ଉତ୍କଳଗୌରବ ମଧୁସୂଦନ ଦାସଙ୍କ 178 ତମ ଜୟନ୍ତୀ ଅନୁଷ୍ଠିତ

ଭୁବନେଶ୍ୱର: ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଆନୁକୂଲ୍ୟରେ ମହାନ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା, ସାହିତ୍ୟ,ସଂସ୍କୃତି ତଥା ପ୍ରଥମ ବାରିଷ୍ଠର, ପ୍ରଥମ ସ୍ନାତକ ତଥା ବହୁମୁଖୀ ପ୍ରତିଭାଦୀପ୍ତ ବ୍ୟକ୍ତିତ୍ୱ ଉତ୍କଳଗୌରବ ମଧୁସୂଦନ ଦାସଙ୍କ 178 ତମ ଜୟନ୍ତୀ ସ୍ଥାନୀୟ ୟୁନିଟ 8 ସ୍ଥିତ ପ୍ରତିମୂର୍ତ୍ତି ସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ ସହ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବରିଷ୍ଠ ସାମ୍ବାଦିକ, ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥିଙ୍କ ମାର୍ଗଦର୍ଶନରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀ ପର୍ଶୁରାମ ଦ୍ବିବେଦୀ, ଶିକ୍ଷାବିତ ଭାଷାପ୍ରାଣ ସୀତା ବଲ୍ଳଭ ମହାପାତ୍ର,ମୁଖପାତ୍ର ଅରବିନ୍ଦ ତ୍ରିପାଠୀ, ଭାଷା ପ୍ରାଣ ଲକ୍ଷ୍ମୀଧର ବେହେରା, ମଧୁସୁଦନ ଦାସ,ଭୁବନ ମୋହନ ମହାନ୍ତି, ରମେଶ ପାତାଳ ସିଂ ପ୍ରମୁଖ ଉପସ୍ଥିତ ରହିବା ସହ ମଧୁବାବୁ ଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ l ମଧୁବାବୁ ଉତ୍କଳ ଟ୍ୟାନେରୀ ପ୍ରତିଷ୍ଠାକରିବା, ଓଡିଶାର ବିଛିନାଞ୍ଚଳ କୁ ଏକତ୍ରିକରଣ କରିବା, ଉତ୍କଳଆର୍ଟ ୱାର୍କସ ପ୍ରତିଷ୍ଠା କରିବା କରିବା ପ୍ରଥମ ଓଡ଼ିଆ ଅଧିବକ୍ତା ଭାବେ, ବିହାର ଓଡିଶା ବିଧାନସଭା ସଦସ୍ୟ ଭାବେ ତାଙ୍କ କାର୍ଯ୍ୟ ଥିଲା ଅବିସ୍ମରଣୀୟ l ସମଗ୍ର ଓଡ଼ିଆଙ୍କ ସମ୍ମାନ, ସ୍ୱାଭିମାନ ର ସର୍ବକାଳୀନ ପ୍ରତୀକ ବୋଲି ଅତିଥି ମାନେ ମତବ୍ୟକ୍ତି କରିଥିଲେ l ଆଜିର ଯୁବପିଢ଼ି ମଧୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କରାଯାଇଥିଲା l କାର୍ଯ୍ୟକ୍ରମ କୁ ସତ୍ୟବ୍ରତ ଜେନା, ଅମିତ ପରିଚାଳନା କରିଥିଲେ ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page