ଚତୁର୍ଥ ରଜ ମହୋତ୍ସବ ୨୦୨୫ ପାଇଁ ସାମ୍ବାଦିକ ସମ୍ମିଳନୀ

ବାଲିଅନ୍ତା: ବାଲିଅନ୍ତା ବ୍ଲକ ଅନ୍ତର୍ଗତ ଉମାଦେଇବ୍ରହ୍ମପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ପ୍ରସିଧ ତନ୍ତ୍ରପୀଠ ହୀରାପୁର ଚଉଷଠି ଯୋଗିନୀ ମନ୍ଦିର ନିକଟରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୪ର୍ଥ ରଜ ମହୋତ୍ସବ ଜୁନ ୧୪ ଓ ୧୫ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହେବ । ଏନେଇ ଗ୍ରୀନ ଜୟଦେବ ଫାଉଣ୍ଡେସନ ଟ୍ରଷ୍ଟର ପରିଚାଳନା ଟ୍ରଷ୍ଟି ଦୀନବନ୍ଧୁ ଭୋଇ ଅଧ୍ୟକ୍ଷତାରେ ବାଳକାଟି ସ୍ଥିତ ଶ୍ରୀ କନଭେକସନ କଲ୍ୟାଣ ମଣ୍ଡପରେ ଗୁରୁବାର ମଧ୍ୟାହ୍ନରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି । ଜୟଦେବ ନିର୍ବାଚନ ମଣ୍ଡଳୀର ଅଗ୍ରଣୀ ପରିବେଶ ଭିତ୍ତିକ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଜୟଦେବ ଫାଉଣ୍ଡେସନ ଟ୍ରଷ୍ଟ ଆନୁକୁଲ୍ୟରେ ଅନୁଷ୍ଠିତ ଉତ୍ସବର ଲକ୍ଷ୍ୟ ଚାଷୀ ଭାଇ ତଥା ଓଡ଼ିଶାର ଗଣ ପର୍ବ, ଐତିହ୍ୟ , ପରମ୍ପରା , ଅସ୍ମିତା , କଳା , ସଂସ୍କୃତି , ପରିଚୟକୁ ଉଜ୍ଜୀବିତ ରଖିବା ସହିତ ଅଞ୍ଚଳରେ ଭାଇ ଚାରା ସୃଷ୍ଟି କରିବା ଏବଂ, ଆମୋଦ ପ୍ରମୋଦ ଭିତରେ ପରିବେଶ ସଚେତନତାର ବାର୍ତ୍ତା ବାଣ୍ଟିବା | ରାଜ୍ୟର ଅନେକ ବିଶିଷ୍ଟ ଖ୍ୟାତି ସଂପନ୍ନ ବ୍ୟକ୍ତିବିଶେଷମାନେ ଏହି ମହୋତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ତଦ୍ ସହିତ ରଙ୍ଗାରଙ୍ଗ ଉତ୍ସବର ପ୍ରଥମ ଦିବସରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା କରାଯିବ । ଦିତୀୟ ଦିବସରେ ଓଡ଼ିଶୀ , ସମ୍ବଲପୁରୀ, ନୃତ୍ୟ ଦ୍ୱାରା ଦର୍ଶକଙ୍କ ମନ ମୋହିବେ ନେଇ ବ୍ୟବସ୍ଥା, ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଶ୍ରେଷ୍ଟ ସ୍ଥାନ ପାଇ ଥିବା ପ୍ରତିଯୋଗୀଙ୍କୁ ରଜର ରାଣୀ ଘୋଷଣା ସହିତ ପାଞ୍ଚ ହଜାର ଟଙ୍କା ପ୍ରଦାନ କରାଯିବ । ଏହା ସହ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ସମ୍ମାନୀତ କରାଯିବ । ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଯୁବସମାଜସେବି ରଞ୍ଜନ କୁମାର ମହାପାତ୍ର, ଉପଦେଷ୍ଟା ବିଧୁଭୂଷଣ ପଟ୍ଟନାୟକ, ଆଦର୍ଶ ଶିକ୍ଷକ ନାରାୟନ ବେହେରା, ମଞ୍ଚ ଉପସ୍ଥାପକ ତଥା ଓଟିଭି ଇଂରାଜୀ ସମ୍ବାଦର ପରିବେଶକ ଶୁଭଜିତ୍ ପଣ୍ଡା, ପରିବେଶବିତ୍ ଲକ୍ଷ୍ମୀଧର ପ୍ରଧାନ, ସୁରେଶ ଚନ୍ଦ୍ର ବେହେରା ଓ ଉମାକାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News