ଆଜିଠୁ ଦୁଇଦିନ ପ୍ରବଳ ବର୍ଷା


ମାର୍ଚ୍ଚ ଆରମ୍ଭରୁ ରାଜ୍ୟରେ ଗ୍ରାଷ୍ମପ୍ରବାହ ଜାରି ରହିଛି । ସକାଳୁ ପ୍ରବଳ ଖରା ସହ ମଧ୍ୟାହ୍ନରୁ ଝାଞ୍ଜି ପବନ ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରୁଛି । ଇତିମଧ୍ୟରେ ପାରଦ ୩୯ ଡିଗ୍ରୀ ଡେଇଁଥିବାବେଳେ ଆଗାମୀ ୩ଦିନ ଆହୁରି ୨ରୁ ୩ ଡିଗ୍ରୀ ବଢିବା ନେଇ ଆଞଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏପରିସ୍ଥିତିରେ ଉତର ଓଡ଼ିଶା ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସମୁଦ୍ର ପନଠାରୁ ୦.୯ କି.ମି. ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହା ପ୍ରଭାବରେ ରବିବାର ଓ ସୋମବାର ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ବର୍ଷା, ବିଜୁଳି, ଘଡ଼ଘଡ଼ି ଏବଂ ପବନ ବହିବା ନେଇ ମଧ୍ୟ ସୂଚନା ଜାରି କରାଯାଇଛି । ବିଶେଷକରି ରବିବାର ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଏବଂ ବାଲେଶ୍ୱର ଜିଲାରେ ବିଜୁଳି ଘଡ଼ଘଡ଼ି ମାରିବା ସହିତ ୪୦ରୁ ୫୦ କି.ମି. ବେଗରେ ପବନ ବହିବା ନେଇ ଅରେଞ୍ଜ ୱାର୍ନିଂ ଜାରି କରାଯାଇଛି । ସେହିପରି ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ଢେଙ୍କାନାଳ, ଅନୁଗୋଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ପୁରୀ, ଜଗତ୍ସିଂହପୁର, ନୟାଗଡ଼, କନ୍ଧମାଳ, ଗଞ୍ଜାମ, କଳାହାଣ୍ଡି, ରାୟଗଡ଼ା, ଗଜପତି, କୋରାପୁଟ ଏବଂ ମାଲକାନଗିରି ଜିଲାକୁ ଘଡ଼ଘଡ଼ି ବିଜୁଳି ସହିତ ୩୦ରୁ ୪୦ କି.ମି. ବେଗରେ ପବନ ବହିବା ନେଇ ୟେଲୋ ୱାର୍ନିଂ ଜାରି ହୋଇଛି । ଏଥିସହ ଭଦ୍ରକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଏବଂ ଜଗତ୍ସିଂହପୁର ଜିଲାକୁ କୁହୁଡି ନେଇ ସତର୍କ ସୂଚନା ଦିଆଯାଇଛି ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page