ଓଟିଡିସି ଅଧ୍ୟକ୍ଷ ଲେନିନ୍‌ ମହାନ୍ତି ଇସ୍ତଫା ଦେଲେ

ଭୁବନେଶ୍ୱର: ଓଡ଼ିଶା ପର୍ୟ୍ୟଟନ ଉନ୍ନୟନ ନିଗମ(ଓଟିଡିସି)ର ଅଧ୍ୟକ୍ଷ ତଥା ବିଜୁ ଜନତା ଦଳର ମୁଖପାତ୍ର ଲେନିନ୍‌ ମହାନ୍ତି ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ସେ ୨୦୨୨ରେ ଅଧ୍ୟକ୍ଷ ପଦରେ ଅବସ୍ଥାପିତ ହୋଇଥିଲେ। ରାଜ୍ୟରେ ସରକାର ପରିବର୍ତ୍ତନ ହେବା ପରେ ସେ ଓଟିଡିସି ଅଧ୍ୟକ୍ଷ ଗତକାଲି (ଶୁକ୍ରବାର) ପଦରୁ ଇସ୍ତଫା ଦେଇଛନ୍ତି। ଏ ନେଇ ମହାନ୍ତି କହିଛନ୍ତି, ସରକାର ପରିବର୍ତ୍ତନ ହେବା ଏକ ସ୍ବାଭାବିକ ପ୍ରକ୍ରିୟା। ଏହା ସହ ଆମ ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରରେ ଏକ ରୂପାନ୍ତରୀକରଣ ହେବା ଆମେ ସମସ୍ତେ ଦେଖିଛୁ। ସମସ୍ତଙ୍କ ସହଯୋଗରେ ୪୦ବର୍ଷର ଅଟକି ରହିଥିବା କାମକୁ ଶେଷ କରିବାକୁ ଆମେ ସମସ୍ତେ ଚେଷ୍ଟା କରିଛୁ। ଆଜି ମୁଁ ଏହି ପଦରୁ ଇସ୍ତଫା ଦେଲେ ସୁଦ୍ଧା ଆମ ସମସ୍ତଙ୍କର ପ୍ରିୟ ନବୀନ ପଟ୍ଟନାୟକଙ୍କ ସହ ଏବଂ ବିଜେଡି ସହ ରହିଛି ଆଉ ଆଗକୁ ରହି ଆଗାମୀ ଦିନରେ କାମ କରିବେ ବୋଲି କହିଛନ୍ତି ଲେନିନ୍‌ ମହାନ୍ତି ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News