ନୂଆ ଦାମୀ କାର୍ କିଣି ଫଶିଗଲେ ଫେମସ୍ ୟୁଟ୍ୟୁବର ରୂପା ପିଣ୍‌ଟୁ

ନୂଆ ଦାମୀ କାର୍ କିଣି ଫଶିଗଲେ ଫେମସ୍ ୟୁଟ୍ୟୁବର ରୂପା ପିଣ୍‌ଟୁ । ୨୬ ଲକ୍ଷ ଟଙ୍କାର କାର କିଣି ଦେଇପାରିନାହାନ୍ତି ଫାଇନାନସ। I ଘର ଆଗରେ ଠିଆ ହେଲେ ଫାଇନାନସ ଏଜେଂଟ୍‌ I ପ୍ରଥମରୁ ୟୁଟ୍ୟୁବରେ ଚର୍ଚ୍ଚାରେ ରହିଆସିଥିବା ଏହି ଯୋଡି ଆଜି ଫଶିଯାଇଛନ୍ତି ତାଙ୍କର ନୂଆଗାଡ଼ିକୁ ନେଇ। ଏବେ ସୋସିଆଲମିଡିଆରେ ଭାଇରାଲ ହେଉଛି ତାଙ୍କର ଏକ ଭିଡିଓ। ରୁପା ପିଂଟୁ ୟୁଟ୍ୟୁବରେ ଭିଡିଓ କରି ବହୁତ ଲୋକପ୍ରିୟତା ହାସଲ କରିପାରିଥିବାବେଳେ ତାଙ୍କର ବହୁ ଫ୍ୟାନ୍‌ସ ଫଲୋୟରସ ବଢ଼ିଯାଇଛନ୍ତି। ସେ ୟୁଟ୍ୟୁବର ଭାବେ ସାରା ଓଡ଼ିଶାରେ ଏବେ ପରିଚିତ ହୋଇଥିବାବେଳେ ତାଙ୍କ ପ୍ରତ୍ୟେକ ଭିଡିଓକୁ ଯୁବପୀଢ଼ୀମାନେ ବହୁ ପସନ୍ଦ କରିଆସିଛନ୍ତି। ଏବେ କିନ୍ତୁ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କୁ ବହୁ କମେଟ ଆସୁଛି। ଖବର ଟା ଏପରି ଯେ, ସେ ତାଙ୍କର ଏକ ନୂଆ ଗାଡ଼ିକୁନେଇ ପଡ଼ିଯାଇଛନ୍ତି ହରଡଘଣାରେ। ସେ କିଛି ଦିନ ତଳେ ଏକ ନୂଆ ଦାମୀ କାର କିଣିଥିଲେ। ଏହି କାରର ଫାଇନାନସର ମାସିକିଆ ପେମେଂଟ କରିପାରିନାହାନ୍ତି। କାର କମ୍ପାନୀ ପକ୍ଷରୁ ବହୁବାର ଯୋଗାଯୋଗ କରିବା ପରେ ରୂପା ପିଣ୍ଟୁ କୌଣସି ପ୍ରକାର ସହଯୋଗ କରିନଥିଲେ । ଶେଷରେ କାର କମ୍ପାନୀର ଫାଇନାନଓ କର୍ମଚାରୀ ଆସି ତାଙ୍କ ଘର ଆଗରେ ପହଂଚିଯାଇଥିଲେ। ୨୬ ଲକ୍ଷ ଟଙ୍କାର କାର୍ କିଣିଥିବା ଏହି ଭିଡିଓରେ ଫାଇନାନସ ଏଜେଂଟ୍ ମାନେ କହୁଥିବା ମଧ୍ୟ ଦେଖାଯାଉଛି ଏହି ଭାଇରାଲ ଭିଡିଓରେ। ତେବେ ସେ ପ୍ରଥମେ ୫ ଲକ୍ଷ ଟଙ୍କା ଦେଇ ଏହି ୨୬ ଲକ୍ଷର କାର ଘରକୁ ଆଣିଥିଲେ। ଏହା ପରେ ସେ ଆଉ ଦେଇନଥିବା ଏହି ଫାଇନାନସ୍ ଏଜେଂଟ ମାନେ ଅଭିଯୋଗ କରୁଛନ୍ତି।ତେବେ ଏହି ଲୋକପ୍ରିୟ ହାସଲ କରିଥିବା ୟୁଟ୍ୟୁବର ରୂପା ପିଂଟୁ କାହିଁକି କାରର ପଇସା ଦେଇପାରୁନାହାନ୍ତି ? କୌଣସି ଅସୁବିଧା ଯୋଗୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥାଇପାରେ ବୋଲି ତାଙ୍କ ଆଖପାଖ ଲୋକ କହୁଛନ୍ତି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News