ପିପିଲିରେ ବାର୍ଡ ଫ୍ଲୁ: ୫ ହଜାର କୁକୁଡ଼ା ମରାଗଲା, ଆହୁରି ମରାଯିବ

ପିପିଲି: ପୁରୀ ଜିଲ୍ଲା ପିପିଲି ଅଞ୍ଚଳରେ ବାର୍ଡ ଫ୍ଲୁ ପଜିଟିଭ୍ ଚିହ୍ନଟ ପରେ ପ୍ରାଣୀ ସଂପଦ ବିଭାଗ ତତ୍ପର ହୋଇପଡ଼ିଛି । ବାର୍ଡ ଫ୍ଲୁ ସଂକ୍ରମଣ ରୋକିବାକୁ ଆରମ୍ଭ ହୋଇଛି କୁକୁଡ଼ା ମରା ଅଭିଯାନ। ଗତକାଲି ଠାରୁ ପିପିଲି ଆବଲପୁର ଗାଁରୁ ପ୍ରାୟ ୫ ହଜାର କୁକୁଡ଼ା ମରାଯାଇଥିଲା ବେଳେ ପୂରା ଅଞ୍ଚଳରୁ ବିଭିନ୍ନ ବ୍ରଏଲର ଫାର୍ମରେ ଥିବା ପ୍ରାୟ ୨୦ ହଜାରରୁ ଅଧିକ କୁକୁଡ଼ା ମାରିବାକୁ ଲକ୍ଷ୍ୟ ରଖାଯାଇଛି। ସାନିଟେସନ୍ ଉପରେ ମଧ୍ୟ ବିଶେଷ ଗୁରୁତ୍ବ ଦେଉଛି ବିଭାଗ। ପିପିଲି ଅଞ୍ଚଳରେ ଥିବା ୪୭ ଫାର୍ମରୁ ମରାଯିବ ୨୦ ହଜାରରୁ ଅଧିକ କୁକୁଡ଼ା। ବାର୍ଡ କଲିଂ ପାଇଁ ଗଠନ କରାଯାଇଛି ୧୨ ଜଣିଆ ଟିମ୍। ଗତକାଲି ପିପିଲି ପ୍ରାଣୀ ଚିକିତ୍ସା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News