଟାଇଲ୍ ପାର୍କର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଚୌଦ୍ୱାର: କଟକ ଚୌଦ୍ୱାରରେ ନୂତନ ଶିଳ୍ପର ଶିଳାନ୍ୟାସ ହୋଇଛି । ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିର୍ମିତ ହେବ ୱେଲସ୍ପନ୍ ଇ ଗ୍ରେଟେଡ୍ ଟେକ୍ସଟାଇଲ୍ ପାର୍କ । ପ୍ରକଳ୍ପ ପାଇଁ ୩ ହଜାର ୫୦କୋଟି ଟଙ୍କା ନିବେଶ ହେବ । ୧୦ ହଜାର ଲୋକଙ୍କୁ ମିଳିବ ପ୍ରତ୍ୟେକ୍ଷ ନିଯୁକ୍ତି । ଏହା ସହିତ ଚୌଦ୍ୱାରରେ ଶିଳ୍ପାୟନ ପୁର୍ନବିକାଶର ଏକ ଗୌରବମୟ ଅଧ୍ୟାୟ ଆରମ୍ଭ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଜି… Continue reading ଚୌଦ୍ୱାରରେ ଟେକ୍ସଟାଇଲ୍ ପାର୍କର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ