ସଶକ୍ତ ଓଡିଶାର ପ୍ରସ୍ତାବକୁ ସରକାର ଙ୍କ ସମ୍ମତି ( ଗୋ ପାଳନକୁ ମିଳିବ ପ୍ରତ୍ସାହନ)

ଭୁବନେଶ୍ୱର: ମହିଳା ସଶକ୍ତିକରଣ, ଗୋପାଳନ,ଗୋ ସମବାୟ ସମିତି ଗଠନ, ଆତ୍ମ ନିଯୁକ୍ତି ପ୍ରମୁଖ ଉପରେ ଦୀର୍ଘବର୍ଷ ଧରି କାର୍ଯ୍ୟ କରିବା ସହିତ କୃଷି ଓ କୃଷକଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ ସାମାଜିକ ଅନୁଷ୍ଠାନ ସଶକ୍ତ ଓଡିଶା କାର୍ଯ୍ୟକ୍ରମ କରିବା ସହିତ ସଚେତନତା ମୂଳଳ ପ୍ରଶିକ୍ଷଣ ପ୍ରଦାନ କରି ଆସୁଥିଲା l ଗୋପାଳନ କୁ ପ୍ରତ୍ସାହନ କରିବା ସହିତ,ଗୋ ସମବାୟ ସମିତି ପଞ୍ଜିକରଣ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଙ୍କୁ ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇ ପ୍ରସ୍ତାବ ପ୍ରଦାନ କରାଯାଇଥିଲା l ରାଜ୍ୟ ସରକାର ଏହାକୁ ଗ୍ରହଣ କରିବା ସହିତ ଗୋ ପାଳନ କୁ ପ୍ରୋତ୍ସାହନ ଦେବା, ଯୁଦ୍ଧ କାଳୀନ ଭିତ୍ତିରେ ଗୋ ସମବାୟ ସମିତି ପଞ୍ଜିକରଣ କରିବା ସହିତ 12 ତାରିଖ ସୁଦ୍ଧା ପଞ୍ଜିକରଣ କରିବାକୁ ସମବାୟ ସମିତି ସମୂହର ନିବନ୍ଧକ ସମସ୍ତ ଡିଜିଟାଲର ଉପନିର୍ଦେଶକମାନଙ୍କୁ ନିର୍ଦ୍ଧେଶ ଦେଇଛନ୍ତି l ଚଳିତମାସ 13 ତାରିଖରେ ଭାରତ ସରକାର ଗୋ ସମବାୟ ସମିତିନେଇ ବୈଠକ କରିବେ l ରାଜ୍ୟରେ ନିର୍ଦ୍ଧାରିତ ତାରିଖ ପୂର୍ବରୁ କେତେ ଗୋପାଳନ ପଞ୍ଜିକରଣ ହୋଇଛି ତାହା ଜଣାଇବାକୁ ସରକାର କହିଛନ୍ତି l ଓମଫେଡ କୁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯିବା ସହିତ ଜିଲ୍ଲା ମତ୍ସ୍ୟ ଅଧିକାରୀ ଙ୍କୁ ନିର୍ଦ୍ଧେଶ ଦେଇଛନ୍ତି l ସରକାରଙ୍କ ପ୍ରୟାସ ପାଇଁ ଅନୁଷ୍ଠାନ ର ଅଧ୍ୟକ୍ଷ ବିଜୟ କୁମାର ପ୍ରଧାନ ସରକାରଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News